ମୁମ୍ବାଇ ୨୨/୧୦: ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କ ପତ୍ନୀ ଏବଂ ଅଭିନେତ୍ରୀ ଜୟା ବଚ୍ଚନ ସବୁବେଳେ ତାଙ୍କର ରାଗ ପାଇଁ ଚର୍ଚ୍ଚାରେ ରୁହନ୍ତି। ଏପରି ଅନେକ ଘଟଣା ଘଟିଛି ଯେଉଁଥିରେ ଜୟା ବଚ୍ଚନ ମିଡିଆ ଉପରେ ରାଗ ସୁଝାଇଥାଆନ୍ତି। ସେହିପରି ଗତକାଲି ପୋଲିଂ ପୁଥରେ ମଧ୍ୟ ଜୟା ବଚ୍ଚନ ରାଗି ପାଚି ଲାଲ ହୋଇଯାଇଛନ୍ତି।
ମୁମ୍ବାଇର ଜୁହୁ ପୋଲିଂ ବୁଥରେ ଜୟା ବଚ୍ଚନ,ଐଶ୍ବର୍ଯ୍ୟା ଏବଂ ଅଭିଷେକ ବଚ୍ଚନ ଭୋଟ ଦେବାକୁ ଆସିଥିଲେ। ଭୋଟ ଦେବା ପରେ ଜୟା ବଚ୍ଚନ ବାହାରକୁ ଯିବାକୁ ବାହାରୁଥିଲେ। ସେହି ସମୟରେ ଡ୍ୟୁଟିରେ ଥିବା ପୋଲିଙ୍ଗ ଅଫିସର ଜୟାଙ୍କ ସହ ଫଟୋ ଉଠାଇବାକୁ ନିବେଦନ କରିଥିଲେ। ଫଳରେ ଜୟା ତାଙ୍କ ଉପରେ ରାଗି ଯାଇ କହିଥିଲେ ଯେ ଏହା ଏକ ଭୁଲ କାମ।
ଜୟା ବଚ୍ଚନ ଅଫିସରଙ୍କୁ କହିଥିଲେ ଯେ ‘ସେ ଏଠାକୁ ଭୋଟ ଦେବାକୁ ଆସିଛନ୍ତି। ଆପଣ ଅଫିସର। ଆପଣ ଫଟୋ ମାଗିବା ଭଳି ଭୁଲ୍ କରିବା ଉଚିତ୍ ନୁହେଁ। ସେ ତାଙ୍କ ବିରୋଧରେ ଉପରସ୍ଥ କର୍ମଚାରୀଙ୍କୁ ଅଭିଯୋଗ କରିବେ ବୋଲି କହିଥିଲେ। ଜୟାଙ୍କ ରାଗ ଦେଖି ସେଠାରେ ଉପସ୍ଥିତ ଥିବା ଅଫିସରମାନେ ଡରି ଯାଇଥିଲେ।
ଜୟା ବଚ୍ଚନଙ୍କୁ ପୋଲିସ ସିକ୍ୟୁରିଟି ସହିତ ଗାଡ଼ି ଯାଏଁ ଅଣାଯାଇଥିଲା ଏବଂ ବାହାରେ ଛିଡ଼ା ହୋଇଥିବା ମିଡିଆ ଉପରେ ମଧ୍ୟ ଜୟା ବର୍ଷିଥିଲେ। କ୍ୟାମରୋକୁ ଧକ୍କା ଦେଇ ରାଗି ଯାଇ କାରରେ ବସି ଯାଇଥିଲେ ଜୟା। ଐଶ୍ବର୍ଯ୍ୟା ଏବଂ ଅଭିଷେକଙ୍କ ହାବଭାବ ମଧ୍ୟ ଦେଖିବା ଲାୟକ ଥିଲା।