Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ପିଆଇବିର ପ୍ରମୁଖ ମହାନିର୍ଦେଶକ ଭାବେ ଦାୟିତ୍ବ ନେଲେ ଜୟଦୀପ ଭଟ୍ଟନାଗର

1/03/2021 at 8:09 PM

ନୂଆଦିଲ୍ଲୀ ୦୧/୦୩ : ପ୍ରେସ୍‌ ଇନଫରମେସନ୍‌ ବ୍ୟୁରୋ (ପିଆଇବି)ର ପ୍ରମୁଖ ମହାନିର୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଜୟଦୀପ ଭଟ୍ଟନାଗର । ୧୯୮୬ ବ୍ୟାଚ୍‌ର ଭାରତୀୟ ସୂଚନା ଅଧିକାରୀ ଭାବେ କାର୍ଯ୍ୟ ଆରମ୍ଭ କରିଥିବା ଜୟଦୀପ ଭଟ୍ଟନାଗର ଏହା ପୂର୍ବରୁ ଦୂରଦର୍ଶନ ସମାଚାର ବିଭାଗ ଏବଂ ଦୂରଦର୍ଶନର ବାଣିଜ୍ୟ, ବିକ୍ରୟ ଓ ମାର୍କେଟିଂ ବିଭାଗର ବ୍ୟବସାୟିକ ମୁଖ୍ୟ ଥିଲେ ।

ଏହା ସହିତ ଜୟଦୀପ ଭଟ୍ଟନାଗର ପଶ୍ଚିମ ଏସିଆର ୨୦ଟି ଦେଶ ପାଇଁ ପ୍ରସାର ଭାରତୀ ତରଫରୁ ସ୍ବତନ୍ତ୍ର ସମ୍ବାଦଦାତା ଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି । ପରେ ସେ ଆକାଶବାଣୀ ନ୍ୟୁଜ୍‌ ସର୍ଭିସେସ୍‌ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟପରିଚାଳନା କରିଥିଲେ । ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମାସ୍‌ କମ୍ୟୁନିକେସନ୍‌ରେ ସେ ରେଜିଷ୍ଟ୍ରାର ଭାବେ କାର୍ଯ୍ୟରତ ଥିଲେ । ଏପରି ଅନେକ ସଂସ୍ଥା ସହିତ ଜୟଦୀପ ଭଟ୍ଟନାଗର ଜଡିତ ଥିଲେ । ପିଆଇବିର ମୁଖ୍ୟ ଭାବେ ଦାୟିତ୍ବ ନେବା ପୂର୍ବରୁ ଏହି ବିଭାଗରେ ସେ ବିଭିନ୍ନ ପଦବୀରେ ଥାଇ ସୂଚାରୁ ରୂପେ ଦାୟିତ୍ବ ତୁଲାଇଛନ୍ତି । ତାଙ୍କ ପୂର୍ବରୁ ପିଆଇବିର ମୁଖ୍ୟ ଥିଲେ କୁଲଦୀବ ସିଂ ଧତଓ୍ବାଲିଆ । ୨୮ ଫେବୃଆରୀ ୨୦୨୧ରେ ସେ ଅବସର ନେବା ପରେ ଜୟଦୀପ ଭଟ୍ଟନାଗରଙ୍କୁ ଦାୟିତ୍ବ ଭାର ହସ୍ତାନ୍ତର କରାଯାଇଛି ।   

   Related Posts