Sunday, July 21, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଖାକି ଚଡି ପ୍ରସଂଗରେ ଆଜମ ଖାନଙ୍କୁ ଜୟା ପ୍ରଦା ପଚାରିଲେ ‘ଘରେ ମା’ ଭଉଣୀ ନାହାନ୍ତି କି ?’

ରାମପୁର ୧୫/୪ : ସମାଜବାଦୀ ପାର୍ଟି ନେତା ତଥା ପୂର୍ବତନ ମନ୍ତ୍ରୀ ଆଜମ ଖାନଙ୍କ ବୟାନକୁ ନେଇ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି | ରାମପୁର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଜୟା ପ୍ରଦା ଆଜମ ଖାନଙ୍କ ମନ୍ତବ୍ୟ ଉପରେ ଜବାବ ରଖିଛନ୍ତି | ସେ ସିଧାସଳଖ ଆଜମ ଖାନଙ୍କୁ ପ୍ରଶ୍ନ କରିଛନ୍ତି ଯେ, କ’ଣ ତାଙ୍କ ଘରେ ମା ଭଉଣୀ ନାହାନ୍ତି କି ? ନିଜ ଘରେ ମା ଭଉଣୀ ନଥିଲେ ଲୋକେ ଏହିଭଳି ମନ୍ତବ୍ୟ ଦେଇଥାନ୍ତି ବୋଲି କହିଛନ୍ତି ଜୟା ପ୍ରଦା | ସେ କହିଛନ୍ତି ଆଜମ ଖାନଙ୍କ ମନ୍ତବ୍ୟ ଶୁଣିବା ପରେ ସେ ରାମପୁର ଛାଡି କୁଆଡେ ଯିବେନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି | ଜୟ ପ୍ରଦା ଖାକି ରଙ୍ଗର ଚଡି ପିନ୍ଧନ୍ତି ବୋଲି ଆଜମ ଖାନ ଟିପ୍ପଣୀ ଦେଇଥିଲେ ।


ରାମପୁର ଲୋକସଭା ଆସନରୁ ସମାଜବାଦୀ ପ୍ରାର୍ଥୀ ଆଜମ ଖାନ ନିଜର ପ୍ରତିଦ୍ବନ୍ଦୀ ଜୟା ପ୍ରଦାଙ୍କ ସମ୍ପର୍କରେ ବ୍ୟକ୍ତିଗତ ମନ୍ତବ୍ୟ ଦେଇଥିଲେ | ଆଜମ ଖାନଙ୍କ ମନ୍ତବ୍ୟକୁ ନେଇ ଖୁବ ଆଲୋଚନା ହୋଇଥିଲା | ଏହାପରେ ଜୟା ପ୍ରଦା ନିଜେ ମୁହଁ ଖୋଲିଛନ୍ତି | ଆଜମ ଖାନ ନିହାତି ଅସଭ୍ୟ ଭାଷା କହିଛନ୍ତି, ଯାହା ସେ ନିଜ ମୁହଁରେ ଦୋହରାଇବାକୁ ଚାହୁଁ ନାହାନ୍ତି ବୋଲି କହିଛନ୍ତି | ସେ ରାଗିଯାଇ କହିଛନ୍ତି ଯେ, ଏହି ଲୋକ ଆଉ କେବେ ହେଲେ ସୁଧୁରିବ ନାହିଁ | ରାମପୁର ଜନତା ତାଙ୍କୁ କେବେ ହେଲେ କ୍ଷମା କରିବେ ନାହିଁ |


ଆଜମ ଖାନଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖି ଜୟା ପ୍ରଦା କହିଥିଲେ ଯେ, ମୁଁ ମରିଯିବି କି, ମୁଁ ମରିଗଲେ ଆପଣଙ୍କ ମନ ଶାନ୍ତି ହେବ କି ?” ସେ ଖୋଲାଖୋଲି ଭାବେ ଆଜମ ଖାନଙ୍କୁ ଚେତାବନୀ ଦେଇଛନ୍ତି ଯେ, କୌଣସିମତେ ସେ ଆଜମ ଖାନଙ୍କୁ ନିଶ୍ଚୟ ପରାସ୍ତ କରିବେ |


ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ପୂର୍ବରୁ ଆଜମ ଖାନ ଜୟା ପ୍ରଦାଙ୍କୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ | ସେ କହିଥିଲେ ଯେ, ସେ ଜୟା ପ୍ରଦାଙ୍କ ଆଙ୍ଗୁଠି ଧରି ତାଙ୍କୁ ରାମପୁରକୁ ଆଣିଥିଲେ | ସେ ୧୦ ବର୍ଷ ସେଠାରେ ପ୍ରତିନିଧିତ୍ବ କରିଥିଲେ | କିନ୍ତୁ ତାଙ୍କର ଅସଲ ଚେହେରା ଦେଖିବାକୁ ଜନତାଙ୍କୁ ୧୭ ବର୍ଷ ଲାଗିଥିଲା | କିନ୍ତୁ ସେ ୧୭ ଦିନରେ ଜାଣି ଯାଇଥିଲେ ଯେ, ଜୟା ପ୍ରଦାଙ୍କ ଅଂତରବସ୍ତ୍ର ଖାକୀ ରଙ୍ଗର | ଆଜମ ଖାନଙ୍କ ଏହି ବୟାନ ପରେ ରାଜନୀତି ସରଗରମ ହୋଇଥିଲା |

457 Views

   ସମ୍ବନ୍ଧିତ ଖବର