ଜୟପୁର ବିଲ୍ଟ ପେପର ମିଲକୁ ନେଇ ଏବେ ବି ଅଚଳାବସ୍ଥା ଲାଗି ରହିଛି
11/08/2018 at 3:55 PM

ଜୟପୁର ୧୧/ ୮ :- କର୍ମଚାରୀ ମାନେ ଚଳାଇଥିବା ଆମରଣ ଅନଶନ ପ୍ରତ୍ୟାହାରକୁ ମାସେ ପୁରିବାକୁ ଯାଉଛି । ଦାବି ପୂରଣ କରିବା ତ ଦୂରର କଥା ଆଜି ପର୍ଯ୍ୟନ୍ତ ମିଲରୁ ତାଲା ଖୋଲା ହେଲାନି ।ଓଲଟା କର୍ମଚାରୀଙ୍କ ପାଇଁ ବିଭିନ୍ନ ସର୍ତ୍ତ ରଖିବା ସହ ୮ ଜଣଙ୍କ ବିରୋଧରେ କୋର୍ଟରେ ମାମଲା ଦାୟର କରିଛି କମ୍ପାନୀକେବେ ଖୋଲିବ ଜୟପୁର ବିଲ୍ଟ ପେପର ମିଲରୁ ତାଲା ? ଦାବି ପୂରଣ ପାଇଁ ପ୍ରତିଶ୍ରୁତି ପରେ ଆମରଣ ଅନଶନ ପ୍ରତ୍ୟାହାର କରିଥିଲେ କର୍ମଚାରୀ ।ତେବେ ଆନ୍ଦୋଳନ ଯୋଗୁଁ କଂପାନୀର କ୍ଷତି ହୋଇଥିବା ଦର୍ଶାଇ କଂପାନୀ କର୍ତ୍ତୃପକ୍ଷ ମିଲରେ ତାଲା ପକାଇ ଦେଲେ।ଏପରିକି କର୍ମଚାରୀଙ୍କ ପାଇଁ ଓଲଟା ବିଭିନ୍ନ ସର୍ତ୍ତ ରଖିବା ସହ ଅନଶନରତ ୮ ଜଣ କର୍ମଚାରୀଙ୍କ ନାଁରେ କୋର୍ଟରେ ମାମଲା ଦାୟର କଲେ ।ଏହାକୁ ନେଇ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । କର୍ମଚାରୀଙ୍କ ପାଇଁ କଂପାନୀ କତ୍ତୃପକ୍ଷ କିଛି ସର୍ତ୍ତାବଳୀ ତିଆରି କରିଛନ୍ତି । କିଛି କର୍ମଚାରୀ ଏହାକୁ ମାନୁଥିବା ବେଳେ ଆଉ କିଛି ଏହାକୁ ବିରୋଧ କରିଛନ୍ତି ।ସର୍ତ୍ତାବଳୀକୁ ନେଇ କର୍ମଚାରୀ ଦି ଫାଳ ହୋଇଯାଇଛନ୍ତି । ଫଳରେ ପରିସ୍ଥିତି ଦିନକୁ ଦିନ ଜଟିଳ ହେଉଛି।