ଫଟୋ ଉଠାଇବାରୁ ରାଗିଗଲେ ଜୟା ବଚ୍ଚନ, ରାଗ ଦେଖି ଅଭିନେତ୍ରୀଙ୍କୁ କ୍ଷମା ମାଗିଲେ ଫଟୋଗ୍ରାଫର

Published By : Prameya-News7 Bureau | January 15, 2021 IST

ମୁମ୍ବାଇ ୧୫/୦୧ : ବଲିଉଡ୍ ଅଭିନେତ୍ରୀ ତଥା ରାଜ୍ୟସଭା ସଦସ୍ୟ ଜୟା ବଚ୍ଚନ ଜଣେ ପ୍ରବୀଣ ଅଭିନେତ୍ରୀ ଭାବେ ବେଶ ଜଣାଶୁଣା । ଇଣ୍ଡଷ୍ଟ୍ରିରେ ଜୟା ବଚ୍ଚନଙ୍କୁ କଠୋର ସ୍ୱଭାବର ବୋଲି ଜଣାଯାଏ । କେହି ତାଙ୍କର ଫଟୋ ସୁଟ୍ କରିବାକୁ ପସନ୍ଦ କରନ୍ତିନି ଜୟା । ଯଦି ସେ କେବେ କୌଣସି ଫ୍ୟାନ୍ସ କିମ୍ବା ଫଟୋ ସାମ୍ବାଦିକଙ୍କୁ ତାଙ୍କର ଫଟୋ ଉଠାଉଥିବାର ଦେଖନ୍ତି , ସେ ଖୁବ ରାଗିଯାଆନ୍ତି । ଏହି କାରଣରୁ ସେ ସବୁବେଳେ ଚର୍ଚ୍ଚା ମଧ୍ୟ ରହିଥାନ୍ତି  । ନିକଟରେ ତାଙ୍କୁ ପୁଣି ଥରେ ସେଭଳି ପରିସ୍ଥିତିର ସାମ୍ନା କରିବାକୁ ପଡିଛି । କିନ୍ତୁ ଏଥର ଫଟୋ ଉଠାଉ ଥିବା ସାମ୍ବାଦିକଙ୍କୁ ଜୟାଙ୍କୁ କ୍ଷମା ମାଗିବାକୁ ପଡିଛି |

ଜୟା ବଚ୍ଚନ ମୁମ୍ବାଇର କୌଣସି ଏକ ସ୍ଥାନରେ ନଜର ଆସିଥିଲେ । ସେଠାରେ ସେ ଏକ ଦନ୍ତ ଚିକିତ୍ସାଳୟକୁ ଯାଇଥିଲେ । ସେ ଗାଡ଼ିରୁ ବାହାରିବା ସମୟରେ ଜଣେ ଫଟୋଗ୍ରାଫର ତାଙ୍କର ଫଟୋ ଉଠାଇବାକୁ ଲାଗିଲେ । ଜୟା ଏହା ଜାଣିଲା ପରେ ତାଙ୍କ ଉପରେ ଖୁବ ରାଗି ଯାଇଥିଲେ । ଗାଡ଼ିରୁ ତାଙ୍କ ଡ୍ରାଇଭର ବାହାରି ଫଟୋ ଉଠାଇବାକୁ ମନା କରିଥିଲେ ସୁଧା ଜୟା ଅତ୍ୟଧିକ ରାଗି ଯାଇଥିଲେ । ସେ ଏଥି ପାଇଁ ଉକ୍ତ ବ୍ୟକ୍ତିଙ୍କୁ ଗାଳି କରିଥିଲେ । ଜୟା କହିଥିଲେ, ' ତୁମେ ମାନେ ଏଠାରେ ବି ପହଞ୍ଚି ଯାଉଛ' । ସାମ୍ବାଦିକ କହିଥିଲେ ଆପଣଙ୍କ ଗାଡି ଦେଖି ଆମେ ଏଠାରେ ପହଁଚିଥିଲୁ । ଜୟାଙ୍କର ରାଗ ପାଇଁ ଉକ୍ତ ବ୍ୟକ୍ତିଙ୍କୁ କ୍ଷମା ମାଗିବାକୁ ପଡିଥିଲା ।

ଏହା ପ୍ରଥମ ଥର ନୁହେଁ ଏମିତି ଅନେକଥର ଜୟା ମିଡ଼ିଆ ଏବଂ ଫ୍ୟାନ୍ସ ମାନଙ୍କ ଉପରେ ରାଗିବାର ନଜରକୁ ଆସିଛନ୍ତି । କରନ୍ ଜୋହରଙ୍କ ମା’ ହିରୁ ଜୋହରଙ୍କ ଜନ୍ମଦିନ ପାର୍ଟି ରୁ ଫେରୁଥିବା ସମୟରେ କିଛି ଲୋକଙ୍କ ଉପରେ ସେ ବହୁତ ରାଗିଯାଇଥିଲେ ।

କରନ୍ ଜୋହର ତାଙ୍କର ଶୋ ରେ ଅଭିଷେକ ଏବଂ ଶ୍ଵେତାଙ୍କୁ ଜୟାଙ୍କର ଏହି ବ୍ୟବହାର ବିଷୟରେ ପଚାରିବାରୁ , ଭାଇ ଭଉଣୀଙ୍କର ଉତ୍ତର ଆଶ୍ଚର୍ଯ୍ୟ ଜନକ ଥିଲା । ଦୁଇଜଣ କହିଥିଲେ , ଜୟାଙ୍କୁ  କ୍ଲାଷ୍ର୍ଟୋଫୋବିକ୍ ହୋଇଛି । ଏହା ଏମିତି ଏକ ମାନସିକ ସ୍ତିତି ଯେଉଁଥିରେ ମଣିଷ ହଠାତ ଭିଡ ଦେଖି ଚିନ୍ତିତ ହୋଇଯାଏ । ଅନେକ ସମୟରେ ବ୍ୟକ୍ତିବିଶେଷ ରାଗିଯାଇଥାଏ । ଏପରି ସ୍ଥିତି ବଜାର, ଭିଡ ହୋଇଥିବା ଗାଡି କିମ୍ବା ଲିପ୍ଟରେ ମଧ୍ୟ ହୋଇଥାଏ । କିଏ ତାଙ୍କୁ ଧକ୍କା ଦେବା ବା ଛୁଇଁବା ସେମାନେ ପସନ୍ଦ କରନ୍ତି  ନାହିଁ । ଏହା ଛାଡ କ୍ୟାମେରାର ଫ୍ଲାସ୍ ଆଖିରେ ପଡିଲେ ତାଙ୍କୁ ବିରକ୍ତି ଲାଗେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.