Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କିନ୍ନର ସାଥୀଙ୍କ ସହାୟତାରେ ଶାଶୁଙ୍କୁ ହତ୍ୟା କଲା ବୋହୂ, ଜୟପୁରରେ ଚାଞ୍ଚଲ୍ୟ

1/05/2019 at 9:25 PM

ଜୟପୁର ୧।୫ : ରାଜସ୍ଥାନ ରାଜଧାନୀ ଜୟପୁର ସୁଭାଷ ଚୌକ ଥାନା ଅଞ୍ଚଳରେ ଘଟିଥିବା ବୃଦ୍ଧାଙ୍କ ହତ୍ୟା ରହସ୍ୟ ଉନ୍ମୋଚନ କରିଛି ପୋଲିସ । ସମ୍ପୃକ୍ତ  ମହିଳାଙ୍କୁ ତାଙ୍କୁ ବୋହୂ ପ୍ରିୟଙ୍କା ହତ୍ୟା କରିଥିବା ବେଳେ ପୋଲିସ ତାଙ୍କ ସହ ଜଣେ କିନ୍ନରଙ୍କୁ ଗିରଫ କରିଛି । କିନ୍ନର ପ୍ରିୟଙ୍କାଙ୍କ ବନ୍ଧୁ ସୁଜିତ ବୋଲି ଏଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଉତ୍ତର ଜୟପୁର ଡିସିପି  ମନୋଜ କୁମାର।

ଗତ ୨୯ ତାରିଖ ଦିନ ସୁଭାଷ ଚୌକ ଥାନା ଅଞ୍ଚଳର ବେଲଦାରୋଙ୍କ ମହଲାରେ ଜଣେ ୬୨ ବର୍ଷବୟସ୍କା ବୃଦ୍ଧାଙ୍କର ହତ୍ୟା ହୋଇଥିଲା। ଏ ନେଇ ମୃତ ମହିଳାଙ୍କ ପୁଅ ସଞ୍ଜୟ ଶର୍ମା ହତ୍ୟା ସହ ଲୁଟ ନେଇ ଥାନାରେ ଏତଲା ରୁଜୁ କରିଥିଲେ। ମାମଲାର ତଦନ୍ତ ବେଳେ ଲୁଟ ଓ ହତ୍ୟାରେ ପରିବାରର ଲୋକଙ୍କ ସମ୍ପୃକ୍ତି ଥିବା ସେନ୍ଦହ କରାଯାଇଥିଲା। ଏ ନେଇ ପୋଲିସ ପଚରା ଉଚରା କରିବା ବେଳେ ବୋହୂ ପ୍ରିୟଙ୍କା ପୋଲିସ ତଦନ୍ତକୁ ଭ୍ରମିତ କରିବାକୁ ଉଦ୍ୟମ କରିଥିଲା। ଏଣୁ ପ୍ରଥମରୁ ପୋଲିସର ସେନ୍ଦହ ପ୍ରୀୟଙ୍କା ଉପରେ ଥିବା ବେଳେ ପଚରା ଉଚରାରେ ପ୍ରିୟଙ୍କା ସତ୍ୟା ସ୍ବୀକାରକରିଛନ୍ତି ।ପ୍ରୀୟଙ୍କାଙ୍କ ସ୍ବର୍ଣ୍ଣ ଆଭୂଷଣ ତାଙ୍କ ଶାଶୁଙ୍କ ନିକଟରେ ଥିଲା। ଏଣୁ ସୁନାଗହଣା ପାଇଁ ଶାଶୁ ବୋହୂଙ୍କ ମଧ୍ୟରେ ସବୁବେଳେ କଳି ଝଗଡା ହୁଏ । ଏହି କଥାରେ ପ୍ରିୟଙ୍କାକୁ ତାଙ୍କ କିନ୍ନର ବନ୍ଧୁ ସୁଜିତ ସାହାଜ୍ୟ କରିବାକୁ ଆଗେଇ ଆସିଥିଲେ। ସବୁଦିନ ପାଇଁ ପ୍ରିୟଙ୍କାଙ୍କ ରାସ୍ତାରୁ ତାଙ୍କ ଶାଶୁଙ୍କୁ ହଟେଇ ଦେଇଥିଲେ ସୁଜିତ ।

   Related Posts