Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

ଅନ୍‌ଲାଇନ୍ ଲିକ୍ ହେଲା ଫିଲ୍ମ ‘ଜୱାନୀ ଜାନେମନ୍’…ବକ୍ସ ଅଫିସ୍ କଲେକସନ୍‌ରେ ପଡିବ ପ୍ରଭାବ?

1/02/2020 at 3:27 PM

ମୁମ୍ବାଇ୧|୨: ସୈଫ ଅଲ୍ଲୀ ଖାନଙ୍କ ଫିଲ୍ମ ‘ଜୱାନୀ ଜାନେମନ୍‌’ ଜାନୁଆରୀ ମାସ ୩୧ତାରିଖରେ ରିଲିଜ ହୋଇଥିଲା। ରିଲିଜ ହେବାର ଗୋଟେ ଦିନ ପରେ ହିଁ ଫିଲ୍ମଟି ଅନ୍‌ଲାଇନ୍‌ ଲିକ୍‌ ହୋଇଯାଇଛି। ତାମିଲରକର୍ସ ନାମକ ୱେବ୍‌ସାଇଟ୍‌ ଫିଲ୍ମର HD ପ୍ରିଣ୍ଟ ଅନ୍‌ଲାଇନ୍‌ ଲିକ୍‌ କରିଛି। ଫିଲ୍ମର ପାଇରେଟେଡ୍‌ଭର୍ସନ ଅନେକ ୱେବ୍‌ସାଇଟ୍‌ରେ ଉପଲବ୍ଧ ରହିଛି। ସୈଫ ଅଲ୍ଲୀ ଖାନଙ୍କ ଫିଲ୍ମ ବିଗ୍‌ ରିଲିଜ୍‌ ଥିଲା। ଏବେ ଫିଲ୍ମ ଅନ୍‌ଲାଇନ୍‌ ଥିବାରୁ ଏହାକୁ ଡାଉନଲୋଡ କରି ଦେଖିହେବ। ଫଳରେ ଫିଲ୍ମର କଲେକ୍‌ଶନ୍ ଉପରେ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି।

ଏହା ପୂର୍ବରୁ ମଧ୍ୟ ଅନେକ ଫିଲ୍ମ ରିଲିଜ୍‌ ହେଉ ହେଉ ଲିକ୍‌ ହୋଇଛି। ତାମିଲ୍‌ରକର୍ସ ୱେବ୍‌ସାଇଟ୍‌ ଦୀପିକାଙ୍କ ଫିଲ୍ମ ‘ଛପାକ୍’, ଅଜୟଙ୍କ ‘ତାନାଜୀ’କୁ ମଧ୍ୟ ଅନ୍ଲାଇନ୍‌ ଲିକ୍‌ କରିସାରିଛି। ଗତବର୍ଷ ‘ଦବଙ୍ଗ ୩’, ‘ପତି ପତ୍ନି ଓର୍‌ ୱୋ’, ‘ଡ୍ରିମ୍‌ ଗର୍ଲ’, ‘ଭାରତ’, ‘କବୀର ସିଂହ’ ପରି ଫିଲ୍ମକୁ ମଧ୍ୟ ଏହି ୱେବ୍‌ସାଇଟ୍‌ ଅନ୍‌ଲାଇନ୍‌ରେ ଲିକ୍‌ କରିଥିଲା।

ସୂଚନାଯୋଗ୍ୟ ଯେ, ‘ଜୱାନୀ ଜାନେମନ୍’ ଏକ ରୋମାଣ୍ଟିକ କମେଡି ଫିଲ୍ମ। ବାପଝିଅଙ୍କ ଇମୋସନ୍ ବିଷୟରେ ଫିଲ୍ମରେ ଦେଖିବାକୁ ମିଳିବ। ସୈଫଙ୍କ ବ୍ୟତୀତ ତବୁ ଓ ପୂଜା ବେଦୀଙ୍କ ଝିଅ ଆଲିଆ ଫର୍ଣ୍ଣିଚରୱାଲା ଅଭିନୟ କରିଛନ୍ତି। ଆଲିଆ ଏହି ଫିଲ୍ମ ଦ୍ବାରା ବଲିଉଡ୍‌ରେ ଡେବ୍ୟୁ କରିଛନ୍ତି। ନୀତିନ୍ କକ୍କର ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ।

   Related Posts