Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||
  • ଭୁବନେଶ୍ବର : ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

ସାରୁଅ ଦୁର୍ନୀତିକୁ ଟପିଗଲା ଜଗି-ବୈଜୟନ୍ତଙ୍କ ଚାଲ୍, କର୍ମଚାରୀଙ୍କ ମୁଣ୍ଡରେ ଅଠା ବୋଳି ଖସି ଯିବାକୁ ଉଦ୍ୟମ, ଜାମିନ ଆବେଦନରୁ ଆସିଲା ସାଂଘାତିକ ତଥ୍ୟ

2/12/2020 at 4:29 PM

ଭୁବନେଶ୍ଵର ୦୨।୧୨: ସାରୁଅ ଜମି ଦୁର୍ନୀତି ମାମଲାରେ ଅନ୍ୟଙ୍କ ଉପରେ ଅଠା ବୋଳି ଖସି ଯିବାକୁ ଉଦ୍ୟମ କରିଛନ୍ତି ଓଡିଶା ଇନଫ୍ରାଟେକ ପ୍ରାଇଭେଟ ଲିମିଟେଡ଼ର ପ୍ରମୋଟର ଜଗିମଙ୍ଗତ ପଣ୍ଡା ଓ ବୈଜୟନ୍ତ ପଣ୍ଡା। କର୍ମଚାରୀଙ୍କ ମୁଣ୍ଡରେ ଦୋଷ ଲଦି ଜଗି-ଜୟଙ୍କ ଖସିବାକୁ ଉଦ୍ୟମ କରିଛନ୍ତି।। ଗିରଫଦାରୀରୁ ବର୍ତ୍ତିବା ପାଇଁ ଆଗୁଆ ଜାମିନ ଆବେଦନରୁ ଏମିତି ଚାଞ୍ଚଲ୍ୟକର ତଥ୍ୟ ମିଳିଛି। ମାମଲାରେ ତାଙ୍କର ସଂପୃକ୍ତି ନାହିଁ ବୋଲି ଉଚ୍ଚ ନ୍ୟାୟାଳୟରେ ଦାଖଲ ଜାମିନ ଆବେଦନରେ ଏହା ଦର୍ଶାଇଛନ୍ତି ଜଗି-ଜୟ। ସବୁ ନିଷ୍ପତ୍ତି ବିଭୂ ରଥ, ମନୋରଞ୍ଜନ ଷଡ଼ଙ୍ଗୀ ନେଉଥିଲେ ବୋଲି ଆବେଦନରେ ଉଲ୍ଲେଖ କରିଛନ୍ତି।

ଆଗୁଆ ଜାମିନ ପାଇଁ କୋର୍ଟରେ ଦାଖଲ ଆବେଦନରୁ ଖୁଲାସା ହୋଇଛି ଯେ, ଜଗିମଙ୍ଗତ ପଣ୍ଡା ଓ ବୈଜୟନ୍ତ ପଣ୍ଡା ଓଟିଭି ଓ ଓରଟେଲ୍‌ କର୍ମଚାରୀଙ୍କ ଉପରେ ସମସ୍ତ ଦୋଷ ଲଦି ସାରୁଆ ଜମି ଦୁର୍ନୀତି ମାମଲାରୁ ଖସି ଯିବାକୁ ଉଦ୍ୟମ କରିଛନ୍ତି। ଉଭୟ ଦର୍ଶାଇଛନ୍ତି ଯେ, ଏହି ମାମଲାରେ ତାଙ୍କର କୌଣସି ସଂପୃକ୍ତି ନାହିଁ। ମନୋରଞ୍ଜନ ଷଡଙ୍ଗୀ ଓ ବିଭୂ ରଥ ଓଡିଶା ଇନଫ୍ରାଟେକ୍‌ ପ୍ରାଇଭେଟ୍ ଲିମିଟେଡ୍‌(ଓଆଇପିଏଲ)ର ସମସ୍ତ ନିଷ୍ପତ୍ତି ନେଉଥିଲେ ଏବଂ କମ୍ପାନୀ ପରିଚାଳନା କରୁଥିଲେ।

କିନ୍ତୁ ଏଠାରେ କହି ରଖୁଛୁ ଯେ, ମନୋରଞ୍ଜନ ଷଡଙ୍ଗୀ ଓ ବିଭୂ ରଥ ଜୟ ଓ ଜଗି ପଣ୍ଡାଙ୍କ ଓଟିଭି ଏବଂ ଅର୍ଟେଲ୍ କମ୍ୟୁନିକେସନର କେବଳ କର୍ମଚାରୀ ଥିଲେ। କିନ୍ତୁ ଜଗି ଓ ଜୟ ନିଜକୁ ଖସାଇବାକୁ ଯାଇ ସମସ୍ତ ଦୋଷ ସେମାନଙ୍କ ଉପରେ ଲଦିଛନ୍ତି।

ଆଗୁଆ ଜାମିନ ଆବେଦନରେ ଜୟ ଓ ଜଗି ରବୀନ୍ଦ୍ର ସେଠିଙ୍କୁ ଲ୍ୟାଣ୍ଡ ଏଗ୍ରିଗେଟର ଭାବେ ନିଯୁକ୍ତି ଦିଆଆଇଥିଲା ଦର୍ଶାଇଛନ୍ତି। କିନ୍ତୁ ରବୀନ୍ଦ୍ର କମ୍ପାନୀର ଡ୍ରାଇଭର ଥିଲେ। ନିଜକୁ ବଞ୍ଚାଇବା ପାଇଁ ଜୟ ଓ ଜଗି ପଣ୍ଡା କେତେ ମିଥ୍ୟା କହି ପାରନ୍ତି ଏଥିରୁ ଜଣା ପଡିଛି। ଏହି ମାମଲାରେ ସେ ନିଜର କର୍ମଚାରୀ ମନୋରଞ୍ଜନ ଷଡଙ୍ଗୀ ଓ ବିଭୂ ରଥଙ୍କ ଉପରେ ବେଆଇନ ଭାବେ ସମସ୍ତ ଦୋଷ ଲଦି ନିଜେ ଅତି ଚାଲାକର ସହିତ ଖସି ଯିବାକୁ ଉଦ୍ୟମ କରିଛନ୍ତି।

ଏହି କାରଣରୁ ଓଟିଭି ଏବଂ ଓଡିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ୍‌ରୁ କର୍ମଚାରୀଙ୍କ ଛାଡିବା ଆରମ୍ଭ ହୋଇ ଯାଇଛି। ମାଲିକ ଜଗି ଓ ଜୟ ପଣ୍ଡାଙ୍କ ସ୍ଵାର୍ଥପର ବ୍ୟବହାର କାରଣରୁ ମାଲିକଙ୍କ ଉପରୁ କର୍ମଚାରୀଙ୍କ ଭରସା ଓ ବିଶ୍ଵାସ ଉଠି ଯାଇଛି।

ସୂଚନାଯୋଗ୍ୟ, ବିଭୂ ରଥ ଅରଟେଲର ସିଇଓ ଥିଲା ବେଳେ ଆର୍ଥିକ ଦେବାଳିଆ ହୋଇଥିଲା କଂପାନୀ। ପରେ ତାଙ୍କୁ ସେଠାରୁ ବିଦା କରାଯାଇଥିଲା । ଏହା ସହ ସେ ଓଡିଶା ଇନଫ୍ରାଟେକର ନିର୍ଦ୍ଦେଶକ ମଧ୍ୟ ଥିଲେ। ତାଙ୍କ ସ୍ଥାନରେ ମନୋରଞ୍ଜନ ଷଡ଼ଙ୍ଗୀ ଓ ଶିବପ୍ରସାଦ ଶ୍ରୀଚନ୍ଦନ କାର୍ଯ୍ୟ ତୁଲାଉଥିଲେ। ସାରୁଅରେ ଫିଲ୍ମ ସିଟି କରିବା ପାଇଁ ଓଡ଼ିଶା ଇନ୍ ଫ୍ରା ଟେକ୍ ଶହେ ଏକର ଜମି ଦରକାର କରୁଥିଲା । ଯେଉଁଥିରୁ ୭ ଏକର ଜମି ୨୨ ଜଣ ଏସ୍ ସି ଲୋକଙ୍କଠାରୁ କିଣାଯାଇଥିଲା । ଏଥିପାଇଁ ରବୀନ୍ଦ୍ର ସେଠିଙ୍କୁ ଲ୍ୟାଣ୍ଡ ଏଗ୍ରିଗେଟର ଭାବେ ନିଯୁକ୍ତି ଦିଆଆଇଥିଲା ବୋଲି ଆଗୁ ଜାମିନ୍ ଆବେଦନରେ ଦର୍ଶାଇଛନ୍ତି ଜଗି ଓ ଜୟ ।

ସୂଚନାଯୋଗ୍ୟ, ସାରୁଅ ଜମି ଦୁର୍ନୀତି ମାମଲାରେ ବୈଜୟନ୍ତ ପଣ୍ଡା ଓ ଜଗିମଙ୍ଗ ପଣ୍ଡାଙ୍କୁ ଝଟକା ଲାଗିଛି। ନଭେମ୍ବର ୨୦ ତାରିଖରେ ହାଇକୋର୍ଟ ସାରୁଅ ଜମି ଦୁର୍ନୀତି ମାମଲାର ଶୁଣାଇ କରି ଓଡିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ୍‌ର ପ୍ରମୋଟର ଵୈଜୟନ୍ତ ପଣ୍ଡା ଓ ଜଗି ମଙ୍ଗତ ପଣ୍ଡାଙ୍କ ଏତଲା ରଦ୍ଦ ଆଵେଦନକୁ ଖାରଜ କରିଥିଲେ। ଏହି ମାମଲାରେ ଓଡିଶା ଇନଫ୍ରାଟେକ ପ୍ରାଇଭେଟ ଲିମିଟେଡ଼ର ପ୍ରମୋଟର ଵୈଜୟନ୍ତ ପଣ୍ଡା ଓ ଜଗି ମଙ୍ଗତ ପଣ୍ଡାଙ୍କ ନାଁରେ ଜମି ହଡପ ନେଇ ଏତଲା ହୋଇଥିଲା। ଉଭୟ ଵୈଜୟନ୍ତ ଓ ଜଗି ପଣ୍ଡା ଏହି ଏତଲାକୁ ରଦ୍ଦ କରିବା ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ପୂର୍ବରୁ ହାଇକୋର୍ଟ ମାମଲାର ଶୁଣାଣି କରି ଉଭୟଙ୍କୁ ପରଵର୍ତ୍ତି ଶୁଣାଣି ପର୍ଯ୍ୟନ୍ତ ଗିରଫ ନକରିବା ପାଇଁ କ୍ରାଇମବ୍ରାଞ୍ଚର ଇଓଡଵ୍ଲୁକୁ ନିର୍ଦ୍ଦେଶ ଦେଇଥିଲେ। ତେଵେ ହାଇକୋର୍ଟ ଶୁଣାଇଥିବା ନିଷ୍ପତ୍ତିରେ ଆବେଦନକାରୀଙ୍କ ଏତଲା ରଦ୍ଦ ଆଵେଦନକୁ ଖାରଜ କରିଦେଇଛନ୍ତି। ଏହା ସହ ଉଭୟ ଜଗି ଓ  ବୈଜୟନ୍ତଙ୍କ ଗିରଫଦାରୀ ଉପରେ ଥିବା ଅନ୍ତରୀଣ ସୁରକ୍ଷାକୁ ମଧ୍ୟ ହଟାଇ ଦେଇଥିଲେ ହାଇକୋର୍ଟ।

   Related Posts