Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମାକ୍ଷାନଗର : ସୁନ୍ଦରମୁଣ୍ଡି ଜଙ୍ଗଲରେ ଲାଗିଲା ନିଆଁ, ମୂଲ୍ୟବାନ ଗଛ ପୋଡି ପାଉଁଶ
  • ||
  • କୁଚିଣ୍ଡା : ଭଡାଘରେ ଚାଲିଥିଲା ସେକ୍ସ ରାକେଟ୍, ମହିଳା ସହ ୨ ଯୁବକଙ୍କୁ ଗିରଫ କଲା ପୋଲିସ
  • ||
  • ମୁନିଗୁଡା : ଆଶ୍ରମ ବିଦ୍ୟାଳୟ ହଷ୍ଟେଲରେ ୯ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅବହେଳା ଅଭିଯୋଗ ଆଣିଲେ ପରିବାର
  • ||
  • ଆର୍.ଉଦୟଗିରି : ଉପକାରାଗାରରୁ ୨ ବିଚାରାଧୀନ କଏଦୀ ଫେରାର, ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜେଲ୍‌ରେ ଥିଲେ
  • ||
  • ଚୌଦ୍ବାର : ଚାରବାଟିଆ ଏଆରସିରେ ପୁଣି ଅଗ୍ନିକାଣ୍ଡ, ନିଆଁ ଲିଭା କାର୍ଯ୍ୟରେ ଲାଗିଛି ୬ଟି ଦମକଳ ଗାଡି
  • ||
  • ଭୁବନେଶ୍ବର : ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକା, ୧୨ଟି ସରକାରୀ ଓ ୧୦ଟି ଘରୋଇ ହସ୍ପିଟାଲରେ ଟିକାଦାନ
  • ||
  • ସମ୍ବଲପୁର : ଭିସୁଟ୍‌ର ୨୫ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ, ସସପେଣ୍ଡ ହେଲା ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସ୍
  • ||
  • ନୀଳଗିରି : ଛିଣ୍ଡି ପଡିଲା ୧୧କେଭି ବିଦ୍ୟୁତ୍ ତାର, ଅଳ୍ପକେ ବର୍ତିଲେ ଗ୍ରାମବାସୀ
  • ||
  • ଭୁବନେଶ୍ବର : ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକା, ୧୨ଟି ସରକାରୀ ଓ ୧୦ଟି ଘରୋଇ ହସ୍ପିଟାଲରେ ଟିକାଦାନ
  • ||
  • ଋଷିକୁଲ୍ୟା ନଦୀପଠାରୁ ଆନ୍ଧ୍ରକୁ ବାଲି ଚାଲାଣ ଘଟଣା : ୭ଟି ବାଲି ବୋଝେଇ ଟ୍ରକ୍ ଜବତ କଲା ପୋଲିସ
  • ||

ବେଆଇନ ଭାବେ ବିନା ଅନୁମତିରେ ନିର୍ମାଣ ,ଭଙ୍ଗା ହେଲା ଜୟଦେବ ବିହାରର ଜୟଦେବ ଟାଓ୍ୱାର

23/10/2019 at 5:15 PM

ଭୁବନେଶ୍ୱର ୨୩।୧୦ – ଭଙ୍ଗାହେଲା ଜୟଦେବ ବିହାର ଛକରେ ଥିବା ଜୟଦେବ ଟାୱାରର ବେଆଇନ ନିର୍ମାଣ । ବିଡିଏର ବିନା ଅନୁମତିରେ ନିର୍ମାଣ ହୋଇଥିବା ଏହି ବିଲଡିଂର ଉପର ମହଲା ଓ ପାର୍କିଂ ସ୍ଥାନ ଉପରେ ବୁଲଡୋଜର ବୁଲିଛି ।

ହଠାତ୍ ଜୟଦେବ ବିହାର ଛକରେ ଥିବା ଜୟଦେବ ଟାଓ୍ବାର ନିକଟରେ ପହଞ୍ଚିଗଲେ ମାଳ ମାଳ ପୋଲିସ, ବୁଲଡୋଜର, ବିଡିଏ ଓ ବିଏମସି ଅଧିକାରୀ କର୍ମଚାରୀ ।କେହି କିଛି ବୁଝିବା ବେଳକୁ ବିଲଡିଂ ଉପରେ ଚଢିଗଲା ବୁଲଡୋଜର । କାରଣ ବିଲଡିଂର ମାଲିକ ବିଡିଏର ବିନା ଅନୁମତିରେ ପାଞ୍ଚ ମହଲା ଯାଏଁ ନିର୍ମାଣ କରିଥିଲେ । ଏହା ସହ ପାର୍କିଂ ସ୍ଥାନରେ ନିର୍ମାଣ କରି ଦିଆଯାଇଥିବା ଭଡା ଘରକୁ ମଧ୍ୟ ସମ୍ପୂର୍ଣ୍ଣ ଭାଙ୍ଗି ଦିଆଯାଇଛି । ୨୦୦୦ ମସିହାରେ ଚାରିମହଲା ପର୍ଯ୍ୟନ୍ତ ନିର୍ମାଣ ପାଇଁ ବିଡିଏ ଅନୁମତି ଦେଇଥିବା ବେଳେ, ଏହାର ମାଲିକ ସତ୍ୟ ଶେଖର ରଥ ବେଆଇନ ଭାବେ ଆଉ ଗୋଟିଏ ମହଲା ବଢାଇଦେଇଥିଲେ ।ଏହା ପରେ ଏହି ମାମଲା ତଳ କୋର୍ଟରୁ ଆରମ୍ଭ କରି ହାଇକୋର୍ଟଙ୍କ ପର୍ଯ୍ୟନ୍ତ ଯାଇଥିଲା । ଶେଷରେ  କୋର୍ଟ ମାଲିକଙ୍କ ବିପକ୍ଷରେ ରାୟ ଶୁଣାଇଛନ୍ତି ।

ସେପଟେ ଏହି ରାୟ ଆସିବା ପରେ ଆପାର୍ଟମେଣ୍ଟରେ ଘର କିଣିଥିବା ଗ୍ରାହକ ମାନେ ସବୁଠୁ ଅଧିକ ଖୁସି ହୋଇଛନ୍ତି ।କାରଣ ପାର୍କିଂ ଏରିଆରେ ମଧ୍ୟ ନିର୍ମାଣ ହୋଇଥିବାରୁ ସେମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ।ଏହି ଅଞ୍ଚଳକୁ ଖାଲି କରିବାପାଇଁ  ଆପାର୍ଟମେଣ୍ଟର କମିଟିକୁ ବହୁ ଘାତ ପ୍ରତିଘାତ ଦେଇ ଗତି କରିବାକୁ ପଡିଥିଲା । ଶେଷରେ ନ୍ୟାୟର ଜୟ ହୋଇଛି ବୋଲି କମିଟି ସଭାପତି କହିଛନ୍ତି।

   Related Posts