ଘାଟି ରାସ୍ତା ଦେଇ ଆସୁଥିଲେ ବିଧାୟକ, ଆଖିବୁଜା ଗୁଳିମାଡ଼ କଲେ ନକ୍ସଲ ; ଏନ୍‌କାଉଣ୍ଟରରେ ଯବାନ ସହିଦ

Published By : Prameya-News7 Bureau | July 20, 2021 IST

ମାଲକାନଗିରି ୨୦।୦୭: ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ପୁଣି ମାଓ ହିଂସା । ନକ୍ସଲ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ଜଣେ ଯବାନ ଶହୀଦ ହୋଇଥିବା ବେଳେ  ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଥିବାର ସୂଚନା ମିଳିଛି ।

ଖବର ଅନୁଯାୟୀ, ନାରାୟଣପୁର ଜିଲ୍ଲା ଛୋଟେଡଙ୍ଗର ଥାନାରେ ମୃତୟନ ଥିବା ୪୫ ବାଟାଲିଅନର ଆଇଟିବିପି ଯବାନ ମାନେ ଅମଦାଇ ଘାଟିରେ ପାଟ୍ରୋଲିଂ କରିବାକୁ ଯାଇଥିଲେ । ଏହି ରାସ୍ତା ଦେଇ ନାରାୟଣପୁର ବିଧାୟକ ଚନ୍ଦନ କାଶ୍ୟପ ଯିବାର ଥିଲା । ତେଣୁ ବିଧାୟକଙ୍କ ଗାଡି ଘାଟି ରାସ୍ତାରେ ପହଞ୍ଚିବା ମାତ୍ରେ ନକ୍ସଲ ମାନେ ଗୁଳି ଚାଳନା କରିଥିଲେ । ଯାହାର ପାଲଟା ଜବାବ ଦେଇଥିଲେ ଆଇଟିବିପିର ଯବାନ ।

ତେବେ ବିଧାୟକ ଚନ୍ଦନ କାଶ୍ୟପ ସମ୍ପୂର୍ଣ ଭାବେ ସୁରକ୍ଷିତ ରହିଥିବା ବେଳେ ଜଣେ ଯବାନ ଶହୀଦ ହୋଇଛନ୍ତି । ଶହିଦ ଯବାନଙ୍କ ନାମ ଶିବ କୁମାର ମିନା ବୋଲି ଜଣାପଡ଼ିଛି । ଘଟଣା ପରେ ବିଧାୟକ ନାରାୟଣପୁର ଫେରିଥିବା ବେଳେ ଘଟଣା ସ୍ଥଳରେ କୁମ୍ବିଂ ଅପରେସନ ଜୋରଦାର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.