Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ବିଜେପିରେ ଯୋଗଦେବେନି ବୈଜୟନ୍ତ ; ଜାଣନ୍ତୁ କାହିଁକି ଏମିତି କହିଲେ ଜୟ ପଣ୍ଡା

21/12/2018 at 12:46 PM

କଟକ ୨୧|୧୨: ବୈଜୟନ୍ତ ପଣ୍ଡା ବିଜେପିରେ ମିଶିବା ନେଇ ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିଛି । ଆସନ୍ତା ୨୪ତାରିଖରେ ମୋଦିଙ୍କ ଓଡିଶା ଗସ୍ତବେଳେ ସେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଥିଲା । ତେବେ ଏହି ଚର୍ଚ୍ଚାକୁ ଆଜି ଖଣ୍ଡନ କରିଛନ୍ତି ବୈଜୟନ୍ତ । କଟକରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିବାବେଳେ ସେ ଏହି ସୂଚନା ଦେଇଛନ୍ତି । ତେବେ ଜନସାଧାରଣ ଚାହିଁଲେ ସେ ୨୦୧୯ ନିର୍ବାଚନ ଲଢିବେ ବୋଲି କହିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନ ସେ ବୁଲୁଛନ୍ତି । ପରିବର୍ତ୍ତନ ପାଇଁ  ଲୋକଙ୍କ ଭିତରେ ଗୋଟିଏ ମୁଡ୍ ରହିଥିବା ସେ କହିଛନ୍ତି । ବୈଜୟନ୍ତ କହିଛନ୍ତି ଯେ, ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ପାଇଛି ଏବଂ ଆହୁରି ଅନେକ ପ୍ରସଙ୍ଗ ରହିଛି ଯେଉଁଥିପାଇଁ ଲୋକେ ପରିବର୍ତ୍ତନ ଚାହୁଁଛନ୍ତି ।

ସୂଚନା ଯୋଗ୍ୟ ଯେ ଗତ ମେ ୨୮ତାରିଖରେ ବୈଜୟନ୍ତ ବିଜେଡି ଛାଡିଥିଲେ । ତାପରଠାରୁ ସେ ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ଲାଗିରହିଥିଲା । ମଝିରେ ଡାକ୍ତର ଦାମୋଦର ରାଉତଙ୍କୁ ବିଜେଡି ବହିଷ୍କାର କରିବା ପରେ ତାଙ୍କ ସହ ମିଶି ବୈଜୟନ୍ତ ନୂଆ ଦଳ ଗଠନ କରିବେ ବୋଲି ଚର୍ଚ୍ଚା ହୋଇଥିଲା । ତେବେ ପରିବର୍ତ୍ତୀ ସମୟରେ ଦାମ ସମତା କ୍ରାନ୍ତି ଦଳରେ ଯୋଗଦେବା ପରେ ସେହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିଥିଲା । ଗତ ସପ୍ତାହରେ ଭୁବନେଶ୍ବରଠାରେ ଥିବା ଉତ୍କଳ ବିପନ୍ନ ସହାୟତା ସମିତିଠାରେ ଆରଏସଏସର ମୁଖ୍ୟ ମୋହନ ଭଗବତଙ୍କୁ ବୈଜୟନ୍ତଙ୍କ ପତ୍ନୀ ଜଗି ମଙ୍ଗତ ପଣ୍ଡା ସାକ୍ଷାତ କରିଥିଲେ । ବୈଜୟନ୍ତ ବିଜେପିରେ ଯୋଗଦେବା ନେଇ ଏହି ସାକ୍ଷାତବେଳେ ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଥିଲା । ସେହି ଆଧାରରେ ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ ଅବସରରେ ସେ ବିଜେପିରେ ଯୋଗଦେବେ ବୋଲି ଜୋରଦାର ଆଲୋଚନା ହେଉଥିଲା ।

ଆଜିର ଘୋଷଣା ପରେ ବୈଜୟନ୍ତ ବିଜେପିରେ ମିଶିବାକୁ ଚାହୁଁନାହାଁନ୍ତି ନା ବିଜେପି ତାଙ୍କୁ ନେବାକୁ ଚାହୁଁନାହିଁ ତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ବିଜେପିର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ଯଦି ବିଶ୍ବାସକୁ ନିଆଯାଏ ତାହାଲେ ବୈଜୟନ୍ତ ବିଜେପିରେ ଯୋଗଦେବା ରାସ୍ତାରେ କଣ୍ଟା ହେଉଛନ୍ତି ଖୋଦ୍ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କାରଣ ବୈଜୟନ୍ତ ବିଜେପିରେ ଯୋଗଦେଲେ ଧର୍ମେନ୍ଦ୍ରଙ୍କ ପତିଆରା ହ୍ରାସ ପାଇବା ଆଶଙ୍କା ରହିଛି । ଅନ୍ୟପକ୍ଷରେ ବୈଜୟନ୍ତ ବିଜେପି ସହ ଏକ ବଡ ଡିଲ୍ କରିବା ପାଇଁ ଚାହୁଁଛନ୍ତି । ଏହି ଡିଲ୍ ରେ ନିଜ କମ୍ପାନୀ ଇମ୍ଫାର ସ୍ବାର୍ଥ ନିହିତ ରହିଛି । ଏହି ଡିଲ୍ ଛିଣ୍ଡୁନଥିବାରୁ ସେ ବିଜେପିରେ ଯୋଗଦେବା ବିଳମ୍ବିତ ହେଉଥିବା ମଧ୍ୟ ଆଲୋଚନା ହେଉଥିଲା ।

ଆଜି ବୈଜୟନ୍ତ ଏହି ଘୋଷଣା କରିବା ପରେ କେଉଁପଟୁ ଡିଲ୍ ରେ ଅସୁବିଧା ହେଲା ଯେ ବୈଜୟନ୍ତ ରୋକଠୋକ୍ ବିଜେପିରେ ଯୋଗଦେବେନାହିଁ ବୋଲି କହିଲେ ତାହା ଜାଣିବା ପାଇଁ ସମସ୍ତଙ୍କ ମଧ୍ୟରେ ଏକ ବଡ ଉତ୍କଣ୍ଠା ଲାଗିରହିଛି । କୁହାଯାଉଛି ଏହି ଡିଲ୍ ଫାଇନାଲ ନହେବା ପଛରେ ଦିଲ୍ଲୀପ ରାୟ ଓ ବିଜୟ ମହାପାତ୍ର ବିଜେପି ଛାଡି ବିଜେଡିରେ ଯୋଗଦେବା ସମ୍ଭାବନା ପ୍ରସଙ୍ଗର କନେକସନ ରହିଛି । କୁହାଯାଉଛି ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟଙ୍କୁ ବିଜେଡିରେ ସ୍ଥାନ ନଦେବା ପାଇଁ ଉପର ସ୍ତରରେ ବିଜେପି ବିଜେଡି ସହ ବୁଝାମଣା କରିଛି । ତା ପ୍ରତିବଦଳରେ ବିଜେପିରେ ବୈଜୟନ୍ତଙ୍କୁ ସ୍ଥାନ ନଦେବା ପାଇଁ ବିଜେପି ରାଜି ହୋଇଛି ।

   Related Posts