ପୋଲିସ ଦବଙ୍ଗଗିରି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ଏସପି, ଜୟପୁର ଏସଡିପିଓ କରିବେ ତଦନ୍ତ
4/06/2019 at 3:55 PM

ଜୟପୁର ୪|୬: କୋରାପୁଟ ପୋଲିସର ଦବଙ୍ଗଗିରି ଘଟଣାର ତଦନ୍ତ କରିବେ ଜୟପୁର ଏସଡିପିଓ ସାଗରିକା ନାଥ । ନ୍ୟୁଜ୍ ସେଭେନ୍ରେ ଏ ନେଇ ଖବର ପ୍ରସାରଣ ପରେ ଜୟପୁର ଏସଡିପିଓଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋରାପୁଟ ଏସପି ।
ଗତକାଲି ବୈପାରୀଗୁଡ଼ା ଦେଇ କାର୍ ଯୋଗେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ଗାଡ଼ିର ପିଛା କରିଥିଲା ପୋଲିସ । ଦୁଇ ଜଣ ଗଞ୍ଜେଇ ବେପାରୀ ଧରାପଡ଼ିଥିବା ବେଳେ ଅନ୍ୟ ୨ଜଣ ଖସିଯାଇଥିଲେ । ଅଭିଯୁକ୍ତମାନେ ପୋଲିସ ଉପରେ ଆକ୍ରମଣ କରିବାକୁ ଉଦ୍ୟମ କରୁଥିବାରୁ ପୋଲିସ ସେମାନଙ୍କୁ ପିଟିଥିଲା ବୋଲି କହିଛନ୍ତି ଏସଡିପିଓ । ତେବେ ତଦନ୍ତ ପରେ ପୂରା ଘଟଣା ସାମ୍ନାକୁ ଆସିବ ବୋଲି କହିଛନ୍ତି ।
Related Posts
ଖଣ୍ଡିଆଭୂତ ଯୋଗୁଁ ଘଟିଲା ଦୁର୍ଘଟଣା, ୫ ଯାତ୍ରୀ ଗୁରୁୁତର
28 February 2021
ବରଗଛରେ ଝୁଲୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ତଳେ ପଡିଛି ଚପଲ
28 February 2021