Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

କରୋନା ଯୋଦ୍ଧାଙ୍କ ଅନନ୍ୟ ପ୍ରୟାସ : ଗୀତ ଗାଇ ଲୋକଙ୍କୁ କରୋନା ସମ୍ପର୍କରେ ସଚେତନ କରାଇଲେ ଥାନା ଅଧିକାରୀ

10/10/2020 at 9:05 PM

ଜୟପୁର ୧୦।୧୦: କରୋନା ସଚେତନତା ଗୀତ ଗାଇଲେ କରୋନା ଯୋଦ୍ଧା । ସ୍ଥାନୀୟ କୋରାପୁଟିଆ ଆଦିବାସୀ ଭାଷାରେ କରୋନା ସଂପର୍କରେ ଗୀତ ଗାଇ ଲୋକଙ୍କୁ ସଚେତନ କରିଛନ୍ତି ଜୟପୁର ଟାଉନ ଥାନା ଅଧିକାରୀ ବାଲେଶ୍ବର ଗିଧି ।

ଜୟପୁରର ଏକ ଷ୍ଟୁଡିଓରେ ଏହାର ରେକର୍ଡିଂ ହୋଇଛି । ଏହି ଗୀତଟିକୁ ଜୟପୁରର ଜଣାଶୁଣା କଳାକାର ଧିରେନ ମୋହନ ପଟ୍ଟନାୟକ ଲେଖିଥିବା ବେଳେ ସଂଗୀତ ପରିଚାଳନା କରିଛନ୍ତି ହେମନ୍ତ ମିଶ୍ର । ପୂର୍ବରୁ ବି ଜୟପୁର ଟାଉନ ଥାନା ଅଧିକାରୀ ବିଭିନ୍ନ ମଂଚରେ ଅନେକ ସୁନ୍ଦର ଗୀତ ଗାଇ ଲୋକଙ୍କୁ ମନୋରଞ୍ଜନ କରି ଆସୁଛନ୍ତି।

ତେବେ କୋରାପୁଟ ଜିଲ୍ଲାରେ ଯଦିଓ କରୋନା ଗ୍ରାଫ୍ ଧିରେ ଧିରେ ଖସୁଛି ତଥାପି ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ରହିଛି। କେବଳ ଜରିମାନା ଆଦାୟ କଲେ ହେବନି ବରଂ ଲୋକଙ୍କୁ ସଚେତନତା କରିବା ପାଇଁ ବି ଟାଉନ ଥାନା ଅଧିକାରୀ ଅଣ୍ଟା ଭିଡିଛନ୍ତି। ଯାହାକୁ ସାଧାରଣରେ ପ୍ରଶଂସା କରାଯାଇଛି।

   Related Posts