ଜୟାଙ୍କ ପ୍ରେମରେ କେମିତି ପଡିଥିଲେ ଅମିତାଭ: କଭର ପେଜ୍ ପିକ୍ଚର କାହିଁକି କରିଥିଲା ଆଟ୍ରାକ୍ଟ ?

Published By : Prameya-News7 Bureau | April 09, 2021 IST

ମୁମ୍ବାଇ ୦୯/୦୪: ଜୟା ବଚ୍ଚନ ୯ ଏପ୍ରିଲ୍ ୧୯୪୮ ରେ ଏକ ବଙ୍ଗୀୟ ପରିବାରରେ ଜନ୍ମଗ୍ରହଣ କରିଥିଲେ । ୧୯୬୩ ମସିହାରେ ସେ ନିର୍ଦ୍ଦେଶକ ସତ୍ୟଜିତ୍ ରାୟଙ୍କ ବଙ୍ଗଳା ଫିଲ୍ମ ‘ମହାନଗର’ରୁ ଡେବ୍ୟୁ କରିଥିଲେ । ସେତେବେଳେ ଜୟା ବଚ୍ଚନଙ୍କୁ ମାତ୍ର ୧୫  ବର୍ଷ ହୋଇଥିଲା । ଏହା ପରେ ସେ ଆଉ ଦୁଇଟି ବଙ୍ଗଳା ଫିଲ୍ମରେ ଅଭିନୟ କରିଥିଲେ । ଜୟା ବଚ୍ଚନଙ୍କ ପ୍ରଥମ ହିନ୍ଦୀ ଫିଲ୍ମ ଥିଲା ହ୍ରିଷିକେଶ ମୁଖାର୍ଜୀଙ୍କ 'ଗୁଡ୍ଡି' ଯାହା ୧୯୭୧ ରେ ରିଲିଜ୍ ହୋଇଥିଲା । ଏହି ଫିଲ୍ମଟି ଖୁବ୍ ହିଟ୍ ହୋଇଥିଲା । ହିନ୍ଦୀ ଫିଲ୍ମରେ ଅଭିନୟ କରିବାର ମାତ୍ର ଦୁଇ ବର୍ଷ ପରେ ଜୟା ବଚ୍ଚନ ଅମିତାଭ ବଚ୍ଚନଙ୍କୁ ବିବାହ କରିଥିଲେ । ସେମାନଙ୍କ ବିବାହର କାହାଣୀ ଏକ ଫିଲ୍ମ କାହାଣୀ ସହିତ ସମାନ । ତେବେ ଚାଲନ୍ତୁ ଜାଣିବା କଣ ରହିଥିଲା ତାଙ୍କ କାହଣୀ…

{"width":629,"height":353}
What Jaya Bachchan wore for daughter Shweta Bachchan's wedding

ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନ ଅତି ସରଳତାର ସହିତ ବିବାହ କରିଥିଲେ ଯେଉଁଠାରେ କେବଳ ପରିବାର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁ ଉପସ୍ଥିତ ଥିଲେ । ଜୟାଙ୍କୁ ପ୍ରଥମ ଦେଖାରେ ଅମିତାଭ ନିଜର ହୃଦୟ ଦେଇ ବସିଥିଲେ । ଏକ ଇଣ୍ଟରଭ୍ୟୁରେ ଅମିତାଭ କହିଥିଲେ, ସେ ଏକ ମାଗାଜିନ୍ କଭରରେ ଜୟାଙ୍କୁ ଦେଖିଥିଲେ । ସେ ଏକ ଏପରି ପାର୍ଟନର ଖୋଯୁଥିଲେ ଯିଏକି ପାରମ୍ପାରିକ ସହିତ ମର୍ଡନ ମଧ୍ୟ ହୋଇଥିବେ । ଫଟୋ ଦେଖି ସେ ଅନୁଭବ କରିଥିଲେ ଯେ ଜୟା ଠିକ୍ ସେହିପରି । ତାଙ୍କର ସୁନ୍ଦର ଆଖି ବାସ୍ତବରେ ଧ୍ୟାନ ଆକର୍ଷଣ କରୁଥିଲା । ଏହାପରେ ହ୍ରିଷିକେଶ ଫିଲ୍ମ 'ଗୁଡ୍ଡି'ର ସ୍କ୍ରିପ୍ଟ ନେଇ ତାଙ୍କ ପାଖରେ ପହଞ୍ଚିଥିଲେ ।

{"width":631,"height":354}
How Amitabh and Jaya have always quashed rumours of trouble in paradise -  Movies News

ଅମିତାଭ ବଚ୍ଚନ ଏବଂ ଜୟା ପରସ୍ପରକୁ ପସନ୍ଦ କରିବାକୁ ଲାଗିଥିଲେ । ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ଅମିତାଭ ବଚ୍ଚନ କହିଛନ୍ତି ୧୯୭୩ ରେ 'ଜଞ୍ଜିର'ର ସଫଳତା ପରେ ସେ ଜୟା ଏବଂ ତାଙ୍କର ଅନ୍ୟ ସାଙ୍ଗମାନଙ୍କ ସହ ଲଣ୍ଡନ ଯାଇ ସେଲିବ୍ରେଟ୍ କରିବାକୁ ଚାହୁଁଥିଲେ । ତେବେ ଅମିତାଭଙ୍କ ବାପା ହରିବଂଶରାୟ ବଚ୍ଚନ ତାଙ୍କ ସାମ୍ନାରେ ଏକ ସର୍ତ୍ତ ରଖିଥିଲେ । ଯେତେବେଳେ ସେ ଜାଣିବାକୁ ପାଇଲେ ଯେ ଅମିତାଭ ଲଣ୍ଡନ ଯିବାକୁ ଚାହୁଁଛନ୍ତି, ସେତେବେଳେ ହରିବଂଶରାୟ ରାୟ ପଚାରିଥିଲେ, "ଆପଣ କାହା ସହିତ ଯିବାକୁ ଚାହୁଁଛନ୍ତି?" ଅମିତାଭ ଜୟାଙ୍କ ନାମ ନେଇଥିଲେ ଏବଂ ସେ ସଙ୍ଗେ ସଙ୍ଗେ କହିଥିଲେ, ତୁମେ ପ୍ରଥମେ ବିବାହ କର ଏବଂ ଏହା ପରେ ଯାଅ । ତୁମେ ଏହା ବିନା ଯାଇପାରିବ ନାହିଁ। ” ଅମିତାଭ ତାଙ୍କ ବାପାଙ୍କ କଥାକୁ ଏଡାଇ ନପାରି ଜୁନ୍ ୩, ୧୯୭୩ରେ ଜୟାଙ୍କୁ ବିବାହ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.