ବିଜେପିରେ ସାମିଲ ହେଲେ ଜୟାପ୍ରଦା : କହିଲେ ମୋଦିଙ୍କ ହାତରେ ଦେଶ ସୁରକ୍ଷିତ ଅଛି

Published By : Prameya-News7 Bureau | March 26, 2019 IST

ଦିଲ୍ଲୀ ୨୬/୩ : ଶେଷରେ ପଦ୍ମ ଧରିଲେ ବରିଷ୍ଠ ଅଭିନେତ୍ରୀ ଜୟାପ୍ରଦା | ଫିଲ୍ମ ଜଗତରେ ନାଁ କମେଇବା ପରେ ଏବେ ଜୟାପ୍ରଦା ରାଜନୀତିରେ ପାଦ ଥାପିଛନ୍ତି | ସେ ପୂର୍ବରୁ ତେଲୁଗୁ ଦେଶମ ପାର୍ଟିରେ ଥିଲେ | ତାପରେ ସମାଜବାଦୀ ପାର୍ଟିରେ ଯୋଗ ଦେଇଥିଲେ | ଆଜି ଜୟାପ୍ରଦା ବିଜେପିରେ ସାମିଲ ହୋଇଛନ୍ତି | ବିଜେପି ନେତା ଉପେନ୍ଦ୍ର ଯାଦବଙ୍କ ଉପସ୍ଥିତିରେ ଜୟାପ୍ରଦା ବିଜେପିରେ ଯୋଗ ଦେଇଛନ୍ତି | ସେ ବିଜେପିକୁ ଧନ୍ୟବାଦ ଜଣାଇ କହିଥିଲେ ଯେ, ମୋଦିଙ୍କ ହାତରେ ଦେଶ ସୁରକ୍ଷିତ | ତାଙ୍କର ପୁରା ଜୀବନ ବିଜେପି ପାଇଁ ସମର୍ପିତ ବୋଲି କହିଥିଲେ ଜୟାପ୍ରଦା |

{"id":96997,"width":571,"height":338}


ଜୟାପ୍ରଦା ରାମପୁରରୁ ଆଜମ ଖାନଙ୍କ ବିରୋଧରେ ଲଢ଼ିପାରନ୍ତି | ସମାଜବାଦୀ ପାର୍ଟିରେ ଥିବାବେଳେ ରାମପୁର ଆସନରୁ ଲଢ଼ି ଜୟାପ୍ରଦା ୨ ଥର ସାଂସଦ ହୋଇଥିଲେ | ବିଜେପିରେ ସାମିଲ ହେବାପରେ ମଧ୍ୟ ଜୟାପ୍ରଦାଙ୍କୁ ରାମପୁର ଆସନ ଦେବା ପାଇଁ ବିଜେପି ଯୋଜନା କରୁଛି |

{"id":97001}


ରାମପୁର ଆସନ ପାଇଁ ନିର୍ବାଚନ ଚାଳିତଥର ରୋମାଞ୍ଚକ ହେବ ବୋଲି କୁହାଯାଉଛି | ୨୦୧୪ ମସିହାରେ ନେପାଳ ସିଂ ବିଜେପି ତରଫରୁ ରାମପୁର ଆସନରୁ ଲଢ଼ିଥିଲେ | ନେପାଳ ସିଂ ନିଜ ପ୍ରତିଦ୍ବନ୍ଦୀ ନାସିର ଖାନଙ୍କୁ ପରାସ୍ତ କରିଥିଲେ | ବସପା ସହ ମେଣ୍ଟ କରି ସମାଜବାଦୀ ପାର୍ଟି ରାମପୁର ଆସନରୁ ଆଜମ ଖାନଙ୍କୁ ଟିକେଟ ଦେଇଛି | ଆଜମ ଖାନ ପ୍ରଥମଥର ପାଇଁ ଲୋକସଭା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି |

{"id":96998}

ଆଜମ ଖାନ ଏବଂ ଜୟାପ୍ରଦାଙ୍କ ସମ୍ପର୍କ ପୂର୍ବରୁ ହିଁ ଟିକେ ଖଟା | ଆଜମ ଖାନ ଏବଂ ତାଙ୍କ ସମର୍ଥକ ଜୟାପ୍ରଦାଙ୍କୁ 'ନାଚବାଲି' ଏବଂ 'ଘୁଙ୍ଗୁରୁ ବାଲି' କହୁଥିଲେ | ଅପରପକ୍ଷରେ ଜୟାପ୍ରଦା ନିର୍ବାଚନୀ ଜନସଭାରେ ଆଜମ ଖାନଙ୍କୁ ଭାଇ ବୋଲି ସମ୍ବୋଧନ କରୁଥିଲେ | ନିର୍ବାଚନ ବେଳେ ଆଜମ ଖାନଙ୍କ ସମର୍ଥକ ଜୟାପ୍ରଦାଙ୍କ ଫିଲ୍ମଗୁଡିକର ଅନ୍ତରଙ୍ଗ ଦୃଶ୍ୟର ପୋଷ୍ଟର ସହର ସାରା ମାରିଥିଲେ | ତଥାପି ନିର୍ବାଚନ ଜିତିବାରେ ସକ୍ଷମ ହୋଇଥିଲେ ଜୟାପ୍ରଦା | ଏହାପରେ ଅମର ସିଂ ସମାଜବାଦୀ ପାର୍ଟି ଛାଡ଼ିଦେବା ଯୋଗୁଁ ଜୟାପ୍ରଦା ମଧ୍ୟ ଦଳ ଛାଡି ଦେଇଥିଲେ |

{"id":97000}


୨୦୦୪ ଏବଂ ୨୦୦୯ ମସିହାରେ ସମାଜବାଦୀ ଦଳରୁ ଲଢ଼ି ଜୟାପ୍ରଦା ରାମପୁରର ସାଂସଦ ଥିଲେ | ୨୦୧୪ ମସିହାରେ ଜୟାପ୍ରଦା ବିଜନୋର ଆସନରୁ ରାଷ୍ଟ୍ରୀୟ ଲୋକଦଳ ତରଫରୁ ନିର୍ବାଚନ ଲଢ଼ି ହାରିଯାଇଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.