୫ ଦିନ ବିତିଲାଣି,ପଥର ଗଦା ତଳେ ଫଶି ରହିଛିନ୍ତି ଦୁଇ ଶ୍ରମିକ !

Published By : Prameya-News7 Bureau | June 04, 2018 IST

ପଥର ଗଦା ତଳେ ଫଶି ରହିଛିନ୍ତି ଦୁଇ ଶ୍ରମିକ । ୫ ଦିନ ବିତିଲାଣି । ଗତ ଗୁରୁବାର ସଂଧ୍ୟାରେ ବ୍ଲାଷ୍ଟିଙ୍ଗ ପରେ ଜୟପୁର ରାଣୀଗଡ ପଥର କ୍ବାରିରେ ପଥର ଧସି ଯାଇଥିଲା । ତାପରଠୁ ଅଗ୍ନିଶମ ବିଭାଗ, ଓଡ୍ରାଫ ଏବଂ ଏନଡିଆରଏଫ୍ ଟିମ୍ ଲାଗିଛନ୍ତି । କିନ୍ତୁ ଦୁଇ ଶ୍ରମିକ ଉଦ୍ଧାର ହୋଇ ପାରିନାହାନ୍ତି । ଏମାନଙ୍କ ସ୍ଥିତି ସନ୍ଦେହ ଘେରରେ । ବଡ ବଡ ପଥର ହଟାଇବା ସହଜ ହେଉନି, ଫଳରେ ବାରମ୍ବାର ଉଦ୍ଧାର କାମ ଅଟକି ଯାଉଛି । ଗତକାଲି ଉଦ୍ଧାର କାମ ତ୍ବରାନ୍ବିତ କରାଯାଇଥିଲା । ହେଲେ ବର୍ଷା ପବନ ଯୋଗୁ କାଲି ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା । ଆଜି ପୁଣି ଥରେ ଉଦ୍ଧାର କାର୍ଯ୍ୟ ଚାଲିବ । ପାହାଡର କେଉଁ ନିର୍ଦ୍ଦିଷ୍ଟ ସ୍ଥାନରେ ୨ଶ୍ରମିକ ଚାପି ହୋଇ ରହିଛନ୍ତି ତାହା ଠାବ କରିବା ପାଇଁ ଆଧୁନିକ ଜ୍ଞାନ କୌଶଳର ବ୍ୟବହାର କରୁଛି ଏନ୍ଡିଆରଏଫ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.