Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜୟପୁର ନିର୍ବାଚନମଣ୍ଡଳୀରେ ବୁଥ୍ ରିଗିଂ ଘଟଣା : ବିଜେପି ପରେ କଂଗ୍ରେସ ଏବେ ଆକ୍ସନ ମୁଡରେ

14/04/2019 at 7:02 PM

ଜୟପୁର ୧୪|୪: ଜୟପୁର ନିର୍ବାଚନ ମଣ୍ଡଳୀ ମୁଖିଖୁଡପି ବୁଥ ରିଗିଂ ଘଟଣାରେ ବିଜେପି ପରେ କଂଗ୍ରେସ ଏବେ ଆକ୍ସନ ମୁଡରେ । ମୁଖ୍ୟ ଅଭିଯୁକ୍ତକୁ ଗିରଫ ଦାବିରେ ଆଜି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ ଜୟପୁର ସଦର ଥାନା ଘେରାଉ କରିଥିଲେ। ଏହା ସହ ଶାସକ ଦଳର ଚାପରେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୋଲିସ ପଛଘୁଞ୍ଚା ଦେଉଥିବା ଅଭିଯୋଗ କରିଛି କଂଗ୍ରେସ।ଗତ ୧୧ ତାରିଖରେ ଭୋଟ ଗ୍ରହଣ ସମୟରେ ମୁଖିଖୁଡପି ବୁଥରେ କିଛି ଯୁବକ ପସି ଭୋଟରଙ୍କୁ ଧମକ ଚମକ ଦେବା ସହ ବିଜେଡି ସପକ୍ଷରେ ଭୋଟ୍ ଦେବାକୁ ଭୋଟରଙ୍କୁ ଧମକ ଚମକ ଦେଇଥିବା ଗତକାଲି ବିଜେପି ବି ଅଭିଯୋଗ କରିଥିଲା ।

   Related Posts