ଶୋ'ରେ ବିଗ୍‌ ବିଙ୍କ ଉପରେ ଅଭିଯୋଗ ଆଣିଲେ ପତ୍ନୀ ଜୟା, କହିଲେ-'କେତେବେଳେ ଫୋନ୍‌ କଲେ ଉଠାନ୍ତି ହିଁ ନାହିଁ '...

Published By : Prameya-News7 Bureau | December 01, 2021 IST

ନୂଆଦିଲ୍ଳୀ ୦୧।୧୨ : ସୋନି ଟିଭିର ଲୋକପ୍ରିୟ ରିଆଲିଟି ଶୋ କୌନ୍‌ ବନେଗା କରୋଡପତିର ସିଜିନ୍‌-୧୩ର ୧୦୦୦ତମ ଏପିସୋଡ ହୋଇଥିଲା । ଏହାକୁ ନେଇ ସୋନି ଟିଭିର ଚ୍ୟାନେଲ୍‌ ଏକ ପ୍ରମୋ ଜାରି କରିଛି । ଯେଉଁଥିରେ ୧୦୦୦ତମ ଏପିସୋଡରେ ନଜର ଆସିଥିଲେ ଜୟା ବଚ୍ଚନ । ଅମିତାଭ ବଚ୍ଚନଙ୍କ ଝିଅ ଶ୍ୱେତା ଏବଂ ନବ୍ୟା ମଧ୍ୟ ତାଙ୍କୁ ସମର୍ଥନ କରୁଥିବା ନଜର ଆସିଛନ୍ତି । ତିନିଜଣ ବିଗ୍ ବିକୁ ଲାଗିପଡି ମଜାକ୍‌ ଉଡାଇଛନ୍ତି । ଏଥି ସହିତ ଅମିତାଭଙ୍କ ଏହି ମଜାଳିଆ ଏପିସୋଡ୍‌କୁ ଲୋକମାନେ ଆଗ୍ରହ ସହିତ ଅପେକ୍ଷା କରିଛନ୍ତି ।

ଏହି ଏପିସୋଡରେ ୧୦୦୦ତମ ହେବା ପରେ ଅମିତାଭ ବଚ୍ଚନଙ୍କ ଝିଅ ଶ୍ୱେତା ଏବଂ ନାତୁଣୀ ନବ୍ୟା ନବେଲି ନନ୍ଦା ତାଙ୍କ ଅତିଥି ହେବାର ଦେଖିବାକୁ ମିଳିଛି ।  ଚ୍ୟାନେଲ୍‌ ତରଫରୁ ଏହି ଏପିସୋଡରେ ଆଉ କିଛି ପ୍ରୋମୋ ମଧ୍ୟ ଜାରି କରାଯାଇଛି । ଯାହାକୁ ଦେଖି ଲୋକମାନେ ଖୁବ୍‌ ଉତ୍ସାହ ହେଉଛନ୍ତି । ଏହି ପ୍ରୋମୋରେ ପତ୍ନୀ ଜୟା  ବଚ୍ଚନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅମିତାଭ ବଚ୍ଚନଙ୍କ ମଜାକ୍‌ ଉଡାଉଛନ୍ତି ।

wp:html
/wp:html

ତେବେ ଏହି ଭିଡିଓରେ ଜୟା ଅଭିଯୋଗ କରୁଥିବା ଦେଖିବାକୁ ମିଳିଛି  । କହିଛନ୍ତି କି ତାଙ୍କୁ କେବେ ଫୋନ୍‌ କଲେ ସେ ଫୋନ୍ ଉଠାନ୍ତି ହିଁ ନାହିଁ । ଏହା ଶୁଣିଲା ପରେ ଅମିତାଭ ବଚ୍ଚନ କୁହନ୍ତି କି, ଯଦି ଇଣ୍ଟରନେଟ୍ ଖରାପ ହୋଇଯାଏ ତେବେ ଆମେ କ’ଣ କରିବା? ଠିକ୍‌ ଏହି ସମୟରେ ନବ୍ୟା ଆସି କୁହନ୍ତି କି ହଁ ଫଟୋ ଫୋଷ୍ଟ କର ଟ୍ବିଟରରେ ସେତେବେଳେ … ଅମିତାଭ୍‌ କିଛି କୁହନ୍ତି ନାହିଁ । ସେଥିମଧ୍ୟରୁ କୁହନ୍ତି ଯେତେବେଳେ ଆମେ ପାର୍ଲରରୁ ଆସୁ ସେତେବେଳେ ଆମେ କହୁ କି ଆଇ ଆପଣ ବହୁତ ଭଲ ଦେଖା ଯାଉଛୁ । ଠିକ୍ ସେତେବେଳେ କୁହନ୍ତି କି ମିଛ କହୁଛ ନାଁ ସତରେ ସୁନ୍ଦର ଲାଗୁଛନ୍ତି । ଯାହାକୁ ଶୁଣି ଅମିତାଭ୍‌ ଏହାର ଉତ୍ତର ଦେବା ପରିବର୍ତ୍ତେ ହସନ୍ତି । ଅନ୍ୟପଟେ ଅମିତାଭ ବଚ୍ଚନ କୌନ ବନେଗା କରୋଡପତୀ ପ୍ରଥମ ସିଜିନ୍‌ ବ୍ୟତୀତ ସମସ୍ତ ସିଜିନ୍‌ରେ ସେ ହୋଷ୍ଟ କରି ଆସିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.