ଗଞ୍ଜେଇ ମାଫିଆକୁ ନାହିଁ ମାଫ୍, ୨ ମାଫିଆଙ୍କ ଆକାଉଣ୍ଟ୍ ସିଜ୍ କଲା ଜୟପୁର ପୋଲିସ

Published By : Prameya-News7 Bureau | March 10, 2021 IST

କୋରାପୁଟ ୧୦।୩: ରାତାରାତି ମାଲାମାଲ ହେବାର ସ୍ବପ୍ନ ଦେଖୁଥିବା ଗଞ୍ଜେଇ ମାଫିଆଙ୍କ ନିଦ ହଜାଇଛି ଜୟପୁର ସଦର ପୋଲିସ୍ । ଜୟପୁର ସଦର ପୋଲିସ କରୁଛି ଗୋ-ଗ୍ରୀନ୍ ଅପେରେସନ । ପୋଲିସର ଫୋକସରେ ଏବେ ଗଞ୍ଜେଇ ମାଫିଆ । ଗଞ୍ଜେଇ ଚୋରା ଚାଲାଣରେ ମାଫିଆ ସବୁଜ ଜହରକୁ ପାସ୍ କରିବା ପାଇଁ ଜୟପୁର ହବ୍ ପାଲଟି ଥିବାବେଳେ ପୋଲିସ ମାଫିଆ ପାଇଁ ଏକ ସ୍ଵତନ୍ତ୍ର ଜାଲ ବିଛାଇ ରଖିଛି । ଗତ ୯/୮/୨୦୨୦ ରେ ସଦର ଥାନାରେ ଏକ NDPS କେସ୍ ନମ୍ବର ୧୪୭ ରୁଜୁ ହୋଇଥିଲା । ସେହି ମାମଲାରେ ୪ ଗଞ୍ଜେଇ ମାଫିଆ ଗିରଫ ହୋଇଥିବା ବେଳେ ୯ କୁଇଣ୍ଟାଲ ଗଞ୍ଜେଇ ଜବତ ସହ ୩ଲକ୍ଷ ଟଙ୍କା, ଗୋଟିଏ ବୋଲେରୋ, ଗୋଟିଏ ଟ୍ରକକୁ ଜବତ କରିଥିଲା ପୋଲିସ ।

{"id":420706,"sizeSlug":"large","linkDestination":"none"}

୪ ଗଞ୍ଜେଇ ମାଫିଆଙ୍କ ମଧ୍ୟରୁ ୨ ଜଣ ମାଫିଆ ତଥା ସୁଦର୍ଶନ ପାଣିଗ୍ରାହୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୨୧ ଲକ୍ଷ ୮୦ ହଜାର ଏବଂ ଗୋପୀନାଥ ନିରିକିଙ୍କଠାରୁ ୬୭ ଲକ୍ଷ୬୮ ହଜାର ଟଙ୍କା ସର୍ବମୋଟ୍ ୯୬ ଲକ୍ଷ ୫୦ ହଜାର  ବିଭିନ୍ନ ଆକାଉଣ୍ଟରୁ ସିଜ୍ କରିଛି ପୋଲିସ । ଏଇ ଦୁଇ ମାଫିଆ ଜୟପୁର ବ୍ଲକ ଜଲାପୁଟ ଅଞ୍ଚଳର ବୋଲି ପୋଲିସ ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.