ପରିବାର ରାଜନୀତି : ବାପା ବିଜେପିରୁ ଲଢ଼ୁଥିବାବେଳେ ପୁଅ କରୁଛନ୍ତି ବିଜେଡି ପ୍ରଚାର

Published By : Prameya-News7 Bureau | March 25, 2019 IST

ଭୁବନେଶ୍ୱର ୨୫/୩ : ବାପା ବିଜେପିର କୋରାପୁଟ ଲୋକସଭା ପ୍ରାର୍ଥୀ | ଆଉ ପୁଅ ବିଜେଡିର ବିଜୟ ଲାଗି ଫୁଲ୍ ଦମରେ କରୁଛନ୍ତି ପ୍ରୟାସ | ବାପାଙ୍କ ଦଳ କର୍ମୀମାନେ ପଦ୍ମ ସମର୍ଥକଙ୍କୁ ବୁଝାଇ ସୁଝାଇ ଶଙ୍ଖ କ୍ୟାମ୍ପରେ ମିଶାଉଛନ୍ତି | ଆମେ କହୁଛୁ ଜୟରାମ ପାଙ୍ଗି ଓ ଅଶୋକ ପାଙ୍ଗିଙ୍କ କଥା | କୋରାପୁଟର ବିଜେପି ପ୍ରାର୍ଥୀ ଭାବେ ଜୟରାମ ଲଢୁଥିବା ବେଳେ ତାଙ୍କ ପୁଅ ଅଶୋକ ବିଜେଡିରୁ ପଟ୍ଟାଙ୍ଗି ବିଧାନସଭା ଆଶାୟୀ ଥିଲେ | ଟିକଟ ମିଳିଲାନି | ତଥାପି ବିଜେଡି ବିଜୟ ଲାଗି କିଛି ବିଜେପିଙ୍କୁ କର୍ମୀଙ୍କୁ ଆଣି ନବୀନ ନିବାସରେ ଶଙ୍ଖ ଧରାଇଛନ୍ତି | ବାପା-ପୁଅ ଭିତରର ଏ ଫାଇଟ୍ ଦେଖି ଲାଗୁଛି, ସତରେ ୨୦୧୯ ନିର୍ବାଚନ ବେଶ୍ ରୋଚକ ହେବାକୁ ଯାଉଛି |

{"id":96677,"align":"center"}

ଅଶୋକ ପାଙ୍ଗି କହିଛନ୍ତି ଯେ, ସେ ପଟାଂଗୀରୁ ଲଢ଼ିବା ପାଇଁ ୱାସେଇଥିଲେ କିନ୍ତୁ ତାଙ୍କୁ ଟିକେଟ ମିଳିନଥିଲା | ତେବେ ସେ ଟିକେଟ ନପାଇଲେ ମଧ୍ୟ ଦଳ ପାଇଁ ପ୍ରଚାର କରିବେ ବୋଲି କହିଛନ୍ତି | ସେ କହିଛନ୍ତି ରାଜନୀତି ରାଜନୀତି ବାଟରେ ଘର ପରିବାର ତା'ବାଟରେ | ସେ ବାପାଙ୍କ ବିରୋଧରେ ବିଜେଡି ପାଇଁ ପ୍ରଚାର କରିବେ ବୋଲି କହିଛନ୍ତି | ସେ କହିଛନ୍ତି ଆମେ ଉଭୟ ଗୋଟିଏ ଗୋଟିଏ ଦଳରେ ଅଛୁ ଏବଂ ଉଭୟ ଦଳ ପାଇଁ କାମ କରୁଛୁ | ଗୋଟିଏ ପରିବାର ଥାଏ ମଧ୍ୟ ଉଭୟ ନିଜ ନିଜ ଦଳକୁ ସପୋର୍ଟ କରୁଛୁ ବୋଲି କହିଛନ୍ତି ଅଶୋକ |

{"id":96678,"align":"center"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.