ନିର୍ବାଚନ ଲଢୁଛନ୍ତି ଜୟା ପ୍ରଦା, ପ୍ରଥମ ସ୍ତ୍ରୀଙ୍କୁ ଛାଡପତ୍ର ଦେଇନଥିବା ଚିତ୍ର ନିର୍ମାତାଙ୍କୁ ହୋଇଥିଲେ ବାହା, ଏବେ ଡେବ୍ୟୁ ଅପେକ୍ଷାରେ ପୋଷ୍ୟ ସନ୍ତାନ

Published By : Prameya-News7 Bureau | April 04, 2019 IST

wp:heading {"level":5}
ମୁମ୍ବାଇ୪|୪: ବଲିଉଡରେ ୯୦ ଦଶକର ଏମିତି ଅନେକ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯିଏ ଆଜି ମଧ୍ୟ ଲୋକଙ୍କ ଦିଲ୍‌ରେ ରାଜ କରନ୍ତି। ଫିଲ୍ମ ଜଗତରେ କାମ ନକରୁଥିଲେ ମଧ୍ୟ ସେମାନେ ଚିର ଦିନ ଦର୍ଶକଙ୍କ ହୃଦୟରେ ରହିଥାନ୍ତି। ଏକଦା ସିନେମା ଜଗତରେ ସେମାନେ ସେମାନଙ୍କ ସୌନ୍ଦର୍ଯ୍ୟ ଓ ଅଭିନୟ ପାଇଁ ବେଶ ଚର୍ଚ୍ଚାରେ ରହିଥିଲେ । ଅଭିନୟରୁ ଲୋକପ୍ରିୟତା ମଧ୍ୟ ହାସଲ କରିଥିଲେ। ସେମିତି ଜଣେ ଅଭିନେତ୍ରୀ ହେଲେ ଜୟା ପ୍ରଦା । ଯିଏ ବଲିଉଡକୁ ବହୁ ହିଟ୍‌ ଫିଲ୍ମ ଦେଇଛନ୍ତି। ଅମିତାଭ ବଚ୍ଚନ, ଧର୍ମେନ୍ଦ୍ର, ଜିତେନ୍ଦ୍ର ଓ ଅନ୍ୟାନ୍ୟ ବଡ ଅଭିନେତାଙ୍କ ସହ କାମ କରିଛନ୍ତି ଜୟାପ୍ରଦା।
/wp:heading {"id":100080}

୧୯୮୬ ମସିହାରେ ଚଳଚ୍ଚିତ୍ର  ନିର୍ମାତା ଶ୍ରୀକାନ୍ତ ନାହଟାଙ୍କୁ ବିବାହ କରିଥିଲେ ଜୟା । ଶ୍ରୀକାନ୍ତ ବିବାହିତ ଥିଲେ। ତାଙ୍କ ପ୍ରଥମ ସ୍ତ୍ରୀଙ୍କ ନାଁ ଚନ୍ଦ୍ରା ଓ ଉଭୟଙ୍କର ୩ଟି ସନ୍ତାନ ଥିଲେ। ଶ୍ରୀକାନ୍ତ ଓ ଜୟାପ୍ରଦାଙ୍କ ବିବାହ ଅନେକ ବିବାଦ ସୃଷ୍ଟି କରିଥିଲା। କାରଣ ସେ ତାଙ୍କ ପ୍ରଥମ ସ୍ତ୍ରୀଙ୍କୁ ଛାଡପତ୍ର ଦେଇନଥିଲେ। ପ୍ରଥମ ସ୍ତ୍ରୀ ଥାଉ ଥାଉ ସେ ଦ୍ବିତୀୟ ବିବାହ କରିଥିଲେ। ଶ୍ରୀକାନ୍ତ ଓ ଜୟାଙ୍କର କୌଣସି ସନ୍ତାନ ନାହାନ୍ତି। ବଲିଉଡର ପ୍ରତିଷ୍ଠିତ ଅଭିନେତ୍ରୀ ଜୟାପ୍ରଦା

{"id":100083}

ଏବେ ବେଶ ଚର୍ଚ୍ଚାରେ ଅଛନ୍ତି। ଲୋକସଭା ନିର୍ବାଚନ ପାଇଁ ଜୟାପ୍ରଦା ଖୁବ୍‌ କସରତ କରୁଛନ୍ତି।  ୧୯୯୪ ମସିହାରେ ଜୟା ତେଲୁଗୁ ଦେଶମ ପାର୍ଟିରେ ସାମିଲ ହୋଇଥିଲେ। ୧୯୯୬ ମସିହାରେ ସେ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୪ ମସିହା ସାଧାରଣ ନିର୍ବାଚନରେ ରାମପୁର ଲୋକସଭା ଆସନରୁ ନିର୍ବାଚନ ଲଢି ନିର୍ବାଚିତ ହୋଇଥିଲେ।

{"id":100084}

ତେବେ ଖୁବ ଶିଘ୍ର ଜୟାପ୍ରଦାଙ୍କ ପୁଅ ବଲିଉଡରେ ପାଦ ଦେବାକୁ ଯାଉଛନ୍ତି। ଜୟାପ୍ରଦାଙ୍କ ପୋଷ୍ୟ ସନ୍ତାନ ସିଦ୍ଧାର୍ଥ ନାଁରେ ପରିଚିତ।ସିଦ୍ଧାର୍ଥ ଏବେ ସାଉଥ ସିନେମା ଜଗତରେ କାମ କରୁଛନ୍ତି।ସିଦ୍ଧାର୍ଥ କୌଣସି ବଲିଉଡ ସୁପରଷ୍ଟାରଙ୍କଠୁ କମ ନୁହଁ।  ତେଣୁ ମାଙ୍କ ଭଳି ସେ ବଲିଉଡରେ ଧମାଲ କରୁଛନ୍ତି କି ନାହିଁ ଏହି ଅପେକ୍ଷାରେ ଦର୍ଶକ ଅଛନ୍ତି।     

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.