ମଣିଷ ମାରିବାକୁ ଲାଇସେନ୍ସ ଦେଇଛି କିଏ ? ଦେଖନ୍ତୁ News7ର ଏ ରିପୋର୍ଟ

Published By : Prameya-News7 Bureau | June 12, 2018 IST

୧୩ ଦିନ ହେଲାଣି ଅନିଶ୍ଚିତତା... ୩ ଦିନ ହେବ ମୃତ ଦେହ ଠାବ କରିବି ବାହାର କରିହେଉନି ... ସମସ୍ତେ ଉଦବିଘ୍ନ...ପ୍ରଶାସନ ଠାରୁ ସେନା ସମସ୍ତେ ଲାଗିଛନ୍ତି । ଦୁଇ ସପ୍ତାହ ହେଲାଣି ଜୟପୁର ରାଣୀଗଡ ଗୁମ୍ଫା ପଥର କ୍ବାରୀ ଉପରୁ ହଟୁନି ନଜର । ପଥର କ୍ବାରୀ ବେଳେ ଦୁଇଟି ଜେସିବି ସହ ଦୁଇ ଜଣ ଅପରେଟର ବି ପଠର ତଳେ ଫସି ଯାଇଥିଲେ । ଅଗ୍ନିଶମ ବିଭାଗ, ଓଡ୍ରାଫ୍ ଟିମ୍ ହାତ ଟେକିଦେଲେ । ଏନଡିଆରଏଫ ବି ସଫଳ ହୋଇପାରିଲାନି । ଡକରା ହେଲା ସେନା, ଆସିଲେ ବିଶେଷଜ୍ଞ । ତଥାପି ଏଯାଏଁ ବାହାରି ପାରିନାହାନ୍ତି ଦୁଇ ଅପରେଟର, ବାହାରିନି ବି ମୃତ ଦେହ....ଏମିତି ସ୍ଥିତିରେ ନ୍ୟୁଜ୍  ସେଭେନ ହାତରେ ଲାଗିଛି ସାଂଘାତିକ ତଥ୍ୟ ଆଉ ପ୍ରମାଣ....ଏକ ସାଂଘାତିକ ଷଡଯନ୍ତ୍ର...ଠିକା କମ୍ପାନୀ ଠାରୁ ପ୍ରଶାସନ ସମସ୍ତେ ଏକ ବଡ଼ ଷଡଯନ୍ତ୍ରରେ ଅଛନ୍ତି...ନେତା ଓ  ସାମ୍ବାଦିକ ବି ସନ୍ଦେହରେ ....ନ୍ୟୁଜ୍ ସେଭେନ୍  ହାତରେ ଥିବା କିଛି ପ୍ରମାଣ ଏପରି ସନ୍ଦେହ ସୃଷ୍ଟି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.