ଏହି କାରଣ ପାଇଁ ଆତ୍ମହତ୍ୟା କରିବାକୁ ବାହାରିଥିଲେ ଜୟା ପ୍ରଦା ?
2/02/2019 at 4:43 PM

ମୁମ୍ବାଇ୨|୨: ବଲିଉଡ ଅଭିନେତ୍ରୀ ଜୟା ପ୍ରଦା ଆଜି ମଧ୍ୟ ଲୋକଙ୍କ ଦିଲ୍ରେ ରାଜ କରନ୍ତି। ୭୦, ୮୦ ଓ ୯୦ ଦଶକରେ ନିଜ ଅଭିନୟ ପାଇଁ ବେଶ ଚର୍ଚ୍ଚାରେ ରହୁଥିଲେ ଜୟା। ତେଲୁଗୁ, ତାମିଲ, ମରାଠି, ବେଙ୍ଗଲୀ, କନ୍ନଡ, ମଲାୟଲମ ଚଳଚ୍ଚିତ୍ରରେ ମଧ୍ୟ ଜୟା ଅଭିନୟ କରିଛନ୍ତି। ବଲିଉଡ ସହ ତେଲେଗୁ ସିନେମା ଜଗତରେ ଜୟା ପ୍ରଦା ଅନେକ ଲୋକପ୍ରିୟତା ହାସଲ କରିଥିଲେ। ବରିଷ୍ଠ ଅଭିନେତ୍ରୀ ଜୟାଙ୍କ ଅଭିନୟ ଲୋକଙ୍କୁ ମନ୍ତ୍ରମୁଗ୍ଧ କରୁଥିଲା। ସିନେମା ଜଗତରୁ ବିଦାୟ ନେଇଥିବା ଜୟା ଏବେ ଜଣେ ରାଜନେତ୍ରୀ ।

୧୯୯୪ ମସିହାରେ ଜୟା ପ୍ରଦା ତେଲେଗୁ ଦେଶମ ପାର୍ଟିରେ ଯୋଗ ଦେଇ ରାଜନୀତିରେ ପାଦ ଦେଇଥିଲେ। ରାଜନେତା ଅମର ସିଂହଙ୍କ ସହ ଜୟା ପ୍ରଦାଙ୍କ ସଂପର୍କ ଖୁବ୍ ଚର୍ଚ୍ଚାରେ ଥିଲା। ତେବେ ଏହା ନେଇ ଜୟା ମତ ଦେଇଥିଲେ ଯେ “ଯଦି ସେ ଅମର ସିଂହଙ୍କୁ ରାକ୍ଷି ବାନ୍ଧିଲେ ତାହେଲେବି ଲୋକେ ତାଙ୍କ ସଂପର୍କ ବିଷୟରେ ଚର୍ଚ୍ଚା କରିବେ।” ଅମର ସିଂହ ତାଙ୍କ ଗଡଫାଦର ବୋଲି ଜୟା ପ୍ରଦା କହିଛନ୍ତି। ସମାଜବାଦୀ ପାର୍ଟିର ନେତା ଆଜମ ଖାନ୍ଙ୍କ ଉପରେ ଜୟା ଅଭିଯୋଗ କରିଥିଲେ ଯେ ଆଜମ ତାଙ୍କ ଉପରେ ଏସିଡ ଆଟାକ୍ କରିବାର ଚେଷ୍ଟା କରିଥିଲେ। ଜୟାଙ୍କ ଜୀବନରେ ତାଙ୍କୁ ଅନେକ ଲୋକଙ୍କଠୁ ସହାୟତା ମିଳିଛି କିନ୍ତୁ ଅମର ସିଂହ ତାଙ୍କ ଗଡଫାଦର ।

ଅମରଙ୍କ ସ୍ଥାନ ଜୟାଙ୍କ ଜୀବନରେ ଖୁବ୍ ନିଆରା। ଆଜମ ଖାନ୍ଙ୍କ ବିପକ୍ଷରେ ନିର୍ବାଚନ ଲଢିବା ସମୟରେ ଜୟାଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଥିଲା। ସେ ଏମିତି ପରିସ୍ଥତିରେ ଥିଲେ ଯେ ଜଣେ ମହିଳା ହୋଇ ମଧ୍ୟ ତାଙ୍କ ମାଁଙ୍କ ସହ ଏହି ସବୁ ବିଷୟରେ କଥାବାର୍ତ୍ତା କରିପାରିନଥିଲେ। କାରଣ ନିର୍ବାଚନ ସମୟରେ ଜୟା ନିଜେ ଜାଣିଥିଲେ ସେ କଉଦିନ ଘରକୁ ଫେରିବେ କି ନାହିଁ। ରାତିରେ ଘରକୁ ଯିବା ଆସିବା ମଧ୍ୟ କଷ୍ଟକର ହୋଇଯାଇଥିଲା। ଜୟାଙ୍କୁ ଏସିଡ୍ ଆଟାକ୍ ଓ ଜୀବନରୁ ମାରିଦେବାର ଧମକ ଦିଆଯାଉଥିଲା। ସେହି ସମୟରେ ତାଙ୍କୁ କୌଣସି ପଲିଟିସିୟାନ୍ର ସହାୟତା ମିଳିନଥିଲା ବୋଲି ଜୟା କହିଛନ୍ତି।

ଯେବେ ଜୟାଙ୍କ ସହ ଅମରଙ୍କ ମର୍ଫେଡ୍ ଫଟୋ ଭାଇରାଲ ହେଲା ସେ ଆତ୍ମହତ୍ୟା କରିବାକୁ ଯାଉଥିଲେ। ତାଙ୍କ ନକଲୀ ଫଟୋ ଭାଇରାଲ୍ ହେଲା ପରେ ସେ ବଞ୍ଚିବାକୁ ଚାହୁଁନଥିଲେ ବୋଲି ଜୟା କହିଥିଲେ। ସେହି ସମୟରେ ଅନେକ କଷ୍ଟର ସାମ୍ନା କରିଥିଲେ ଜୟା। ତାଙ୍କୁ କାହାରି ସପୋର୍ଟ ମଧ୍ୟ ମିଳିନଥିଲା। ତେବେ ସେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଅମର ସିଂହଙ୍କୁ ରାକ୍ଷି ବାନ୍ଧିଲେବି ଲୋକେ ତାଙ୍କ ବିଷୟରେ ଚର୍ଚ୍ଚା କରିବେ ତେଣୁ ଏହି ସବୁ କଥାରୁ ତାଙ୍କୁ କିଛି ଫରକ ପଡୁ ନାହିଁ।
Related Posts
ଆସନ୍ତାକାଲିଠୁ ବଜେଟ ଅଧିବେଶନ, ସର୍ବଦଳୀୟ ବୈଠକ ଡାକିଲେ ରାଜ୍ୟସଭା ଅଧ୍ୟକ୍ଷ
28 January 2021
ନିଜ ଦଳ ସାଂସଦଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ବିଜେପି ବିଧାୟକ
27 January 2021