ଗୃହ ମୁଲତବୀ ପ୍ରସଙ୍ଗରେ ଜୟ ନାରାୟଣ ମିଶ୍ର କହିଲେ ଆଲୋଚନା କରି ପ୍ରସ୍ତାବ ଦେବା ଦରକାର

Published By : Prameya-News7 Bureau | July 01, 2019 IST

ଭୁବନେଶ୍ୱର ୧/୭ : ଗୃହ ମୁଲତବୀ ପ୍ରସଙ୍ଗ ନେଇ ପ୍ରତିକ୍ରିୟା ରଖିଛି ବିଜେପି । ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ଗୃହ ମୁଲତବୀ ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ନିୟମ ଅନୁସାରେ ଯିଏ ମୁଖ୍ୟ ବିରୋଧୀ ଦଳ ତାର ମୁଲତବୀ ପ୍ରସ୍ତାବ ଗ୍ରହଣ କରାଯାଏ । ଯେହେତୁ ଫୋନିରେ ଲୋକଙ୍କ ଘର ଭାଙ୍ଗିଛି, ଲୋକେ ଅନ୍ଧାରରେ ଅଛନ୍ତି, ସରକାର ସେମାନଙ୍କ ପୁନଃଉଦ୍ଧାର ଓ ଥଇଥାନ କରିବାରେ ସରକାର ବିଫଳ ହୋଇଛନ୍ତି, ସେଥିପାଇଁ ଏ ବିଷୟରେ ଆଲୋଚନା ହେବା ଦରକାର । କୃଷି ଓ କୃଷକ ପ୍ରସଙ୍ଗରେ ପଛରେ ଆଲୋଚନା ହୋଇପାରିବ । ବିରୋଧୀ ଦଳ ମଧ୍ୟରେ ସମନ୍ବୟ ନାହିଁ, ସମନ୍ବୟ ରକ୍ଷା କରିବା ଦରକାର । କିଏ କେତେବେଳେ କଣ ମୁଲତବୀ ପ୍ରସ୍ତାବ ଆଣିବେ ଆଲୋଚନା କରି ପ୍ରସ୍ତାବ ଦେବା ଦରକାର ବୋଲି କହିଛନ୍ତି ଜୟ ନାରାୟଣ ମିଶ୍ର ।

ସୂଚନାଯୋଗ୍ୟ ଯେ, ଆଜି ବିଧାନସଭା ଅଧିବେଶନ ଆରମ୍ଭରୁ ଗୃହରେ କଂଗ୍ରେସ ସଦସ୍ୟ ହଟ୍ଟଗୋଳ ଓ ନାରାବାଜି ଆରମ୍ଭ କରିଦେଇଥିଲେ । ବାଚସ୍ପତି କଂଗ୍ରେସର ମୁଲତବୀ ପ୍ରସ୍ତାବ ଗ୍ରହଣ ନକରିବାରୁ ପ୍ରତିବାଦ କରିଥିଲେ କଂଗ୍ରେସ ସଦସ୍ୟ । କୃଷି ଓ କୃଷକ ସମସ୍ୟା ନେଇ କଂଗ୍ରେସ ମୁଲତବୀ ପ୍ରସ୍ତାବ ଆଣିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.