Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସନ୍ ଧରି ଫେରୁଥିଲେ, ଓଲଟି ଗଲା ଟ୍ରାକ୍ଟର ଡାଲା, ୨ ମୃତ
  • ||
  • ପୋଲିସର ଅପରେସନ୍ ହାଇଦର : ଚଢାଉ ଜୋରଦାର, ବିଭିନ୍ନ ସ୍ଥାନରେ ଲାଗିଲା ପୋଷ୍ଟର
  • ||
  • ମଙ୍ଗଳବାରଠୁ ଲଗାତାର ୬ ଦିନ ବନ୍ଦ ରହିବ ବ୍ୟାଙ୍କ: ସୋମବାର ସାରି ଦିଅନ୍ତୁ ବ୍ୟାଙ୍କ କାମ
  • ||
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେନି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||

ଗାଁ ଲୋକେ ଡକାଏତକୁ ଧରି ଦେଇଥିଲେ ପୋଲିସର ଜିମା, ପୋଲିସ ଛାଡିଦେଲା : ଜୟପୁର ଥାନାରେ ବିଧାୟକ ତାରା ବାହିନୀ ପତିଙ୍କ ଦବଙ୍ଗ ଗିରି

2/02/2019 at 5:44 PM

ଜୟପୁର୨|୧: ଡକାୟତି ଅଭିଯୋଗରେ ଜଣେ କୁଖ୍ୟାତ ଅପରାଧୀକୁ କାବୁ କରି ପୋଲିସ ଜିମା ଦେଲେ ଗ୍ରାମବାସୀ । ହେଲେ ପୋଲିସ ସଂପୃକ୍ତ ଅପରାଧୀକୁ ଗିରଫ କରିବା ତ ଦୂରର କଥା କେବଳ ପଚରା ଉଚରା କରି ଛାଡ଼ିଦେଲା । ପୋଲିସର ଏଭଳି ଆକ୍ସନ ପ୍ରତିବାଦରେ ନିଜ ସମର୍ଥକ ଓ ଗାଁ ଲୋକଙ୍କୁ ନେଇ ଜୟପୁର ସଦର ଥାନା ଘେରାଉ ପାଇଁ ପହଞ୍ଚିଥିଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି । ଆଉ ସେଠି ଦେଖିବାକୁ ମିଳିଥିଲା ତାରାଙ୍କ ଦବଙ୍ଗଗିରି । କ’ଣ ଥିଲା ପୂରା ଘଟଣା ଚାଲନ୍ତୁ ଦେଖିବା । ….

ତମେ ତ ଧରିପାରୁନଥିଲ । ଗାଁ ଲୋକେ ଧରିଲେ । ସେମାନେ ଚାହିଁଥିଲେ ମାରି ବି ପାରିଥାନ୍ତେ । ହେଲେ ସେମାନେ ଆଇନ୍‌କୁ ହାତକୁ ନେବାକୁ ଚାହିଁଲେନି । ପୋଲିସ ଜିମାରେ ଦେଲେ । ତଥାପି ତମେ ଛାଡ଼ିଦେଲ । କାହିଁକି ? ପଲିଟିକାଲ ପ୍ରେସର ଆଗରେ ନିଜ କର୍ତ୍ତବ୍ୟ ଭୁଲିଗଲ କି ?  ଥାନା ବାରଣ୍ଡାରେ ଠିଆ ହୋଇ ଖୋଦ୍‌ ପୋଲିସକୁ ଏମିତି ପ୍ରଶ୍ନ ବାଣରେ ଘାଇଲା କରୁଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ।

ରାଗ ମୁଡ୍‌ରେ ପାଟିରୁ ଭାଷା ଅଭାଷା ବି ବାହାରି ଆସୁଛି । ସାଥୀ​‌ରେ ଶତାଧିକ ସମର୍ଥକଙ୍କୁ ନେଇ ଜୟପୁର ସଦରଥାନା ଘେରାଉ ପାଇଁ ଆସିଥିଲେ ବିଧାୟକ । ସେଠାରେ ଉପସ୍ଥିତ ଥିବା ଥାନା ଅଧିକାରୀଙ୍କ ଠାରୁ ଆରମ୍ଭ କରି ଅତିରିକ୍ତ ଏସପି ଓ ଏସଡିପିଓ ସମସ୍ତେ ବିଧାୟକଙ୍କୁ ବୁଝାଇବାକୁ ପୂରା ଦମ୍‌ ଲଗାଇଦେଇଥିଲେ । ହେଲେ କାହାରି କଥା ଶୁଣିବା ମୁଡ୍‌ରେ ନଥିଲେ ତାରାବାବୁ । ଥାନାରେ ତାରାଙ୍କ ଏଭଳି ଉଗ୍ର ରୂପ ଦେଖିବାକୁ ମିଳିଥିଲା । ଏହାକୁ ଆପଣ ତାରାଙ୍କ ଦବଙ୍ଗଗିରି ବି କହିପାରନ୍ତି । ହେଲେ ହଠାତ୍‌ ପୋଲିସ ବିରୋଧରେ ତାରା ଏଭଳି ଦବଙ୍ଗଗିରିକୁ ଓହ୍ଲାଇଲେ କାହିଁକି ? ଉତ୍ତର ଆପଣମାନଙ୍କୁ ବି ଆଶ୍ଚର୍ଯ୍ୟ କରିବ । ଜଣେ ଦୁର୍ଦ୍ଦାନ୍ତ ଅପରାଧୀ, ଯାହାକୁ ଗାଁ ଲୋକେ କାବୁ କରି ପୋଲିସ ଜିମା ଦେଇଥିଲେ, ରାଜନୈତିକ ଚାପରେ ତାକୁ ଗିରଫ ନକରି ଛାଡ଼ି ଦେଇଥିଲା ସଦର ଥାନା ପୋଲିସ। ଯାହାର ପ୍ରତିବାଦରେ ଏଭଳି ଦବଙ୍ଗଗିରିକୁ ଓହ୍ଲାଇଥିଲେ ବିଧାୟକ ମହାଶୟ ।

ଏବେ ଆସିବା ପୂରା ଘଟଣା ଫ୍ଲାସବ୍ୟାକ୍‌କୁ । ଦୁଇ ଦିନ ତଳେ ଜୟପୁର ନିକଟ କୁନ୍ତରଖାଲ ଗାଁ ଲୋକେ ନୀଳଗୁଡ଼ାର ଜଣେ ଅପରାଧୀ ତୁରୁକୁ ହରିଜନକୁ କାବୁ କରି ପୋଲିସ ଜିମା ଦେଇଥିଲେ । ତୁରୁକୁ ନାଁରେ ଡାକାୟତି ଭଳି ସଂଗୀନ ଅଭିଯୋଗ ଥିବା ବେଳେ ତାକୁ ଧରିଥିବା ଲୋକଙ୍କୁ ସେ ମାରିଦେବାକୁ ଧମକ ଦେଇଛି । ଏଭଳି ପରିସ୍ଥିତିରେ ପୋଲିସ ଯେତେବେଳେ ଏହ କୁଖ୍ୟାତ ଅପରାଧୀକୁ ଗିରଫ ନକରି ଛାଡ଼ି ଦେଇଛି ସେତେବେଳେ ଗାଁ ଲୋକଙ୍କ ଜୀବନ ପ୍ରତି ସୃଷ୍ଟି ହୋଇଛି ବିପଦ ।ତେଣୁ ପୋଲିସ ଛାଡ଼ିଦେଇଥିବା ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ଦାବିରେ ବିଧାୟକଙ୍କ ସହ ଥାନା ଭିତରେ ଧାରଣାରେ ବସିଥିଲେ ଲୋକେ ।

ତେବେ ଲୋକଙ୍କ ପ୍ରତିବାଦ ଆଉ ବିଧାୟକଙ୍କ ଉଗ୍ରରୂପ ଦେଖିବା ପରେ ବ୍ୟାକ୍‌ଫୁଟ୍‌ରେ ଥିଲା ଜୟପୁର ସଦର ଥାନା ପୋଲିସ । ତେବେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ପ୍ରତିଶ୍ରୁତି ଓ ବିଧାୟକଙ୍କୁ ବୁଝାସୁଝା ପରେ ଶାନ୍ତ ପଡ଼ିଥିଲା ପରିସ୍ଥିତି । ଆଉ ଧାରଣାରୁ ହଟିଥିଲେ ବିଧାୟକ ଏବଂ ତାଙ୍କ ସମର୍ଥକ ।

   Related Posts