ସମ୍ବଲପୁରରୁ ଜୟନାରାୟଣ ଓ ମହାଙ୍ଗାରୁ ଜିତିଲେ ପ୍ରତାପ ଜେନା, ହାରିଲେ ରାସେସ୍ବରୀ
23/05/2019 at 7:56 PM

ଭୁବନେଶ୍ବର୨୩|୫: ସମ୍ବଲପୁର ବିଧାନସଭା ନିର୍ବାଚନମଣ୍ଡଳିରୁ ବିଜେପି ହେଭିଓ୍ୱେଟ୍ ନେତା ଜୟନାରାୟଣ ମିଶ୍ର ବିଜୟୀ ହୋଇଛନ୍ତି। ଏଠାରେ ଜୟନାରାୟଣଙ୍କ ସହ ଶାସକ ବିଜେଡି ନେତ୍ରୀ ଡ. ରାସେଶ୍ବରୀ ପ୍ରାଣିଗ୍ରାହୀ ଓ କଂଗ୍ରେସ ପ୍ରାର୍ଥୀ ଡା.ଅଶ୍ବିନୀ ପୂଜହାରୀ ପ୍ରତିଧ୍ବନ୍ଦ୍ବୀତା ହୋଇଥିଲା। ତେବେ ଜୟନାରାୟଣଙ୍କୁ ୫୬ ହଜାର ୮୬୨ଟି ଭୋଟ ମିଳିଥିବା ବେଳେ ୫୨ ହଜାର ୫୬୬ଟି ଭୋଟ ପାଇ ରାସେଶ୍ବରୀ ଦ୍ବିତୀୟ ସ୍ଥାନରେ ଥିବା ବେଳେ ଡା.ପୂଜହାରୀ ୧୧ ହଜାର ୫୪୭ଟି ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି ।
ତେବେ ବିଜେଡି ହେବି ପ୍ରତାପ ଜେନା ମାହାଙ୍ଗା ବିଧାନସଭା ନିର୍ବାଚନ ମଣ୍ଡଳିରୁ ବିଜୟୀ ହୋଇଛନ୍ତି । ପୂର୍ବତନ ସ୍ବାସ୍ଥ୍ୟ, ସୂଚନା ଓ ଆଇନମନ୍ତ୍ରୀଙ୍କୁ ୭୭ ହଜାର ୭୭୮ଟି ଭୋଟ ମିଳିଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ଶାରଦା ପ୍ରସାଦ ପ୍ରଧାନ ୫୯ ହଜାର ୧୫୫ଟି ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଏଠାରେ ପ୍ରତିଦ୍ବନ୍ଦ୍ବୀତା କରୁଥବା କଂଗ୍ରେସର ଦେବେନ୍ଦ୍ର କୁମାର ସାହୁ ୧୨ ହଜାର ୩୩୮ଟି ଭୋଟ ପାଇ ତୃତୀୟ ସ୍ଥାନରେ ରହଛନ୍ତି।