ଜୟପୁର, ୧୩/୦୯: ମେଡିକାଲ୍ କଲେଜ୍ରେ ନାମ ଲେଖାଇବା ପାଇଁ ସାରା ଦେଶରେ କରାଯାଉଥିବା ପ୍ରବେଶିକ ପରୀକ୍ଷାରେ କପି କରି ଜଣେ ପରୀକ୍ଷାର୍ଥୀଙ୍କ ଗରିଫ ହୋଇଥିବା ବେଳେ ଏଥିରେ ଜଡ଼ିତ ଥିବା ଆଉ ୭ ଜଣ ଗିରଫ ହୋଇଛନ୍ତି । ଜୟପୁର ପୋଲିସ ରିବବାର ହୋଇଥିବା ଏହି ପରୀକ୍ଷାରେ ଛାତ୍ରଙ୍କୁ ଦୋଷୀ ପାଇଥିବା ବେଳେ ଗିରଫ କରିଛି ।
ପୋଲିସ୍ ଅଧିକ୍ଷକ ରିଚା ତୋମାର ସୋମବାର ଏନେଇ କହିଛନ୍ତି ଯେ, ନିଟ୍ ପରୀକ୍ଷା ଦେଉଥିବା ୧୮ ବର୍ଷୀୟ ଦିନେଶ୍ୱରୀ କୁମାରୀ, ପରୀକ୍ଷା ନିୟନ୍ତ୍ରକ ରାମ ସିଂହ, ପରୀକ୍ଷା କେନ୍ଦ୍ରର ପ୍ରଭାରୀ ମୁକେଶ, ଦିନେଶ୍ୱରୀଙ୍କ ଦାଦାଙ୍କ ସହ ଅନ୍ୟ ବ୍ୟକ୍ତିଙ୍କ ଏଥିରେ ହାତ ରହିଥିବାରୁ ପୋଲିସ୍ ସେମାନଙ୍କୁ ଗିରଫ କରିଛି । ପରୀକ୍ଷା ଆରମ୍ଭ ହେବା ପରେ ରାମ ସିଂହ ଏବଂ ମୁକେଶ ପ୍ରଶ୍ନପତ୍ରର ଫଟୋ ହ୍ୱାଟ୍ସ ଆପ୍ ଜରିଆରେ ଜୟପୁରର ଚିତ୍ରକୂଟ ଆପାର୍ଟମେଣ୍ଟ୍ରେ ବସିଥିବା ଦୁଇ ଜଣ ଲୋକଙ୍କ ପାଖକୁ ପଠାଇଥିଲେ । ସେମାନେ ଏହାକୁ ଅନ୍ୟଜଣେ ବ୍ୟକ୍ତିଙ୍କୁ ପଠାଇଥିଲେ ।
ଉକ୍ତ ବ୍ୟକ୍ତିଜଣକ ଏହାରା ଉତ୍ତର ବାହାର କରି ଜୟପୁର ପଠାଇବା ପରେ ସେଠାରେ ବସିଥିବା ଲୋକ ପୁଣି ରାମ ସିଂହଙ୍କ ପାଖକୁ ପଠାଇ ଦେଇଥିଲେ । ପରୀକ୍ଷା ହଲ୍ରେ ଥିବା ରାକେଶ ଉତ୍ତର ସିଟ୍କୁ ଦିନେଶ୍ୱରୀଙ୍କୁ ଦେଇ ତାଙ୍କୁ ସାହାଯ୍ୟ କରିଥିଲେ । ବାହାରେ ଦିନେଶ୍ୱରୀଙ୍କ ଦାଦା ୧୦ ଲକ୍ଷ ଟଙ୍କା ଧରି ଛିଡ଼ା ହୋଇଥିବା ପୋଲିସ୍ କହିଛି । ଏଥିପାଇଁ ସମୁଦାୟ ୩୦ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା । ଏଥିରେ ଜଣେ କୋଚିଂ ସେଣ୍ଟରର ଶିକ୍ଷକ ଏବଂ ଇ ମିତ୍ରଙ୍କୁ ପୋଲିସ ଗିରଫ କରିଛି । ସେମାନେ ଏଥିରେ ସଂଶ୍ଲିଷ୍ଟ ଥିଲେ । ତେବେ ଉତ୍ତର ପଠାଇଥିବା ଲୋକକୁ ପୋଲିସ୍ ଖୋଜୁଥିବା ଜଣାପଡ଼ିଛି ।