Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||

ବଲଙ୍ଗୀର: ଜୟ କିଷାନ ପକ୍ଷରୁ ବୈଠକ, ଆସନ୍ତା ୨୬ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ଲାଗି ନିଷ୍ପତ୍ତି

13/01/2021 at 6:07 PM

ବଲାଙ୍ଗୀର୧୩/୧: ବଲାଙ୍ଗୀର ଖପ୍ରାଖୋଲ ଟି.ଆର.ସି. ବିଲଡିଂରେ ଜୟ କିଶାନର ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବଲା‌ଙ୍ଗୀର ଜୟ କିଷାନ ଆନ୍ଦୋଳନର ଆବାହକ ସତ୍ୟ ବନଛୋରଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ କୁନି ଚାଷୀ ସୋମ ବନଛୋର ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। ଏଥିରେ କୃଷି ଓ କୃଷକ ଶୋଷଣ ନୀତିକୁ ବିରୋଧ, କୃଷିକୁ କମ୍ପାନୀକରଣ ବିରୋଧ, ୨୦୨୦ କୃଷି ଆଇନ ତିନିଟିକୁ ପ୍ରତ୍ୟାହାର, ଏମ.ଏସ.ପି.କୁ ଆଇନଗତ ମାନ୍ୟତା ଓ ସୁରକ୍ଷା, ପାରମ୍ପରିକ ଚାଷକୁ ଗୁରୁତ୍ୱ ପ୍ରଦାନ, ଚାଷୀର ଉତ୍ପାଦନ ଦ୍ରବ୍ୟକୁ ଉଚିତ ମୂଲ୍ୟ ସହ ବିଭିନ୍ନ ଆଲୋଚନା ହୋଇଥିଲା।

 ଆଗାମୀ ଦିନରେ ଖପ୍ରାଖୋଲ ବ୍ଲକରେ ସଂଗଠନକୁ ତୃଣ ସ୍ତରରୁ ମଜବୁତ କରିବାକୁ ଆହ୍ୱାନ ସହ କୃଷି ଓ କୃଷକମାନଙ୍କ ବିଭିନ୍ନ ସମସ୍ୟା ଦାବିରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଓ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଆସନ୍ତା ଜାନୁଆରୀ ୨୬ରେ ଜୟ କିଷାନ ଆନ୍ଦୋଳନ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ତଥା ଟ୍ରାକ୍ଟର ରାଲି କରିବାର ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି l

   Related Posts