Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୯ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୧୮ କରୋନା ସଂକ୍ରମିତ, ୩୧୮୭୨୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ପ୍ରଥମ ଥର ଘରେ ଐଶ୍ବର୍ଯ୍ୟା ରାୟଙ୍କୁ ଦେଖି ଝଲସି ଉଠିଥିଲା ବିଗ ବିଙ୍କ ଆଖି, ବୋହୂ ନୁହେଁ ଝିଅ ଭଳି ଦେଖନ୍ତି ଐଶ୍ବର୍ଯ୍ୟାକୁ, କହିଲେ- ଜୟା ବଚ୍ଚନ

11/10/2020 at 12:14 PM

ନୂଆଦିଲ୍ଲୀ ୧୧/୧୦: ଆଜି ହେଉଛି ଅମିତାଭ ବଚ୍ଚନଙ୍କ ଜନ୍ମଦିନ। ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ସେ ମଧ୍ୟ ପ୍ରତିବଦଳରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ତାଙ୍କ ପରିବାରକୁ ବହୁତ ଭଲପାଆନ୍ତି। ଏହା ସହ ସେ ଝିଅ ଓ ବୋହୂ ମଧ୍ୟରେ କିଛି ଫରକ ବୁଝି ନ ଥାନ୍ତି। ସେ ଐଶ୍ବର୍ଯ୍ୟାଙ୍କୁ ନିଜ ଝିଅ ଭଳି ଦେଖନ୍ତି। ଐଶ୍ବର୍ଯ୍ୟାଙ୍କ ପ୍ରତିଟି ଉପଲବ୍ଧିରେ ସେ ବାପାଙ୍କ ଭଳି ହିଁ ତାରିଫ କରନ୍ତି। ତେବେ ବିଗବି ପ୍ରଥମଥର ପାଇଁ ଐଶ୍ବର୍ଯ୍ୟାକୁ ଦେଖି ଥିଲେ ତାଙ୍କ ପ୍ରତିକ୍ରୟା କିଭଳି ଥିବା ହୁଏତ କେହି ଅନୁମାନ କରି ନ ଥିବେ।

ଜୟା ବଚ୍ଚନ ଏକ ଶୋ’ରେ ସାମିଲ ହୋଇ କହିଥିଲେ ସେ ପ୍ରଥମେ ଯେତେବେଳେ ଐଶ୍ବର୍ଯ୍ୟାଙ୍କୁ ଦେଖିଲେ ତାଙ୍କୁ ଲାଗିଲା ପୁଣି ଶ୍ବେତା ଘରକୁ ଆସିଛି। ତାଙ୍କ ଆଖି ଝଲସି ଉଠିଲା। ଶ୍ବେତା ଯେଉଁ ଜାଗା ଖାଲି କରି ଚାଲିଯାଇଥିଲା ତାକୁ ଐଶ୍ବର୍ଯ୍ୟା ଆସି ଭରି ଦେଲା।

ଜୟ କହିଥିଲେ ଐଶ୍ବର୍ଯ୍ୟା ବହୁତ ଭଲ ଓ ସ୍ନେହୀ। ସେ ବହୁତ ବଡ଼ ଷ୍ଟାର ଓ ଘରେ ମଧ୍ୟ ସମସ୍ତଙ୍କ ସହ ଖାପ ଖାଇ ଚଳିଲା। ବିଗବି କହିଥିଲେ ଐଶ୍ବର୍ଯ୍ୟା ଆସିବାରୁ ତାଙ୍କ ଘରେ କ’ଣ କ’ଣ ପରିବର୍ତନ ଆସିଥିଲା କହିଥିଲେ। ସେ କହିଥିଲେ କିଛି ପରିବର୍ତନ ଆସି ନ ଥିଲା ଘରୁ ଗୋଟେ ଝିଅ ଶ୍ବେତା ଗଲା ଆଉ ଗୋଟେ ଝିଅ ଘରକୁ ଆସିଲା। ଏହାର ଅର୍ଥ ବିଗ ବି ଐଶ୍ବର୍ଯ୍ୟାଙ୍କୁ ବୋହୂ ନୁହେଁ ଝିଅ ଭାବନ୍ତି।

   Related Posts