ଭାରତୀୟ ବଂଶୋଦ୍ଭବ ଭାବେ ଆମେରିକାର ଧନୀ ତାଲିକାରେ ଜୟ ଚୌଧରୀ, ପ୍ରତିଷ୍ଠା କରିଛନ୍ତି ୫ଟି ଆଇଟି ଫାର୍ମ

Published By : Prameya-News7 Bureau | November 13, 2021 IST

ନୂଆଦିଲ୍ଲୀ, ୧୩/୧୧: ଫୋର୍ବ୍ସ ତାଲିକାରେ ସ୍ଥାନ ପାଇଲେ ଭାରତୀୟ ବଂଶୋଦ୍ଭବ ଜୟ ଚୌଧରୀ । ୨୦୨୧ ବର୍ଷ ପାଇଁ ଫୋର୍ବ୍ସ ଜାରି କରିଥିବା ୪ ଶହ ଧନୀ ଆମେରିକାନ୍‌ଙ୍କ ମଧ୍ୟରେ ଜୟଙ୍କ ନାମ ରହିଛି । ବିଶିଷ୍ଟ ଉଦ୍ୟୋଗୀ ଭାବେ ସେ ଆମେରିକାରେ ସଫଳତାର ସହ ୫ଟି ଟେକ୍ନୋଲୋଜି କମ୍ପାନୀ ସ୍ଥାପନ କରିଛନ୍ତି । ଯାହାକି ଆମେରିକାର ବିଭିନ୍ନ କ୍ଷେତ୍ରରେ ସେବା ପ୍ରଦାନ କରୁଛି । ଜୟଙ୍କର ମୋଟ ସମ୍ପତ୍ତି ୧୬.୩ ବିଲିୟନ୍‌ ଡଲାର ହୋଇଥିବା ଏଥିରେ ପ୍ରକାଶ ପାଇଛି ।

ଭାରତୀୟ-ଆମେରିକୀୟ ଜୟ ୟୁଏସ୍‌-ଏୟାର ଡିଫେନ୍ସ, ୱାରଲେସ୍‌ ସିକ୍ୟୁରିଟି ଫାର୍ମ ପାଇଁ ସିଫର ଟ୍ରଷ୍ଟ, ଫାର୍ଷ୍ଟ ଇମେଲ୍‌ ସିକ୍ୟୁରିଟି ଗେଟ୍‌ୱେ ପାଇଁ କୋର ହାର୍ବର ନାମକ କମ୍ପାନୀ, ଇ-କମର୍ସ ସଲ୍ୟୁସନ୍‌ ଫାର୍ମ ସିକ୍ୟୁର ଆଇଟି, ଫାର୍ଷ୍ଟ ପ୍ୟୁରପ୍ଲେ ଇଣ୍ଟରନେଟ୍‌ ସିକ୍ୟୁରିଟି ସର୍ଭିସ୍‌ ଏବଂ ଜେଡ୍‌ସ୍କାଲର ଏବଂ ଗୋଟିଏ କ୍ଲାଉଡ୍‌ ଇନ୍‌ପରମେଶନ୍‌ ଫାର୍ମର ସ୍ଥାପନା ସହ ଦକ୍ଷତାର ସହ ପରିଚାଳନା ମଧ୍ୟ କରୁଛନ୍ତି ।

ଫେର୍ବ୍ସ ଅନୁସାରେ ଜୟ ଏବଂ ତାଙ୍କ ପରିବାର ନାସ୍‌ଦାକ୍‌ ଲିଷ୍ଟେଡ୍‌ ଜେଡ୍‌ସ୍କାଲରର ୪୨ ପ୍ରତିଶତ ସେୟାରର ମାଲିକ । ଯାହାକି ୨୦୦୮ରେ ସ୍ଥାପନ ହୋଇଥିଲା । ଏହାର ପରିଚାଳନା ଭାର ବହନ କରୁଛନ୍ତି ଜୟ । ସେ ତାଙ୍କର ବ୍ୟକ୍ତିଗତ ସମ୍ପତ୍ତି ବିଷୟରେ କେବେ ପ୍ରକାଶ କରନ୍ତି ନାହିଁ । ବରଂ ତାଙ୍କର ଆଗାମୀ ଲକ୍ଷ୍ୟ ବିଷୟରେ କହିଥାନ୍ତି ବୋଲି ଫୋର୍ବ୍ସ ପ୍ରକାଶ କରିଛି ।

ଜୟ ଚୌଧରୀ ହିମାଚଳ ପ୍ରଦେଶରେ ଜନ୍ମଗ୍ରହଣ କରିଥିବା ବେଳେ ସେ ଗ୍ରାଜୁଏଟ୍‌ ହେବା ପାଇଁ ୧୯୮୦ ମସିହାରେ ଭାରତ ଛାଡ଼ି ଆମେରିକା ଯାଇଥିଲେ । ସେଠାରେ ସେ ଏହି ଆଇଟି କମ୍ପାନୀଗୁଡ଼ିକ ପ୍ରତିଷ୍ଠା କରିଥିଲେ ।       

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.