ପଞ୍ଚମ ଦିନରେ ବି ଫେଲ୍ ମାରିଲା ଉଦ୍ଧାର କାମ

Published By : Prameya-News7 Bureau | June 05, 2018 IST

ପାଖାପାଖି ଶହେ ଘଣ୍ଟାରୁ ଉର୍ଦ୍ଧ ସମୟ ବିତିଲାଣି । ହେଲେ ଏଯାଏଁ ଉଦ୍ଧାର ହୋଇ ପାରିଲେନି ଜୟପୁର ରାଣୀଗଡ଼ ଗୁମ୍ମା ପଥର କ୍ୱେରୀରେ ଚାପି ହୋଇ ରହିଥିବା ୨ ଜେ.ସି.ବି ଅପରେଟର୍ । ପଞ୍ଚମ ଦିନରେ ବି ଫେଲ୍ ମାରିଲା ଉଦ୍ଧାର କାମ । କ୍ରେନ୍, ଜେ.ସି.ବି ଲଗାଇ ଏନ୍.ଡି.ଆର୍.ଏଫ୍, ଯେତେ ଚେଷ୍ଟା କଲେ ବି ବଡ ବଡ ପଥର ଖଣ୍ଡ ହଟାଇବା ସମ୍ଭବ ହେଉନାହିଁ । ଆଜି ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ସେପଟେ ଅଘଟଣକୁ ଏତେ ସମୟ ବିତି ଯାଇଥିବା ବେଳେ , ଫସି ରହିଥିବା ୨ ଜେ.ସି.ବି ଅପରେଟରଙ୍କ ବଞ୍ଚିବା ଆଶା କ୍ଷୀଣ ହୋଇ ଯାଉଛି । ସେପଟେ ଉଦ୍ଧାରରେ ବିଳମ୍ବ ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି କୋଟପାଡ଼ ବିଧାୟକ । ତୁରନ୍ତ ସେନା ସହାୟତା ଦାବି କରିଛନ୍ତି ସେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.