ପ୍ରଖ୍ୟାତ ଅଭିନେତ୍ରୀ ଜୟା ବଚ୍ଚନଙ୍କ ଫିଲ୍ମି କ୍ୟାରିଅରର ସୁତ୍ରପାତ ହୋଇଥିଲା ଓଡିଶାରୁ, ନିଜେ ଜୟା କଲେ ସ୍ବୀକାର

Published By : Prameya-News7 Bureau | October 01, 2019 IST

ଭୁବନେଶ୍ବର (ପ୍ରାଚିପ୍ରଭା ମହାପାତ୍ର) ୧|୧୦: ଦାଦା ଶାହେବ ଫାଲକେ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଥିବା ବଲିଉଡର ଅଲଟାଇମ୍‌ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ଧର୍ମପତ୍ନୀ ହେଉଛନ୍ତି ଜୟା ବାଦୁଡି ଓରଫ ଜୟା ବଚ୍ଚନ। ମାତ୍ର ୧୩ ବର୍ଷ ବୟସରେ ନିଜ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିବା ଅଭିନେତ୍ରୀ ଜୟା ଦୀର୍ଘ ଗୋଟିଏ ଦଶନ୍ଧି ଧରି ଆଚ୍ଛନ୍ନ କରି ରଖିଥିଲେ।

{"id":164920,"width":578,"height":434}

ମିଲି, ଶୋଲେ, ଜଂଜିର, ଗୁଡି, ଉପହାର, ଶିଲଶିଲା, ଚୁପକେ-ଚୁପକେ ଭଳି ସୁପରହିଟ୍‌ ଫିଲ୍ମରେ ଅଭିନୟ କରିଥିବା ଜୟା ସତ୍ୟଜିତ୍‌ ରାୟଙ୍କ ବେଙ୍ଗଲୀ ଫିଲ୍ମ ମହାନଗରରୁ ମାତ୍ର ୧୩ ବର୍ଷ ବୟସରେ ତାଙ୍କ ଫିଲ୍ମି ଜୀବନ ଆରମ୍ଭ କରିଥିଲେ। ଏହା ପରେ ପୁନା ସ୍ଥିତ ଏଫ୍‌ଟିଆଇଆଇ(FTII) ଫିଲ୍ମ ଏଣ୍ଡ ଟେଲିଭିଜନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଇଣ୍ଡିଆରେ ଅଭିନୟ ତାଲିମ ନେଇ ହିନ୍ଦି ଫିଲ୍ମ ଜଗତକୁ ପ୍ରବେଶ କରିଥିଲେ ।

{"id":164921}

ତେବେ ବହୁତ କମ ଲୋକ ଜାଣିଥିବେ ଯେ, ଫିଲ୍ମରେ କ୍ୟାରିଅର କରିବା ପାଇଁ ଜୟା ଓଡିଶାରୁ ପ୍ରେରଣା ପାଇଥିଲେ। ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ କଥା। ଜୟା ବାଦୁଡି ରାଜ୍ୟସଭା ସାଂସଦ ଥିବା ବେଳେ ରାଜ୍ୟସଭା ଟିଭିକୁ ଏକ ସାକ୍ଷାତକାର ଦେବା ବେଳେ ଏହା ସ୍ବୀକାର କରିଛନ୍ତି ।

{"id":164922,"width":553,"height":420}

୧୯୪୮ ମସିହା ଏପ୍ରିଲ ୯ ତାରିଖରେ ତତ୍‌କାଳୀନ ମଧ୍ୟ ପ୍ରଦେଶର ଜବଲପୁରଠାରେ ଜନ୍ମ ହୋଇଥିବା ଜୟା ବାଦୁଡିଙ୍କ ପିତା ତରୁନ ବାଦୁଡି ଥିଲେ ଜଣେ ପ୍ରଖ୍ୟାତ ଲେଖକ। ଅଭିଶପ୍ତ ଚମ୍ବଲ ନାମକ ଏକ ପୁସ୍ତକ ରଚନା କରି ସେ ବେଶ ଚର୍ଚ୍ଚିତ ହୋଇଥିଲେ। ଅଧିକାଂଶ ଡାକୁଭିତ୍ତିକ ଫିଲ୍ମ ତାଙ୍କର ଏହି ପୁସ୍ତକ ଉପରେ ଆଧାରିତ।

{"id":164923}

ବଙ୍ଗଳା ଫିଲ୍ମ ନିର୍ଦ୍ଦେଶକ ତପନ ସିହ୍ନା ଥିଲେ ତରୁନ ବାଦୁଡିଙ୍କର ଜମେ ଭଲ ବନ୍ଧୁ। ୧୯୬୦ ମସିହାରେ ସମ୍ରେଶ ବାସୁଙ୍କର ଉପନ୍ୟାସ ନିର୍ଜନ ସୈକତକୁ ନେଇ ତପନ ସିହ୍ନା ଏକ ଫିଲ୍ମ ନିର୍ମାଣ କରୁଥିଲେ ।ଏହି ଫିଲ୍ମର କଥାବସ୍ତୁ ଅନୁସାରେ ତପନ ସିହ୍ନା ଦୀର୍ଘ ଏକ ମାସ ଧରି ଓଡିଶାର ବିଭିନ୍ନ ସ୍ଥାନରେ ଶୁଟିଂ କରିଥିଲେ।

{"id":164924}

ପୁରୀ, କୋଣାର୍କ ଓ ରମ୍ଭା ଆଦି ସ୍ଥାନରେ ଏହି ଫିଲ୍ମର ଶୁଟିଂ ହୋଇଥିଲା। ଫିଲ୍ମରେ ମୁଖ୍ୟ ନାରୀ ଚରିତ୍ରରେ ଥିଲେ ଶର୍ମିଲା ଟାଗୋର। ଏହି ଫିଲ୍ମ ଶୁଟିଂ ଚାଲିଥିବା ବେଳେ ତପନ ସିହ୍ନାଙ୍କୁ ଦେଖା କରିବା ପାଇଁ ତରୁନ ବାଦୁଡି ସପରିବାର ଓଡିଶା ଆସିଥିଲେ।

{"id":164925}

ତପନ ସିହ୍ନାଙ୍କ ସହ ଦେଖା ହେବା ପରେ ତରୁନ ଓଡିଶାରେ ପୁରା ମାସେ ରହି ତପନ ସିହ୍ନାଙ୍କ ଶୁଟିଂ ଦେଖିଥିଲେ। ସେତେବେଳକୁ ଜୟା ବାଦୁଡିଙ୍କର ବୟସ ମାତ୍ର ୧୨ ବର୍ଷ ଥିଲା। ଶୁଟିଂ ଦେଖିବା ପାଇଁ ତାଙ୍କୁ ବହୁତ ଭଲ ଲାଗୁଥିଲା। ବାରମ୍ବାର ଶୁଟିଂ ସେଟ୍‌କୁ ଯିବା ବେଳେ ଶର୍ମିଲା ଟାଗୋରଙ୍କ ସହ ତାଙ୍କ ଘନିଷ୍ଠତା ବଢିଥିଲା।

{"id":164927,"width":563,"height":619}

ଜୟାଙ୍କୁ ଶର୍ମିଲା ନିଜ ସାନ ଭଉଣୀ ଭଳି ବ୍ୟବହାର କରୁଥିଲେ। ଏହି ଶୁଟିଂ ଦେଖି ଦେଖି ସିନେମା ପ୍ରତି ଜୟାଙ୍କର ଏକ ଅହେତୁକ ଦୁର୍ବଳତା ସୃଷ୍ଟି ହୋଇଥିଲା। ଯାହା ଫଳରେ ତାପର ବର୍ଷ ଶର୍ମିଲା ଟାଗୋରଙ୍କ ପରାମର୍ଶକ୍ରମେ ସତ୍ୟଜିତ ରାୟଙ୍କ ପିଲ୍ମ ମହାନଗରରେ ଜୟା ଅଭିନୟ କରିବାର ସୁଯୋଗ ପାଇଥିଲେ।

{"id":164928,"width":583,"height":499}

ଏକଥାକୁ ଆଜି ବି ଜୟା ମନେ ରଖିଛନ୍ତି। ତାଙ୍କ ଫିଲ୍ମ ଜୀବନର ଆରମ୍ଭ ସମ୍ପର୍କରେ କେହି ପଚାରିଲେ ସେ ଓଡିଶା ନାଁ ନେବାକୁ ଭୁଲନ୍ତି ନାହିଁ।    

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.