ନିଜଠୁ ୨୦ ବର୍ଷ ବଡ ଅଭିନେତା ରାଜେଶ ଖାନ୍ନାଙ୍କ ବାହୁବନ୍ଧନରେ ଦିନେ ହଜିଯାଇଥିଲେ ଆଜିର ରାଜନେତ୍ରୀ ଜୟାପ୍ରଦା, ବିବାଦିତ ହୋଇଥିଲା ଭିଡିଓ

Published By : Prameya-News7 Bureau | March 30, 2019 IST

wp:heading {"level":5}
ମୁମ୍ୱାଇ୩୦|୩: ବଲିଉଡର ପ୍ରତିଷ୍ଠିତ ଅଭିନେତ୍ରୀ ଜୟାପ୍ରଦା ଏବେ ବେଶ ଚର୍ଚ୍ଚାରେ ଅଛନ୍ତି। ଆଗାମୀ ଲୋକସଭା ନିର୍ବାଚନ ଲଢିବା ପାଇଁ ଜୟାପ୍ରଦା ଖୁବ୍‌ କସରତ କରୁଛନ୍ତି। ଭାରତୀୟ ଜନତା ପାର୍ଟି ନିର୍ବାଚନ ଲଢିବା ପାଇଁ ଜୟାପ୍ରଦାଙ୍କୁ ମଇଦାନକୁ ଆଣିଛନ୍ତି। ରାମପୁରରୁ ନିର୍ବାଚନ ଲଢିବା ପାଇଁ ସେ ମଇଦାନକୁ ଓହ୍ଲାଇଛନ୍ତି। ସମାଜବାଦୀ ପାର୍ଟିର ନେତା ଓ ଉତ୍ତରପ୍ରଦେଶର ପୂର୍ବତନ ମନ୍ତ୍ରୀ ଆଜମ ଖାନଙ୍କୁ ଟକ୍କର ଦେବେ ଜୟାପ୍ରଦା।
/wp:heading {"id":98431}
wp:heading {"level":5}
ସିନେମା ଜଗତରେ ଜୟା ତାଙ୍କ ଅଭିନୟ ପାଇଁ ବେଶ ଚର୍ଚ୍ଚାରେ ରହୁଥିଲେ। ଗୋଟେ ସମୟରେ ଫିଲ୍ମି ଜଗତରେ ଅଧିକ ଆୟ କରୁଥିବା ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ଥିଲେ ଜୟା। ଅଭିନୟ ଜଗତରୁ ସେ ଦୂରେଇ ଯାଇଛନ୍ତି ସତ କିନ୍ତୁ ରାଜନେତା ଭାବେ ସେ ଏବେ ପରିଚିତ। ତେଲୁଗୁ ସିନେମା ଜଗତରେ ଅଭିନୟ କରି ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ। କିନ୍ତୁ ପ୍ରକୃତରେ ସେ ବଲିଉଡରେ ଅଭିନୟ କରିବା ପରେ ପ୍ରତିଷ୍ଠା ହାସଲ କରିଥିଲେ। ବଲିଉଡ ମାଧ୍ୟମରେ ସେ ତାଙ୍କର ନୂଆ ପରିଚୟ ତିଆରି କରିବାରେ ସଫଳ ହୋଇଥିଲେ।
/wp:heading {"id":98432,"width":548,"height":411}
wp:heading {"level":5}
୧୯୭୪ ମସିହାରେ ରିଲିଜ ହୋଇଥିବା ଫିଲ୍ମ ଭୂମି କସମରେ ଅଭିନୟ କରି ସେ ହିନ୍ଦି ସିନେମା ଜଗତରେ ପାଦ ଦେଇଥିଲେ । ଜୟା ତାଙ୍କ କ୍ୟାରିଅରରେ ପାଖାପାଖି ୨୦୦ ସିନେମାରେ ଅଭିନୟ କରିଛନ୍ତି। ସେହି ସମୟରେ ତାଙ୍କୁ ଅନେକ ବିବାଦର ମଧ୍ୟ ସାମ୍ନା କରିବାକୁ ପଡିଥିଲା। ଜିତେନ୍ଦ୍ରଙ୍କ ସହ ଜୟାଙ୍କ ଯୋଡି ହିଟ୍‌ ଥିଲା । ବରିଷ୍ଠ ଅଭିନେତା ରାଜେଶ ଖନ୍ନାଙ୍କ ସହ ମଧ୍ୟ ଜୟା କାମ କରିଛନ୍ତି। କିନ୍ତୁ ଏକ ଅନ୍ତରଂଗ ସିନ ପାଇଁ ସେ ବେଶ ବିବାଦରେ ଥିଲେ।
/wp:heading {"id":98433,"width":558,"height":419}
wp:heading {"level":5}
ହିନ୍ଦି ଫିଲ୍ମର ଗୀତ ଆ ଜାନେମନ ଆଜ ତୁଝେରେ ଜୟା ଓ ରାଜେଶଙ୍କ ବୋଲ୍ଡ ସିନ ଦେଖି ସମସ୍ତେ ଆଚମ୍ୱିତ ହୋଇଥିଲେ। ୨୦ ବର୍ଷ ବଡ ଅଭିନେତା ରାଜେଶ ଖନ୍ନାଙ୍କ ସହ ଜୟାଙ୍କୁ ଏହି ଅବତାରରେ ଦେଖିବାକୁ ଦର୍ଶକ ପସନ୍ଦ କରିନଥିଲେ। ଏହି ଗୀତ ପାଇଁ ସେହି ସମୟରେ ଅନେକ ବିବାଦ ସୃଷ୍ଟି ହୋଇଥିଲା।
/wp:heading wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.