ଗୋଟିଏ କମ୍ପାନୀକୁ ୬ଟା ବିମାନବନ୍ଦର ବିକ୍ରି : ପ୍ରଶ୍ନ ଉଠାଇଲେ ଜୟରାମ ରମେଶ, କହିଲେ-ଏବେ 'ଆଦାନୀ ଏୟାରପୋର୍ଟସ୍ ଅଫ୍ ଇଣ୍ଡିଆ'

Published By : Prameya-News7 Bureau | August 20, 2020 IST

ନୂଆଦିଲ୍ଲୀ, ୨୦|୦୮: କେନ୍ଦ୍ର ସରକାର ଗୋଟିଏ ପରେ ଗୋଟିଏ ବିମାନ ବନ୍ଦରର ଘରୋଇକରଣ କରୁଛନ୍ତି । ଯାହାକୁ ନେଇ ବିରୋଧି ଅଭିଯୋଗ ମଧ୍ୟ କରୁଛନ୍ତି। ଏପରିକି ଘରୋଇକରଣ ହୋଇଥିବା ୬ଟି ବିମାନବନ୍ଦର କେବଳ ଗୋଟିଏ ଘରୋଇ କମ୍ପାନୀକୁ ପ୍ରଦାନ କରାଯାଇଥିବା ନେଇ ସରକାରଙ୍କ ଉପରେ ଆଙ୍ଗୁଳି ଉଠିଛି । ଏହି ପ୍ରସଙ୍ଗରେ ସମାଲୋଚନା କରିଛନ୍ତି ରାଜ୍ୟସଭା ଏମପି ତଥା କଂଗ୍ରେସ ନେତା ଜୟରାମ ରମେଶ ।

ଜୟରାମ ରମେଶ ଟ୍ୱିଟ୍ କରି କହିଛନ୍ତି ଯେ, ଅହମ୍ମଦାବାଦ, ଲକ୍ଷ୍ନୌ ଓ ମାଙ୍ଗାଲୋର ବିମାନବନ୍ଦ ବିକ୍ରି ହୋଇ ସାରିଛି । ଏବେ ଜୟପୁର, ଗୁଆହାଟୀ ଓ ଥିରୁଅନନ୍ତପୂରମକୁ ବିକ୍ରି କରାଯାଇଛି । ଏହି ସମସ୍ତ ବିମାନ ବନ୍ଦରରୁ ଗୋଚିଏ କମ୍ପାନୀକୁ ହିଁ ବିକ୍ରି କରାଯାଇଛି । ଏହାପରେ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ବା ଏଏଆଇ ଅଦାନୀ ଏୟାରପୋର୍ଟ ଅଫ୍ ଇଣ୍ଡିଆ ହୋଇଯାଇଛି ।

wp:html /wp:html

ସରକାର ଥିରୁଅନନ୍ତପୂରମ ବିମାନବନ୍ଦରକୁ ଘରୋଇକରଣ କରିବା ପାଇଁ ନିଷ୍ପତ୍ତି ନେବା ପରେ କେରଳରେ ବିରୋଧର ସ୍ୱର ତେଜିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଏହାକୁ ବିରୋଧ କରିଛନ୍ତି ।

ସୂଚନାଯୋଗ୍ୟ, କେନ୍ଦ୍ର ସରକାର ଏବେ ବିଭିନ୍ନ ବନ୍ଦରର ମଧ୍ୟ ଘରୋଇକରଣ କରିବାକୁ ବିଚାର କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.