ସଭାମଞ୍ଚରେ ଭାବପ୍ରବଣ ହୋଇ କାନ୍ଦି ପକାଇଲେ ଜୟା ପ୍ରଦା

Published By : Prameya-News7 Bureau | April 03, 2019 IST

ରାମପୁର ୩/୪ : ଉତ୍ତର ପ୍ରଦେଶ ରାମପୁରରୁ ନିର୍ବାଚନ ଲଢ଼ୁଛନ୍ତି ବିଜେପି ପ୍ରାର୍ଥୀ ଜୟା ପ୍ରଦା | ସେ ଆଜି ଏକ ରାଲିକୁ ସମ୍ବୋଧିତ କରୁଥିବାବେଳେ ଭାବପ୍ରବଣ ହୋଇଯାଇଥିଲେ | ସଭାମଞ୍ଚରେ ଲୋକଙ୍କୁ ସମ୍ବୋଧିତ କରିବାବେଳେ ତାଙ୍କ ଆଖିରେ ଲୁହ ଆସିଯାଇଥିଲା | ଭାଷଣ ଦେଉଥିବାବେଳେ ସେ କିଛି ସମୟ ପାଇଁ ଅଟକି ଯାଇଥିଲେ | ଆଖିରୁ ଲୁହ ପୋଛି ସେ ପୁଣି ନିଜ ଭାଷଣ ଆରମ୍ଭ କରିଥିଲେ |

{"id":99717}


ଆଜି ଜୟା ପ୍ରଦା ରାମପୁର ଆସନ ପାଇଁ ନିଜର ପ୍ରାର୍ଥୀପତ୍ର ଦାଖଲ କରିବା ପାଇଁ ଯାଇଥିଲେ | ପ୍ରାର୍ଥୀପତ୍ର ଦାଖଲ କରି ସେଠାରେ ଏକ ଜନସଭାକୁ ସମ୍ବୋଧିତ କରିବାକୁ ପହଂଚିଥିଲେ ଜୟା | ଦୁର୍ନୀତି ବିରୋଧରେ ଲଢ଼ିବେ ବୋଲି ସେ ସଭାରେ କହିଥିଲେ | ଏତିକିବେଳେ ତାଙ୍କୁ ନିଜ ପ୍ରତିଦ୍ବନ୍ଦୀ ଆଜମ ଖାନଙ୍କ ବୟାନ ମନେ ପଡିଯାଇଥିଲା | କିଛି ଦିନ ପୂର୍ବରୁ ଆଜମ ଖାନ ଜୟା ପ୍ରଦାଙ୍କୁ ନେଇ ଏକ ବିବାଦୀୟ ବୟାନ ଦେଇଥିଲେ | ସେ ଜୟା ପ୍ରଦାଙ୍କୁ ନାଚନୀ ବଳି ବୋଲି କହିଥିଲେ | ଆଜମ ଖାନଙ୍କ ସେହି ମନ୍ତବ୍ୟକୁ ମନେପକାଇ ଜୟା କହିଥିଲେ ଯେ, କଣ ଆଜମ ଖାନା ଜାଣିନାହାନ୍ତି ସେ ଫିଲ୍ମରେ କାମ କରନ୍ତି, ନାଚନ୍ତି | ଆଜମ ଖାନଙ୍କ ଏହି ମନ୍ତବ୍ୟ ଜୟାଙ୍କୁ ବହୁତ ମର୍ମାହତ କରିଥିଲା | ଯାହାଫଳରେ ସେ ସଭାମଞ୍ଚରେ କାନ୍ଦି ପକାଇଥିଲେ |

{"id":99718}


ଜୟା ପ୍ରଦା କହିଥିଲେ ଯେ, ସେ କେବେହେଲେ ରାମପୁର ଛାଡିବାକୁ ଚାହୁଁନଥିଲେ | ସେ ସବୁବେଳେ ରାମପୁରବାସୀଙ୍କ ସେବା କରିବାକୁ ଚାହୁଁଥିଲେ | ସେ କହିଥିଲେ ଯେ, ରାମପୁରରେ ତାଙ୍କ ଉପରେ ହମଲା କରାଯାଇଥିଲା | ଯେଉଁଥିପାଇଁ ସେ ସକ୍ରିୟ ରାଜନୀତିରୁ ଦୁରେଇ ଯାଇଥିଲେ | ଏତିକି କହି ସେ ପୁଣି ଭାବ ପ୍ରବଣ ହୋଇ କାନ୍ଦି ପକାଇଥିଲେ | ଜୟାଙ୍କୁ କାନ୍ଦୁଥିବାର ଦେଖି କର୍ମୀ ତଥା ସାନସଭାରେ ଉପସ୍ଥିତ ଜନତା ଜୟାଙ୍କ ମନୋବଳକୁ ବଢାଇଥିଲେ | ଜୟଜୀ ଆମେ ଆପଣଙ୍କ ସହ ଅଛୁ ବୋଲି କହି ନାରା ଲଗାଇଥିଲେ | ଜନତା ଜୟାଙ୍କ ମନୋବଳ ବଢ଼ିଥିବା ଦେଖି ସେ ପୁଣିଥରେ ନିଜ ଭାଷଣ ଆରମ୍ଭ କରିଥିଲେ |

{"id":99719}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.