Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେନି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ବଢିଲା ସଂକ୍ରମଣ, ୭ ଦିନ ପାଇଁ ଏହି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା
  • ||
  • ଆଜିଠୁ ଟିକା ଉତ୍ସବ, ୧୪ ଯାଏ କରୋନା ମହାମାରୀ ମୁକାବିଲା ଲାଗି ଚାଲିବ ଦେଶବ୍ୟାପୀ
  • ||

କାଶ୍ମୀରରୁ କନ୍ୟାକୁମାରୀ ୪୩୦୦ କିମି ଲମ୍ବା ଦୌଡରେ ବାହାରିଲେ ଯବାନ, ଏତିକି ଦିନରେ ପୂରା କରିବେ ଯାତ୍ରା

3/04/2021 at 10:07 PM

ନୂଆଦିଲ୍ଲୀ ୦୩।୦୪: ଯଦି ମନୋବଳ ଉଚ୍ଚରେ ରହିଛି ଏବଂ ଉତ୍ସାହ ଭରି ରହିଛି ତେବେ ଲକ୍ଷ୍ୟ ଅଧିକ ଜଟିଳ କି ଦୂର ଲାଗେ ନାହିଁ। ସେନାର ଜଣେ ଯବାନ ଏହି ଉକ୍ତିର ଯଥାର୍ଥତାକୁ ପ୍ରତିପାଦିତ କରିଛନ୍ତି। ସେନାର ଜଣେ ଯବାନ ନାଏକ ଭେଲ୍ୟୁ ପି କାଶ୍ମୀରରୁ କନ୍ୟାକୁମାରୀ ୪୩୦୦କିଲୋମିଟର ଦୂରତା ଦୌଡିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥିସହ ସେ ନିଜର ଲକ୍ଷ୍ୟସ୍ଥଳ ଅଭିମୁଖେ ଦୌଡିବା ଆରମ୍ଭ କରି ଦେଇଛନ୍ତି। ଭେଲ୍ୟୁଙ୍କ ଉଦ୍ଦେଶ୍ୟ ଏହି ଐତିହାସିକ ଯାତ୍ରାକୁ ପୂରା କରି ଗିନିଜ୍ ବୁକ୍ ଅଫ ଓ୍ଵାର୍ଲ୍ଡ ରେକର୍ଡ କରିବା। ଭେଲ୍ୟୁ ପ୍ରତିଦିନ ୭୦ ରୁ ୧୦୦ କିମି ଦୌଡିବେ ଏବଂ ୫୦ ଦିନରେ ଏହି ଲକ୍ଷ୍ୟ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ଭେଲ୍ୟୁ ନିଜର ୩୦ତମ ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଦୌଡି ଯାତ୍ରା ପୂରା କରିବାକୁ ବାହାରିଛନ୍ତି। ତାଙ୍କ ଉଦ୍ଦେଶ୍ୟ ଏହି ଦୌଡ ସହିତ ନିଜର ନାମ ଗିନିଜ୍ ବୁକ୍ ଅଫ ଓ୍ଵାର୍ଲ୍ଡ ରେକର୍ଡରେ ସାମିଲ କରିବା। ସେ ୫୦ ଦିନ ଭିତରେ ୪୩୦୦ କିମି ଦୂର ଯାତ୍ରା କରିବାକୁ ଲକ୍ଷ୍ୟ ରଖିଛନ୍ତି। ଗତ ବର୍ଷ ଜୁନରେ ଭାରତୀୟ ସୈନିକ ଭେଲ୍ୟୁ ଏମିତି ପ୍ରଥମ ଭାରତୀୟ ଅଲଟ୍ରା ରନର ହୋଇଥିଲେ, ଯିଏ ୧୬୦୦ କିଲୋମିଟରର ଦୂରତାକୁ କେବଳ ୧୭ ଦିନରେ ସ୍ଥିର କରିଥିଲେ।

ଭେଲ୍ୟୁଙ୍କ ଏହି ଉପଲବ୍ଧି ଏସୀୟ ରେକର୍ଡରେ ସାମିଲ ହେବା ପ୍ରକ୍ରିୟାରେ ରହିଛି। ଅଲଟ୍ରା ରନର ତାକୁ କୁହାଯାଏ, ଯିଏ ପାରମ୍ପରିକ ମାରାଥନଠୁ ଅଧିକ କିଲୋମିଟର ଦୂର ଦୌଡିଥାନ୍ତି। ଭେଲ୍ୟୁ ୪୩୦୦୦ କିଲୋମିଟର ଦୂରତାକୁ କେବଳ ୫୦ ଦିନରେ ପୂରା କରି ଗିନିଜ୍ ଓ୍ଵାର୍ଲ୍ଡ ରେକର୍ଡ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଭେଲ୍ୟୁ ଏହି ବଡ ଯାତ୍ରା ପାଇଁ ଶୁକ୍ରବାର ଶ୍ରୀନଗରର ୯୨ ବେସ୍‌ ହସ୍ପିଟାଲରୁ ଆରମ୍ଭ କରିଛନ୍ତି।

   Related Posts