ଯବାନଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ
16/06/2018 at 9:52 AM

ରକ୍ଷକ ସାଜିଲା ବକ୍ଷକ । ଯବାନଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ । ମହିଳା ହୋମଗାର୍ଡଙ୍କୁ ସେନାର ଜଣେ ଯବାନ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଥାନା କୁରୁମୁଞ୍ଜିଆ ଗାଁର ଘଟଣା । ମହିଳା ହୋମଗାର୍ଡ ଘରେ ଏକାକି ଥିବା ବେଳେ ଯବାନ ଟୁଲୁ ପ୍ରଧାନ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ପୀଡିତା ଜି.ଉଦୟଗରି ଥାନାରେ ଏତଲା ଦେବା ପରେ ପୋଲିସ ଯବାନ ଟୁଲୁ ପ୍ରଧାନକୁ ଅଟକ ରଖି ତଦନ୍ତ କରୁଛି ।