Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଟ୍ରକ ମାଡିଯାଇ ୧୪ ଶ୍ରମିକ ମୃତ
  • ||
  • ଧାନ ଖଳାକୁ ଯାଇଥିଲେ ନିରଞ୍ଜନ, କଚାଡି ମାରିଦେଲା ହାତୀ
  • ||

ଆଇସିସି ବୈଠକରେ ପ୍ରତିନିଧିତ୍ୱ କରିବେ ଜୟ ଶାହ

11/01/2021 at 2:44 PM

ନୂଆଦିଲ୍ଲୀ,୧୧/୦୧: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ୍ ବୋର୍ଡ ବିସିସିଆଇ ବା ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ୍ ଅଫ୍ ଇଣ୍ଡିଆର ଆନ୍ତର୍ଜାତୀୟ କ୍ରିକେଟ୍ କାଉନ୍ସିଲ୍ (ଆଇସିସି)ର ପ୍ରତ୍ୟେକ ବୈଠକରେ ପ୍ରତିନିଧିତ୍ୱ କରିବେ ଜୟ ଶାହା। ଏନେଇ ବିସିସିଆଇର ୮୯ତମ ଆନୁଆଲ୍ ଜେନେରାଲ୍ ମିଟିଙ୍ଗ (ଏଜିଏମ୍)ରେ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଜୟ ଶାହା ବର୍ତ୍ତମାନ ବିସିସିଆଇର ସଂପାଦକ ଅଛନ୍ତି । ସେ ଆଇସିସିର ବୈଠକରେ ଯୋଗଦେବା ସହିତ ଅନ୍ୟାନ୍ୟ ଅନୁଷ୍ଠାନର ବୈଠକରେ ଯୋଗ ଦେବା ନେଇ ବିସିସିଆଇର ଜଣେ ସଦସ୍ୟ ସୂଚନା ଦେଇଛନ୍ତି।

ପୂର୍ବରୁ ବିସିସିଆଇର ସଭାପତି ସୈରଭ ଗାଙ୍ଗୁଲି ଆସିସିସିର ପ୍ରତ୍ୟେକ ବୈଠକରେ ଯୋଗ ଦେବା ସହ ଅନ୍ୟ ବୈଠକରେ ବିସିସିଆଇ ପକ୍ଷରୁ ପ୍ରତିନିଧିତ୍ୱ କରୁଥିଲେ। କିନ୍ତୁ ତାଙ୍କର ଜାନୁଆରୀ ୨ ତାରିଖରେ ହୃଦଘାତ ହୋଇଥିଲା। ଏହାପରେ ସେ କୋଲକାତାର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଶନିବାର ଗାଙ୍ଗୁଲିଙ୍କ ଏଞ୍ଜିୟୋପ୍ଲାଷ୍ଟି କରାଯାଇଥିଲା । ତାଙ୍କ ହୃତପିଣ୍ଡର ଧମନୀରେ ଥିବା ବ୍ଲକେଜ ପାଇଁ ଏଞ୍ଜିୟୋପ୍ଲାଷ୍ଟି ହୋଇଥିଲା । ଏବେ ସେ ସୁସ୍ଥ ଅଛନ୍ତି । ସେ ଘରେ କିଛି ଦିନ ବିଶ୍ରାମ କରିବେ ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।

୨୦୨୦, ଡିସେମ୍ୱର ୨୪ ତାରିଖରେ ଅହମ୍ମଦାବାଦଠାରେ ବିସିସିଆଇର ଏଜିଏମ୍ ବସିଥିଲା। ଏଥିରେ ଗୁରୁତ୍ୱପୂର୍ଣ୍ଣ ଟ୍ୟାକ୍ସ ଛାଡ଼ ଏବଂ ଦୁଇଟି ଆଇସିସି ଇଭେଣ୍ଟ ବିଷୟରେ ଆଲୋଚନା କରାଯାଇଥିଲା। ୨୦୨୧ ଟି-୨୦ ୱାର୍ଲ୍ଡ କପ୍ ଏବଂ ୨୦୨୩ରେ ହେବାକୁ ଥିବା ୫୦ ଓଭର୍ ୱାର୍ଲ୍ଡ କପ୍ ବିଷୟରେ ଆଲୋଚନା ହୋଇଥିଲା।

   Related Posts