Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ : ଅଟୋକୁ ଧକ୍କା ଦେଲା ହାଇଓ୍ବା : ଚାଲିଗଲା ମା’, ପୁଅ ଓ ଝିଅଙ୍କ ଜୀବନ
  • ||
  • ବ୍ରହ୍ମପୁର : ପଛରୁ ଆସି ଝାମ୍ପି ନେଲେ ୨ଲକ୍ଷ ଟଙ୍କା, ଲୁଟେରାଙ୍କ ଆକ୍ରମଣରେ ବାଇକ ଆରୋହୀ ଗୁରୁତର
  • ||
  • ବ୍ରହ୍ମପୁର : ୪୫ଗ୍ରାମର ବ୍ରାଉନସୁଗାର ଜବତ, ଜଣେ ଗିରଫ
  • ||
  • ନବରଙ୍ଗପୁର : ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍‌, ଘରୁ ଜବତ ହେଲା ନଗଦ ୧୭ଲକ୍ଷରୁ ଅଧିକ ଟଙ୍କା
  • ||
  • ବ୍ରହ୍ମପୁରରେ ନକଲି ଲଙ୍କାଗୁଣ୍ଡ କାରଖାନା ଠାବ, ବିପୁଳ ପରିମାଣର ସାମଗ୍ରୀ ଜବତ
  • ||
  • ମୋହନା : ଅପରେସନ୍ ଗ୍ରୀନ କ୍ଲିନ୍, ପୁଣି ୧୨ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ
  • ||
  • ପୁରୀ : ପ୍ରତିକ୍ଷାର ଅନ୍ତ, ଆଜିଠୁ ବିନା କୋଭିଡ଼ ରିପୋର୍ଟରେ କାଳିଆ ଦର୍ଶନ
  • ||
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||

ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ୫ ହଜାର କପ୍ ଚା’ ଓ ୫ ହଜାର ରସଗୋଲା ମାଗଣାରେ ବାଣ୍ଟିଲେ ଚା’ ଦୋକାନୀ

17/09/2019 at 3:12 PM

ପୁରୀ ୧୭।୯: ପୁରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ପାଳନ। ଆଉ ଏକ ଅଭିନବ ଢ଼ଙ୍ଗରେ ଜନ୍ମଦିନ ପାଳନ କରୁଛନ୍ତି ଟାଉନ୍ ହଲ ଛକରେ ଥିବା ଜୟସିଂହ ଚା ଦୋକାନୀ। ଆଜି ମୋଦୀଙ୍କ ଜନ୍ମଦିନରେ ୫ ହଜାର କପ୍ ଚା’ ଓ ୫ ହଜାର ରସଗୋଲା ମାଗଣା ବଣ୍ଟନ କରିଛନ୍ତି।

ପ୍ରତ୍ୟେକ ବର୍ଷ ସେ ମୋଦିଙ୍କ ଜନ୍ମଦିନରେ ମାଗଣା ଚା’ ବାଣ୍ଟୁଥିବା ବେଳେ ଚଳିତ ବର୍ଷ ୫ ହଜାର ରସଗୋଲା ବାଣ୍ଟିବାର ଉଦ୍ୟମ କରିଛନ୍ତି। ଏହି ଅବସରରେ ସେ ନିଜର ଚା’ ଦୋକାନକୁ ସାଜସଜା କରିବା ସହ କେକ୍ ମଧ୍ୟ କାଟିଛନ୍ତି।

ଜୟସିଂହ ଚା’ ଦୋକନର ଏହି ଅଭିନବ ପ୍ରୟାସରେ ସାମିଲ ହୋଇଛନ୍ତି ସ୍ଥାନୀୟ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଓ ବିଜେପିର ଅନେକ କାର୍ଯ୍ୟକର୍ତ୍ତା। ବିଧାୟକ ଏହି ଅବସରରେ କେକ୍ କାଟିବା ସହ ଚା’ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଗଛ ଲଗାଇବା କାର୍ଯ୍ୟ ମଧ୍ୟ କେତେକ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ କରାଯାଇଥିଲା। ସହରର ଅନେକ ଜଣାଶୁଣା ବ୍ୟକ୍ତି, ବୁଦ୍ଧିଜୀବୀ ଓ ଚା’ ପ୍ରେମୀମାନେ ଜୟସିଂହ ଚା’ ଦୋକନର ଏହି ଉଦ୍ୟମକୁ ତାରିଫ କରିଥିଲେ।

   Related Posts