ମୁଖ୍ୟମନ୍ତ୍ରୀ ବିଜେପୁର ଆସନ ଛାଡିବାପରେ ଆରମ୍ଭ ହେଲା ରାଜନୀତି, ଜୟନାରାୟଣ କହିଲେ ଏହା ପଶ୍ଚିମ ଓଡିଶା ପାଇଁ ଅପମାନ

Published By : Prameya-News7 Bureau | June 03, 2019 IST

ଭୁବନେଶ୍ବର ୩|୬: ମୁଖ୍ୟମନ୍ତ୍ରୀ ବିଜେପୁର ଆସନ ଛାଡିବା ନେଇ ବିଜେପି ପ୍ରେସମିଟ୍ ଜରିଆରେ ପ୍ରତିକ୍ରିୟା ରଖିଛି । ପଶ୍ଚିମ ଓଡିଶାବାସୀଙ୍କୁ ଭେଳିକି ଦେଖାଉଛନ୍ତି ବୋଲି ସମ୍ବଲପୁର ବିଧାୟକ ଜୟନାରାୟମ ମିଶ୍ର କହିଛନ୍ତି । ମୁଖ୍ୟମନ୍ତ୍ରୀ ବିଜେପୁର ଆସନ ଛାଡିବାପରେ ସେଠାରେ ପୁଣି ଉପ ନିର୍ବାଚନ ହେବ । ବିଜେପୁରକୁ ପୁଣି ବିଜେଡି ନେତାମାନେ ପର୍ଯ୍ୟଟନ କ୍ଷେତ୍ର କରିବେ। ପୁଣି ଯାଇ ପ୍ରଚାର କରିବେ । ହେଲେ ବିଜେପୁରକୁ ପ୍ରତ୍ୟାଖ୍ୟାନ କରିବା ଆମମାନଙ୍କ ପାଇଁ ଅପମାନ ବୋଲି ଜୟନାରାୟଣ ମିଶ୍ର କହିଛନ୍ତି । ଏହାର ଜବାବ ବିଜେପୁରବାସୀ ନିଶ୍ଚିତ ଦେବେ ବୋଲି ସେ କହିଛନ୍ତି ।

{"id":119108,"width":584,"height":327}

ବିଜେପୁରରୁ ବିଜେପି ଲଢିବ ଏବଂ ଏଥର ତାଙ୍କୁ ପରାଜିତ କରିବୁ ବୋଲି ଜୟନାରାୟଣ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଅପରପକ୍ଷରେ ବିଜେପୁର ପାଇଁ ମୁଖ୍ୟମନ୍ତ୍ରୀ ବାସ୍ତବରେ କଣ କରିଛନ୍ତି କୁହନ୍ତୁ ବୋଲି ସେ ପ୍ରଶ୍ନ କରିଛନ୍ତି । ଉପନିର୍ବାଚନ ବେଳେ ଯାହା କହିଥିଲେ ସାଧାରଣ ନିର୍ବାଚନ ପରେ ସେହି କଥା ଦୋହରାଇଲେ । କୌଣସି ଗୋଟିଏ କାମ ବି ପୂରଣ ହୋଇନି । ତାହେଲେ ସେ କି ଦାୟିତ୍ବ ନେଲେ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.