ଉପେକ୍ଷିତ ଗାଁ ସାଥୀ: ଏମିତି ଅଭିଯୋଗ ଆଣିଲା ଜୟଦେବ ଗାଁ ସାଥୀ ମିଳିତ କ୍ରିୟାନୁଷ୍ଠାନ କମିଟି

Published By : Prameya-News7 Bureau | October 24, 2021 IST

ବାଲିପାଟଣା ୨୪/୧୦: ୨୦୦୮ ମସିହାରୁ ନିଯୁକ୍ତି  ହୋଇ କାର୍ଯ୍ୟ କରିଆସୁଥିବା ଗାଁ ସାଥୀମାନଙ୍କୁ ପ୍ରାଧାନ୍ୟ ଦିଆଯାଉନି । ଗ୍ରାମରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଗାଁ ସାଥୀଙ୍କୁ ଖୋଜା ପଡୁନି । ସରକାରୀ ଅଧିକାରୀ କିମ୍ବା ଯନ୍ତ୍ରୀ କେହି  ମଧ୍ୟ ଗାଁ ସାଥିଙ୍କୁ ସହଯୋଗ କରୁନଥିବା ଅଭିଯୋଗ ଆଣିଛି ଗାଁ ସାଥୀ ସଂଘ ଜୟଦେବ ଗାଁ ସାଥୀ ମିଳିତ କ୍ରିୟାନୁଷ୍ଠାନ କମିଟି।

ରବିବାର ବାଲିପାଟଣା ବ୍ଲକ କୁଳିରା ଗ୍ରାମରେ ସଂଘର ସମସ୍ତ ସଦସ୍ୟ ଏକତ୍ରୀତ ହେବା ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଏମଜିଏନଆରଇଜିଏ କାର୍ଯ୍ୟରେ ମଜୁରିଆଙ୍କ ସ୍ଥାନରେ ମେସିନ୍ କାମ କରୁଛି । ଗାଁ ସାଥୀମାନେ ସଠିକ୍ ଭାବେ ତାଙ୍କ ପାରିଶ୍ରମିକ ପାଉନାହାଁନ୍ତି ।

{"id":532575,"width":703,"height":395,"sizeSlug":"full","linkDestination":"none"}

ଏମିତି ଅଭିଯୋଗ ଆଣିଛନ୍ତି ଗାଁ ସାଥୀ । ସରକାରଙ୍କ ପକ୍ଷରୁ ଗାଁ ସାଥୀଙ୍କୁ ପରିଚୟ ପତ୍ର ପ୍ରଦାନ, ମାସିକ ପ୍ରୋତ୍ସାହନ ରାଶି ପ୍ରଦାନ କରିବା, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଗାଁ ସାଥୀଙ୍କୁ ସାମିଲ୍ କରିବା ଆଦି ଦାବି ରଖିଛି ସଂଘ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.