Air Indiaରୁ ଜେ.ଆର.ଡି. ଟାଟାଙ୍କ ବହିଷ୍କାର ବେଳର ସ୍ମୃତି ବଖାଣିଲେ ଜୟରାମ ରମେଶ, twitterରେ ସେୟାର କଲେ ଇନ୍ଦିରାଙ୍କ ପତ୍ର

Published By : Prameya-News7 Bureau | October 09, 2021 IST

ନୂଆଦିଲ୍ଲୀ ୯।୧୦:  ଶେଷରେ ଟାଟା ସନ୍ସ ଏୟାର ଇଣ୍ଡିଆକୁ ହାତେଇନେଇଛନ୍ତି। ପୂର୍ବତନ କେନ୍ଦ୍ର ବନ ଓ ପରିବେଶ ମନ୍ତ୍ରୀ ଜୟରାମ ରମେଶ ଏହି ଅବସରରେ ଏକ ସ୍ମୃତି ତାଙ୍କ ଟ୍ୱିଟରରେ ସେୟାର କରିଛନ୍ତି। ଏଥିରେ ତତ୍କାଳୀନ ଏୟାର ଇଣ୍ଡିଆ ଚେୟାରମ୍ୟାନ୍‌ ତଥା ଟାଟା ସନ୍ସ ଅଧ୍ୟକ୍ଷଙ୍କ ନିମନ୍ତେ ଇନ୍ଦିରା ଲେଖିଥିବା ହାତ ଲେଖା ଚିଠିର ଏକ ନକଲ ସେୟାର କରିଛନ୍ତି। ଏୟାର ଇଣ୍ଡିଆ ଦେଶର ସାର୍ବଜନିକ ଓ ଘରୋଇ ଭାଗିଦାରୀର ପ୍ରଥମ ଉପକ୍ରମ ଥିଲା। ଯାହାର ଚେୟାରମ୍ୟାନ ପଦରୁ ମୋରାର୍ଜୀ ଦେଶାଇ ସରକାର ଟାଟାଙ୍କୁ ହଟାଇବାର ପ୍ରତିକ୍ରିୟାରେ ଇନ୍ଦିରା ଏହି ପତ୍ର ଲେଖିଥିଲେ।  

{"align":"center","id":524761,"sizeSlug":"full","linkDestination":"none"}

ଫେବୃଆରୀ ୧୯୭୮ରେ ମୋରାର୍ଜୀ ଦେଶାଇ ସରକାର ତରବରିଆ ଭାବେ ଟାଟାଙ୍କୁ ଏୟାର ଇଣ୍ଡିଆ ଚେୟାରମ୍ୟାନ ପଦରୁ ହଟାଇ ଦେଇଥିଲେ ଯେଉଁ ପଦବୀରେ ସେ ୧୯୫୩ ମସିହାରୁ ନିରବିଛିନ୍ନଭାବେ ଅବସ୍ଥାପିତ ଥିଲେ। କୁହାଯାଇପାରେ ଏଥିଲାଗି ତତ୍କାଳୀନ ସରକାର ଓ ଟାଟାଙ୍କ ମଧ୍ୟରେ ହୁଏତ ବୁଝାମଣା ହୋଇଥିଲା। ତେବେ ଇନ୍ଦିରାଙ୍କ ସରକାର କ୍ଷମତାଚ୍ୟୁତ ହେବା ପରେ ଟାଟାଙ୍କୁ ପଦବୀ ହରାଇବାକୁ ପଡିଥିଲା।

{"id":524764,"width":839,"height":630,"sizeSlug":"full","linkDestination":"none"}

ମୋରାର୍ଜୀ ଦେଶାଇ ସରକାର ଜେ.ଆର.ଡି. ଟାଟାଙ୍କୁ ଏୟାର ଇଣ୍ଡିଆ ଓ ଇଣ୍ଡିଆନ ଏୟାରଲାଇନ୍ସ ବୋର୍ଡରୁ ହଟାଇ ଦେଇଥିଲେ। ପରେ ୧୯୮୦ ମସିହାରେ ଇନ୍ଦିରା ଗାନ୍ଧି ଟାଟାଙ୍କୁ ପୁଣି ତାଙ୍କ ପଦବୀ ଫେରାଇଦେଇଥିଲେ । ହେଲେ ସେ ଆଉଥରେ ଚେୟାରମ୍ୟାନ ପଦବୀ ଲାଗି ଆଗ୍ରହୀ ହୋଇନଥିଲେ। ତେବେ ମୌରାର୍ଜି ଦେଶାଇ ସରକାର ଟାଟାଙ୍କୁ ଏୟାର ଇଣ୍ଡିଆରୁ ହଟାଇବା ଦିନ ଇନ୍ଦିରା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଇନ୍ଦିରା ବିମାନ ଯୋଗେ ଗୌହାଟିରୁ କୋଲକାତା ଯାଉଥିବା ବେଳେ ମୋରାର୍ଜି ଦେଶାଇ ସରକାରଙ୍କ ନିଷ୍ପତ୍ତି ଜାଣିବାକୁ ପାଇଥିଲେ। ପ୍ରସଙ୍ଗରେ ସେ ଟାଟାଙ୍କୁ ଏକ ପତ୍ର ଲେଖି ନିଜର ସମ୍ବେଦନା ଜଣାଇଥିଲେ ଓ ଏୟାରଲାଇନ୍ସ ନିର୍ମାଣରେ ଟାଟାଙ୍କ ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିଥିଲେ।

wp:embed {"url":"https://twitter.com/Jairam_Ramesh/status/1446679122156179459","type":"rich","providerNameSlug":"twitter","responsive":true}
https://twitter.com/Jairam_Ramesh/status/1446679122156179459
/wp:embed

ଇନ୍ଦିରା ଉଲ୍ଲେଖ କରିଥିଲେ ଯେ ଆପଣଙ୍କୁ ଓ ଏୟାରଲାଇନକୁ ନେଇ ମୁଁ ଗର୍ବିତ। ଏ ବାବଦେ ଆପଣଙ୍କ ସନ୍ତୁଷ୍ଟିକୁ ଆପଣଙ୍କ ଠାରୁ କେହି ଛଡାଇନେଇ ନପାରେ କି ଏ ବାବଦେ ଆପଣଙ୍କ ପ୍ରତି ସରକାରଙ୍କ କୃତଜ୍ଞତାକୁ ମଧ୍ୟ ଆପଣ ତୁଛ ମନେ ନ କରନ୍ତୁ ବୋଲି ଇନ୍ଦିରା ଲେଖିଥିଲେ। ଇନ୍ଦିରାଙ୍କ ପତ୍ରର ଟାଟା ମଧ୍ୟ ଜବାବ ଦେଇଥିଲେ। ପ୍ରାୟ ୨ ସପ୍ତାହ ପରେ ଟାଟା ମୁମ୍ବାଇରୁ ଲେଖିଥିବା ପତ୍ରରେ ଏୟାରଲାଇନ ନିର୍ମାଣରେ ସରକାରଙ୍କ ସମର୍ଥନ ବିଶେଷ କରି ଆପଣଙ୍କ ସହଯୋଗ ପ୍ରାପ୍ତ ହୋଇନଥିଲେ ଏ ଦିଗରେ ସଫଳତା ହାସଲ କରିବା ଏତେ ସହଜ ନଥିଲା ବୋଲି ଟାଟା ଉଲ୍ଲେଖ କରିଥିଲେ। ଜୟରାମ ରମେଶ ଉଭୟ ପତ୍ରକୁ ତାଙ୍କ ଟ୍ୱିଟ୍‌ରେ ସ୍ଥାନିତ କରିଛନ୍ତି। ଏବେ ଏୟାରଲାଇନ୍‌ ପୁଣି ଟାଟାର ହୋଇଯାଇଛି।

{"id":524768,"sizeSlug":"full","linkDestination":"none"}

ଭାରତରେ ଟାଟା ଗ୍ରୁପ ପ୍ରଥମେ ଏୟାରଲାଇନ୍ସର ସ୍ଥାପନା କରିଥିଲେ। ୧୯୩୨ ମସିହାରେ  ଟାଟା ଏୟାରଲାଇନ୍ସ ନାମରେ ଆରମ୍ଭ ହୋଇଥିବା ଏହି ବିମାନ କମ୍ପାନୀକୁ ୧୯୫୩ ମସିହାରେ ସରକାର  ଦେଶର ଜାତୀୟ ଏୟାରଲାଇନ୍ସରେ ରୂପାନ୍ତରିତ କରିଥିଲେ। ଏହା ଥିଲା ଦେଶର ପ୍ରଥମ ସାର୍ବଜନିକ, ସରକାରୀ ଓ ଘରୋଇ ଭାଗିଦାରୀର କମ୍ପାନୀ। ଯେଉଁଥିରେ ଏହାର ସଂସ୍ଥାପକ ଟାଟାଙ୍କୁ ଚେୟାରମ୍ୟାନ ନିଯୁକ୍ତ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.