ହାପି ବାର୍ଥ ଡେ ଜୟା ବଚ୍ଚନ : ଜନ୍ମଦିନରେ ସେୟାର କଲେ କିଭଳି ଭେଟିଥିଲେ ଅମିତାଭଙ୍କୁ ଏବଂ ହୋଇଥିଲା ବାହାଘର

Published By : Prameya-News7 Bureau | April 09, 2020 IST

ମୁମ୍ବାଇ ୯/୪: ବଲିଉଡ ଅଭିନେତ୍ରୀ ଜୟା ବଚ୍ଚନ ନିଜ କ୍ୟାରିୟରରେ ଅନେକ ହିଟ୍ ଫିଲ୍ମରେ କାମ କରିଛନ୍ତି। ଜୟାଙ୍କ ଜୀବନ ମହିଳା ସଶକ୍ତିକରଣର ଏକ ଉଦାହରଣ। ଫିଲ୍ମରେ ନାଁ କମାଇବା ପରେ ଜୟା ବଚ୍ଚନ ରାଜନୀତିରେ ପ୍ରବେଶ କରିଥିଲେ ଏବଂ ସେଠାରେ ମଧ୍ୟ ସଫଳତା ହାସଲ କରିଥିଲେ।

{"id":251215,"sizeSlug":"large"}

ଜୟା ବଚ୍ଚନ ଆଜି ନିଜର ୭୨ତମ ଜନ୍ମ ଦିବସ ପାଳନ କରୁଛନ୍ତି। ଜୟା ବଚ୍ଚନ ୧୯୭୩ମସିହାରେ ଅମିତାଭ ବଚ୍ଚନଙ୍କୁ ବିବାହ କରିଥିଲେ। ଅମିତାଭ ବଚ୍ଚନ ବ୍ଲଗରେ ନିଜ ବିବାହ କାହାଣୀ ସେୟାର କରିଥିଲେ। ଅମିତାଭ କହିଥିଲେ ଯେ ଜୟା ବଚ୍ଚନ ଏବଂ ତାଙ୍କ ବିବାହ ଲଣ୍ଡନ ଯିବା ପାଇଁ ତରବରିଆ ଭାବେ ହୋଇଥିଲା।

{"id":251216,"sizeSlug":"large"}

ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ପ୍ରଥମ ଦେଖା ଫିଲ୍ମ ‘ଗୁଡ୍ଡି’ର ସେଟରେ ହୋଇଥିଲା। ଦୁହିଁଙ୍କ ପରିଚୟ ହୃଷିକେଷ ମୁଖାର୍ଜୀ କରାଇଥିଲେ। ଏହା ପରେ ଅମିତାଭ ଏବଂ ଜୟା ଏକାଠି ଜଞ୍ଜିର ଫିଲ୍ମରେ କାମ କରିଥିଲେ। ଅମିତାଭ ନିଷ୍ପତ୍ତି ନେଇଥିଲେ ଯେ ଯଦି ଫିଲ୍ମ ହିଟ୍ ହୁଏ ତେବେ ସବୁ ସାଙ୍ଗଙ୍କ ସହ ଲଣ୍ଡନ ଯିବେ।

{"id":251217,"sizeSlug":"large"}

ଫିଲ୍ମ ରିଲିଜ ହେବା ପରେ ବକ୍ସ ଅଫିସରେ ସୁପରହିଟ୍ ହୋଇଥିଲା। ଏହା ପରେ ସେମାନେ ଲଣ୍ଡନ ଯିବାକୁ ପ୍ରସ୍ତୁତି ଆରମ୍ଭ କରିଥିଲେ। ଅମିତାଭ ବଚ୍ଚନ ଏକଥା ବାପା ହରିବଂଶ ରାୟ ବଚ୍ଚନଙ୍କୁ କହିଥିଲେ। ହରିବଂଶ ସାଙ୍ଗରେ ଆଉ କିଏ କିଏ ଯାଉଛନ୍ତି ବୋଲି ପଚାରିଥିଲେ।

{"id":251218,"sizeSlug":"large"}

ତାଙ୍କ ସାଙ୍ଗମାନଙ୍କ ଛଡ଼ା ଜୟା ବି ଯାଉଛନ୍ତି ବୋଲି ଅମିତାଭ କହିଥିଲେ। ଏହା ପରେ ବାପା ସେମାନଙ୍କୁ ବିବାହ କରି ଲଣ୍ଡନ ଯିବାକୁ କହିଥିଲେ।

{"id":251219,"sizeSlug":"large"}

ଏହା ପରେ ଅମିତାଭ ବାପାଙ୍କ କଥାରେ ରାଜି ହୋଇଯାଇଥିଲେ। ଏହା ପରେ ଉଭୟଙ୍କ ପରିବାରକୁ ବିବାହ ବିଷୟରେ ଜଣାଇ ଦିଆଗଲା ଏବଂ ପଣ୍ଡିତଙ୍କୁ ମଧ୍ୟ ଏବିଷୟରେ ଜଣାଇ ଦିଆଗଲା। ବିବାହ ଦିନ ସନ୍ଧ୍ୟାରେ ସେମାନଙ୍କ ଲଣ୍ଡନ ପାଇଁ ଫ୍ଲାଇଟ୍ ଥିଲା।

{"id":251230,"sizeSlug":"large"}

ସବୁଠୁ ଖାସ୍ କଥା ହେଉଛି ଏହା ଯେ ଅମିତାଭ ବଚ୍ଚନଙ୍କ ବିବାହ ଗୁପଚୁପ ଭାବେ ହୋଇଥିଲା ଏବଂ ବିବାହରେ ଫିଲ୍ମ ଇଣ୍ଡଷ୍ଟ୍ରିର ଅଧିକ ଲୋକ ଆସିନଥିଲେ। ବିବାହରେ କେବଳ ପରିବାର ଲୋକ ଏବଂ କିଛି ନିକଟ ସମ୍ପର୍କୀୟ ବନ୍ଧୁ ସାମିଲ ହୋଇଥିଲେ। ଅଳ୍ପ ସମୟ ମଧ୍ୟରେ ବିବାହ ସମ୍ପନ୍ନ ହୋଇଥିଲା ଏବଂ ସେମାନେ ଲଣ୍ଡନ ବାହାରିଥିଲେ।

{"id":251231,"sizeSlug":"large"}

ଜୟା ବଚ୍ଚନଙ୍କ ଜନ୍ମ ୧୯୪୮ମସିହା ଅପ୍ରେଲ୍ ୯ତାରିଖରେ ମଧ୍ୟପ୍ରଦେଶର ଜବଲପୁରରେ ହୋଇଥିଲା। ତାଙ୍କ ପିତା ତରୁଣ କୁମାର ଭାଦୁଡ଼ି ଜଣେ ପ୍ରସିଦ୍ଧ ଲେଖକ ଏବଂ କବି ଥିଲେ।

{"id":251233,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.