ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା : ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ଆଣି ପୋଲିସ କମିଶନରଙ୍କୁ ନ୍ୟାୟ ମାଗିଲେ ପରିବାରଲୋକ

Published By : Prameya-News7 Bureau | December 21, 2020 IST

ଭୁବନେଶ୍ବର ୨୧।୧୨: ଖଣ୍ଡଗିରି ଜୟଦେବ ବାଟିକାରେ ଯୁବତୀଙ୍କ ମୃତ୍ୟୁକୁ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରି ପୀଡିତାଙ୍କ ପରିବାର ସୋମବାର ପୋଲିସ କମିଶନରଙ୍କୁ ନ୍ୟାୟ ମାଗିଛନ୍ତି । ଯୁବତୀଙ୍କୁ ପଡୋଶୀ ଜଣେ ଯୁବକ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାରେ ସଠିକ୍ ତଦନ୍ତ କରୁନଥିବାରୁ ପରିବାର ଲୋକେ ପୋଲିସ କମିଶନରଙ୍କୁ ଭେଟିବାକୁ ଆସିଥିଲେ । ତେବେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସେ ତାଙ୍କ ଅଭିଯୋଗ ରଖିଛନ୍ତି ।

ଭୁବନେଶ୍ବର ସ୍ଥିତ ଜୟଦେବ ବାଟିକାରେ ୫୩ ନମ୍ବର ପିଣ୍ଡି ନିକଟରେ ଏକ ଥୁଣ୍ଟା ଗଛରେ ନଭେମ୍ବର ୧୧ ତାରିଖରେ ଯୁବତୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ପରେ ପରିବାର ଲୋକେ ତାଙ୍କ ଝିଅକୁ ଚିହ୍ନିବା ସହ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଥିଲେ । ପୋଲିସ ସଠିକ୍ ତଦନ୍ତ କରୁନଥିବା ଅଭିଯୋଗ କରିଛନ୍ତି ପୀଡିତାଙ୍କ ପରିବାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.