Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ନେଟ୍‌ ଦୁନିଆର ଫେବରାଇଟ ଟପିକ୍‌ ଜୟନ୍ତୀ ଏକ୍କାଙ୍କୁ ନିଜ ଗାଁରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା; ଆସନ୍ତୁ ଜାଣିବା ଏହି ମହିଳାଙ୍କ ସମ୍ପର୍କରେ…

16/11/2018 at 6:08 PM

ସୁନ୍ଦରଗଡ଼ ୧୬/୧୧ : ଦିନେ ପାଦେ ଚାଲିବାକୁ ଅନ୍ୟର ସହାୟତାର ହାତ ଲୋଡୁଥିଲେ ହେଲେ ଆଜି ସେ ଅନ୍ୟମାନଙ୍କୁ ହାତ ଧରି ବାଟ ଚାଲିବା ଶିଖାଉଛନ୍ତି। ଦିନେ ମୁଠେ ଆହାର ପାଇଁ ଡହଳ ବିକଳ ହେଉଥିବା ବେଳେ ଆଜି ସେ ଅନେକ ଭୋକିଲାଙ୍କ ମୁହଁରେ ଦେଇପାରିଛନ୍ତି ଅନ୍ନ । ଅନ୍ୟମାନଙ୍କ ପାଇଁ ଆଦର୍ଶ ପାଲଟିଥିବା ଏମିତି ଜଣେ ସଫଳ ମହିଳାଙ୍କ ସମ୍ପର୍କରେ ଆସନ୍ତୁ ଜାଣିବା ।…

ନିଜ ହସ ହସ କଥାରେ  କହି ମୁଖ୍ୟମନ୍ତ୍ରୀ  ଓ ପୁରା ସମ୍ମିଳନୀକୁ ସମ୍ମୋହନ କରିଥିବା ଏହି ମହିଳା ଏବେ ନେଟ୍‌ ଦୁନିଆର ଫେବରାଇଟ ଟପିକ୍‌।  ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ ତାଙ୍କୁ ଦେଇଛି ଏକ ଭିନ୍ନ ପରିଚୟ।  ରାଜଧାନୀରୁ ଯେତେବେଳେ ସେ ନିଜ ମାଟିରେ ଫେରିଥିଲେ ଏ ହେଉଛି ସହି ସମୟର ଚିତ୍ର। ପୂରା ଗାଁ ତାଙ୍କୁ ସ୍ବାଗତ ଜଣାଉଛି।  ଜୟନ୍ତୀ ଏକ୍କା, ସୁନ୍ଦରଗଡ ଜିଲ୍ଲା ବାଲିଶଙ୍କରା ଗାଁରେ ଏକ ଆଦିବାସୀ ପରିବାରରେ ଜନ୍ମ । ଆଠ ଭାଇଭଉଣୀଙ୍କ ମଧ୍ୟରେ ସବୁଠୁ ସାନ । ପିଲା ଦିନେ ପକ୍ଷାଘାତରେ ପୀଡ଼ିତ ହୋଇଥିଲେ । ଅତି ଦୁଃଖରେ କଟିଥିଲା ଶୈଶବ । ୨୦୦୧ ମସିହାରେ ମିଶନଶକ୍ତି ତାଙ୍କୁ ଶକ୍ତି ଦେଇଥିଲା। । ସେ ଗଠନ କରିଥିଲେ କଲ୍ୟାଣୀ  ଏସଏଚଜି।  ମାତ୍ର ୧୦ ହଜାର ଟଙ୍କାରୁ ଏହି ଏସଏଚଜି ବାର୍ଷିକ କୋଟିଏରୁ ଅଧିକ ଟଙ୍କାର କାରବାର କରୁଛି ।

ଦେଖନ୍ତୁ  ବାଲିଶଙ୍କରା ଗାଁର ଚିତ୍ର। କିଛି ବର୍ଷ ତଳେ ଝୁମ୍ପୁଡ଼ି ବସ୍ତି ଥିଲା ଏହି ଗାଁ , ଏବେ ଗାଁ ଲୋକଙ୍କ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହୋଇଛି। ଆଉ ଗାଁ ବି ହୋଇଛି ଏକ ଆଦର୍ଶ ଗାଁ। ଜୟନ୍ତୀଙ୍କୁ ଦେଖି ସ୍ଥାନୀୟ ଅଞ୍ଚଳର ଅନେକ ମହିଳା ଏବେ ଆତ୍ମନିର୍ଭର ଶୀଳ ହେବାର ସ୍ବପ୍ନ ଦେଖିଲେଣି ।…

ଜୟନ୍ତୀ ନିଜେ ବେଶୀ ପାଠ ପଢ଼ିନାହାଁନ୍ତି, ହେଲେ ନିଜର ଦୁଇ ଝିଅଙ୍କୁ ଉଚ୍ଚ ଶିକ୍ଷା ଦେବାକୁ ମନ ବଳାଇଛନ୍ତି । ଗ୍ରୁପର ସଦସ୍ୟମାନଙ୍କର ଜୀବନବୀମା କରାଇଛନ୍ତି। 

   Related Posts