Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ଆଠଗଡରେ ଗଢ଼ି ଉଠିଛି ଏକାଧିକ ଶିଳ୍ପାନୁଷ୍ଠାନ: ସ୍ଥାନୀୟ ନିଯୁକ୍ତି ଦାବିରେ ରାଷ୍ଟ୍ରୀୟ ଜୟହିନ୍ଦ ପାର୍ଟି ପକ୍ଷରୁ ବିକ୍ଷୋଭ

29/01/2021 at 11:05 AM

 ଆଠଗଡ଼୨୯/୧: ଆଠଗଡରେ ଗଢି ଉଠିଛି ଏକାଧିକ ଶିଳ୍ପାନୁଷ୍ଠାନ। ମାତ୍ର ଏଠାରେ ସ୍ଥାନୀୟ ନିଯୁକ୍ତିକୁ ସମ୍ପୂର୍ଣ୍ଣ ରୂପେ ଉପେକ୍ଷା କରାଯାଇଥିବା ବେଳେ କୌଣସି କମ୍ପାନୀର କର୍ତ୍ତୃପକ୍ଷ ଆଞ୍ଚଳିକ କାର୍ଯ୍ୟାଳୟ ଆଠଗଡ଼ରେ ଖୋଲି ନାହାଁନ୍ତି । ଆଠଗଡ଼ର ପାଣି, ପବନ, ଜମି ନେଇ କାରଖାନାଗୁଡିକ ମାଲାମାଲ ହେଉଥିବା ବେଳେ ସାଧାରଣ ଜନତା  ଉପେକ୍ଷା ହେଉଛନ୍ତି।

ଏହା ଫଳରେ ରାଷ୍ଟ୍ରୀୟ ଜୟହିନ୍ଦ ପାର୍ଟି ପକ୍ଷରୁ ଚଳିତ ମାସ ୭ ତାରିଖରେ ଏକ ସ୍ମାରକ ପତ୍ର ଆଠଗଡ଼ ଉପଜିଲ୍ଲାଙ୍କୁ ପ୍ରଦାନ କରାଜାଇଥିଲା। ଏଠାରେ ସ୍ଥାନୀୟ ନିଯୁକ୍ତି ଓ ଆଞ୍ଚଳିକ କାର୍ଯ୍ୟାଳୟ ଖୋଲିବାକୁ ସ୍ମାରକ ପତ୍ରରେ ଦର୍ଶାଯାଇଥିଲା। ମାତ୍ର ପ୍ରଶାସନ ତରଫରୁ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ କୌଣସି ଉତ୍ତର ନ ଦେବାରୁ ରାଷ୍ଟ୍ରୀୟ ଜହ ହିନ୍ଦ ପାର୍ଟି ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି।

   Related Posts