୯ ଦିନ ବିତିଲାଲାଣି କିନ୍ତୁ ଉଦ୍ଧାର ହୋଇପାରିନାହାନ୍ତି ଜୟପୁର ପଥର କ୍ୱାରୀରେ ଫଶି ରହିଥିବା ୨ ଜେସିବି ଅପରେଟର

Published By : Prameya-News7 Bureau | June 08, 2018 IST

୯ ଦିନ ବିତିଲାଲାଣି କିନ୍ତୁ ଉଦ୍ଧାର ହୋଇପାରିନାହାନ୍ତି ଜୟପୁର ରାଣୀଗଡ ଗୁମ୍ମା ପଥର କ୍ୱାରୀରେ ଫଶି ରହିଥିବା ୨ ଜେସିବି ଅପରେଟର । ସମସ୍ତେ ଫେଲ୍ ମାରିବା ପରେ ଏବେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ସେନା । ଗତକାଲି ସନ୍ଧ୍ୟାରେ ସେନା ପକ୍ଷରୁ କଣ୍ଟ୍ରୋଲ ବ୍ଲାଷ୍ଟିଂ କରି ଦୁଇଟି ବଡ ପଥରକୁ ଫଟା ଯାଇଛି । ଆଜି ଆଉ କିଛି ଛୋଟ ବ୍ଲାଷ୍ଟିଂ କରାଯିବ । ପରେ ପଥର ହଟାଯିବ । ସବୁ ପଥର ହଟିଲା ପରେ ୨ ଜେସିବି ଅପରେଟର ଘନଶ୍ୟାମ ଓ ସଞ୍ଜୟଙ୍କୁ ଉଦ୍ଧାର କରାଯିବ । ପୋଲିସ୍, ଅଗ୍ନିଶମ ବିଭାଗ, ଓଡ୍ରାଫ୍ ଏବଂ ଏନ୍.ଡି.ଆର୍.ଏଫ୍.ର ସମସ୍ତ ରଣକୌଶଳ ଫେଲ୍ ମାରିବା ପରେ ସେନାର ସହାୟତା ଲୋଡ଼ିଥିଲେ ରାଜ୍ୟ ସରକାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.