ଏନଏସଏ ଅଜିତ ଡୋଭାଲଙ୍କ ପୁଅଙ୍କୁ କ୍ଷମା ମାଗିଲେ କଂଗ୍ରେସ ନେତା ଜୟରାମ ରମେଶ, ଜାଣନ୍ତୁ କ'ଣ ରହିଛି ମାମଲା

Published By : Prameya-News7 Bureau | December 19, 2020 IST

ନୂଆଦିଲ୍ଲୀ, ୧୯|୧୨ :  ଅପରାଧିକ ମାନହାନୀ ମାମଲାରେ କଂଗ୍ରେସ ନେତା ଜୟରାମ ରମେଶ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ପୁଅ ବିବେକ ଡୋଭାଲଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି । ବିବେକ ଡୋଭାଲ କଂଗ୍ରେସ ନେତା ଜୟରାମ ରମେଶ ଓ କାରାବାନ୍ ମାଗାଜିନ୍ ବିରୋଧରେ ଏକ ବୟାନ ଓ ଖବରକୁ ନେଇ ମାନହାନୀ ମୋକଦ୍ଦମା ଦାଖଲ କରିଥିଲେ ।

ଜୟରାମ ରମେଶ ସ୍ୱୀକାର କରିଛନ୍ତି ଯେ, ସେ ନିର୍ବାଚନ ସମୟରେ ରାଗିଯାଇ ବିବେକ ଡୋଭାଲଙ୍କ ଉପରେ ଅନେକ ଅଭିଯୋଗ ଲଗାଇଥିଲେ । ଏହି ଅଭିଯୋଗର ସତ୍ୟତା ସେ ଯାଞ୍ଚ କରିବା ଉଚିତ ଥିଲା ବୋଲି କହିଛନ୍ତି ।

ମାନହାନୀ ମୋକଦ୍ଦମାକୁ ନେଇ ଜୟରାମ ରମେଶ କହିଛନ୍ତି ଯେ, ସେ ବିବେକଙ୍କ ବିରୋଧରେ ବୟାନ ଦେଇଥିଲେ । ନିର୍ବାଚନ ସମୟରେ ସେ ଏହି ଅଭିଯୋଗ ଆଣିଥିଲେ । ଅଭିଯୋଗର ସତ୍ୟତା ଯାଞ୍ଚ କରିବା ଆବଶ୍ୟକ ଥିଲା । ତେବେ ସେ ଏଥିପାଇଁ କ୍ଷମା ମାଗିଥିବା କହିଛନ୍ତି । କିନ୍ତୁ କାରାବାନ ପତ୍ରିକା ବିରୋଧରେ ଅପରାଧିକ ମାମଲା ଜାରି ରହିବ ।

କାରାବାନ ମାଗାଜିନ୍ କହିଥିଲା ଯେ, ବିବେକ ଡୋଭାଲ ଏକ ବିଦେଶୀ ଫଣ୍ଡ ଫାର୍ମ୍ ଚଳାଉଛନ୍ତି । ଯାହାର ପ୍ରମୋଟରଙ୍କର ସନ୍ଦିଗ୍ଧ ପୃଷ୍ଠଭୂମି ରହିଛି । ଏହାସହ ବିବେକଙ୍କ ପରିବାର ଉପରେ ମଧ୍ୟ ଅନେକ ଅଭିଯୋଗ କରିଥିଲା ଏହି ମାଗାଜିନ୍ । ଏହି ଫଣ୍ଡ୍ ନୋଟବନ୍ଦୀର ୧୩ ଦିନ ପରେ ପଞ୍ଜିକୃତ ହୋଇଥିବା ମାଗାଜିନର ରିପୋର୍ଟରେ ଦାବି କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.