ଜୟନାରାୟଣ ମିଶ୍ର ହେବେ ରାଜ୍ୟ ବିଧାନସଭାରେ ବିରୋଧୀଦଳ ନେତା !

Published By : Prameya-News7 Bureau | June 01, 2019 IST

ଭୁବନେଶ୍ବର ୧|୬: ୨୦୧୯ ନିର୍ବାଚନ ସରିଗଲାଣି,ଏପଟେ ବିଜେଡି ର ସରକାର ଗଠନ ପ୍ରକ୍ରିୟା ମଧ୍ୟ ସରିଗଲାଣି । ହେଲେ ତାଙ୍କୁ ଟକ୍କର ଦେବାକୁ ବିରୋଧୀ ଦଳ ନେତା କିଏ ହେବେ । ୨୩ ବିଧାୟକଙ୍କ ସହ ପ୍ରଥମ ଥର ବିରୋଧୀ ଦଳ ଆସନରେ ବସିବ ବିଜେପି। ସେପଟେ ମିଶନ ୱାନ୍ ଟ୍ବେଣ୍ଟି ସଫଳ ହୋଇ ନ ଥିଲେ ବି ବିଜେପି ଲାଗି ପ୍ରଥମ ଥର ବିରୋଧୀ ଦଳ ନେତା ବାଛିବାର ସୁଯୋଗ ରହିଛି । ହେଲେ ଏ ପର୍ଯ୍ୟନ୍ତ ବିଜେପି ର ସେ ପ୍ରକ୍ରିୟା ଆରମ୍ଭ ହେଇପାରିନାହିଁ ।  ଦିଲ୍ଲୀରୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଏବଂ ସମସ୍ତ ନିର୍ବାଚିତ ସଦସ୍ୟ ଫେରିଲେ ପାର୍ଟିର ବିଧାୟକ ଦଳ ବୈଠକ ବସିବ । ହେଲେ ଏହା ପୂର୍ବରୁ ସମ୍ଭାବ୍ୟ ନାଁକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ରେସରେ ସବୁଠାରୁ ଆଗରେ ରହିଛନ୍ତି ସମ୍ବଲପୁର ବିଧାୟକ ଭାବେ ନିର୍ବାଚିତ ଜୟନାରାୟଣ ମିଶ୍ର । ପୂର୍ବରୁ ୩ ଥର ବିଧାୟକ ହୋଇଛନ୍ତି, ମେଣ୍ଟ ଶାସନ ବେଳେ ମନ୍ତ୍ରୀ ବି ଥିଲେ ଜୟନାରାୟଣ । ବିଧାନସଭାର କାର୍ଯ୍ୟକ୍ରମକୁ ନେଇ ତାଙ୍କ ପାଖରେ ରହିଛି ଭରପୁର ଅଭିଜ୍ଞତା । ତେବେ ଏହି ପଦବୀ ଲାଗି ଜୟନାରାୟଣଙ୍କ ସହ ଭବାନୀପାଟଣାର ବିଧାୟକ ଭାବେ ନିର୍ବାଚିତ  ପ୍ରଦୀପ୍ତ କୁମାର ନାଏକଙ୍କ ଦାବିଦାରୀ ମଧ୍ୟ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.