ନିଜ ଅପହରଣ ବିଷୟରେ ମୁହଁ ଖୋଲିଲେ ରାକେଶ୍ଵର, କହିଲେ- ସେ କେମିତି ଗଲେ ମାଓବାଦୀଙ୍କ କବ୍‌ଜାକୁ ଆଉ କେମିତି ଥିଲେ...

Published By : Prameya-News7 Bureau | April 08, 2021 IST

ବିଜାପୁର ୦୮।୦୪: ବିଜାପୁରରେ ୬ ଦିନ ପୂର୍ବେ ଅପହୃତ କୋବ୍ରା ଯବାନ ରାକେଶ୍ଵର ସିଂହ ମନହାସଙ୍କୁ ମାଓବାଦୀ ମୁକ୍ତ କରିଛନ୍ତି। ଗୁରୁବାର ଅପରାହ୍ନରେ ମାଓବାଦୀଙ୍କ କବଳରୁ ମୁକୁଳିବା ପରେ ରାକେଶ୍ଵରଙ୍କୁ ବିଜାପୁର ସିଆରପିଏଫ କ୍ୟାମ୍ପ ଅଣାଯାଇଛି। ସେଠାରେ ତାଙ୍କର ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇଛି। ଶନିବାର ଛତିଶଗଡର ବିଜାପୁରରେ ପୋଲିସ-ମାଓବାଦୀ ଗୁଳି ବିନିମୟ ଘଟଣାରେ ମାଓବାଦୀ ମନହାସଙ୍କୁ ଅପହରଣ କରି ନେଇ ଯାଇଥିଲେ। ରାକେଶ୍ଵର ସିଂହଙ୍କ ମୁକ୍ତ ପରେ ତାଙ୍କ ପରିବାରରେ ଖୁସିର ଲହରି ଖେଳି ଯାଇଛି।

ରାକେଶ୍ଵରଙ୍କୁ ଛାଡିବା ପୂର୍ବରୁ ମାଓବାଦୀ ପ୍ରଥମେ ପ୍ରଜାକୋର୍ଟ କରିଥିଲେ। ଘଞ୍ଚ ଜଙ୍ଗଲରେ କରିଥିବା ପ୍ରଜାକୋର୍ଟରେ ମନହାସଙ୍କୁ ବାନ୍ଧୀ  ହାଜର କରିଥିଲେ। ଏହି ସମୟରେ ମାଓବାଦୀଙ୍କ ସହ ଶତାଧିକ ଗାଁ ଲୋକେ ଉପସ୍ଥିତ ଥିଲେ। ରାକେଶ୍ଵରଙ୍କ ଦୁଇ ହାତ ବାନ୍ଧି ପ୍ରଜକୋର୍ଟରେ ହଜାର କରାଯାଇଥିଲା। ପ୍ରଜାକୋର୍ଟରେ ହାଜର ପରେ ମାଓବାଦୀ ନିଜ ମତାମତ ରଖଥିଲେ। ଏହା ପରେ ଏକାଧିକ ମଧ୍ୟସ୍ଥ ଏବଂ କିଛି ସାମ୍ବାଦିକଙ୍କ ଉପସ୍ଥିତିରେ ରାକେଶ୍ଵରଙ୍କୁ ମାଓବାଦୀ ଛାଡିଥିବା ଜଣା ପଡିଛି।

ମାଓ କବ୍‌ଜାରୁ ମୁକୁଳିବା ପରେ ନିଜ ଅପହରଣ ବିଷୟରେ ମୁହଁ ଖୋଲିଛନ୍ତି କୋବ୍ର ଯବାନ ରାକେଶ୍ଵର ସିଂହ ମନହାସ୍‌। କିଭଳି ସେ ମାଓବାଦୀଙ୍କ ଦ୍ଵାରା ଅପହରଣ ହେଲେ ସେସବୁ ବଖାଣିଛନ୍ତି। ସେ କହିଛନ୍ତି ଯେ, ୩ ରାରିଖ ଦିନ ଏନକାଉଣ୍ଟର ବେଳେ ମୁଁ ବେହୋସ୍ ହୋଇ ଯାଇଥିଲି। ୪ ତାରିଖ ହୋସ୍‌ ଆସିବା ପରେ ଚାଲି ଚାଲି ଜଙ୍ଗଲରେ ଆସୁଥିଲି। ଏହି ସମୟରେ ମାଓବାଦୀଙ୍କ ହାତରେ ପଡିଥିଲି ଏବଂ ସେମାନେ ମୋତେ ଧରି ନେଇଥିଲେ। ଆଖିରେ ପଟି ବାନ୍ଧି ମୋତେ ନେଇ ଯାଇଥିଲେ। ବନ୍ଧକ ସମୟରେ ଖାଇବାକୁ ଠିକ୍‌ ସମୟରେ ଦେଉଥିଲେ ଏବଂ କିଛି ମାରଧର କରିନଥିଲେ ବୋଲି ରାକେଶ୍ଵର କହିଛନ୍ତି।

{"id":435332,"width":833,"height":468,"sizeSlug":"large","linkDestination":"none"}

ଜାମ୍ମୁରେ ରାକେଶ୍ଵର ସିଂହ ମନହାସ୍‌ଙ୍କ ଘରେ ଉତ୍ସବର ମାହୋଲ ରହିଛି। ତାଙ୍କ ପତ୍ନୀ ମିନୁ କହିଛନ୍ତି ଯେ, ତାଙ୍କୁ ଆନୁଷ୍ଠାନିକ ଭାବେ ସୂଚନା ଦିଆଯାଇଛି ଯେ, ତାଙ୍କ ସ୍ଵାମୀ ସୁରକ୍ଷିତ ଭାବେ ମାଓବାଦୀଙ୍କ କବଳରୁ ସୁରକ୍ଷିତ ଭାବେ ଫେରି ଆସିଛନ୍ତି। ତାଙ୍କ ସ୍ଵାସ୍ଥ୍ୟବସ୍ଥା ଭଲ ରହିଛି। ନିଜ ଜୀବନରେ ଆଜି ସବୁଠୁ ଖୁସିର ଦିନ ବୋଲି କହିଛନ୍ତି ଯବାନଙ୍କ ପତ୍ନୀ। ତାଙ୍କୁ ପୂର୍ଣ୍ଣ ବିଶ୍ଵାସ ଥିଲା ଯେ, ସ୍ଵାମୀ ସକୁଶଳ ଘରକୁ ଫେରିବେ ବୋଲି ମିନୁ  କହିଛନ୍ତି।

{"id":435333,"sizeSlug":"large","linkDestination":"none"}

ସୂଚନା ଅନୁଯାୟୀ, ୨୧୦ତମ କମାଣ୍ଡୋ ବାଟାଲିୟନ ଫର ରିଜଲ୍ୟୁଟ୍ ଆକ୍ସନ(କୋବ୍ରା)ର କନଷ୍ଟେବଳ ରାକେଶ୍ଵର ସିଂହ ମନହାସଙ୍କ ମୁକ୍ତି ପାଇଁ ଛତିଶଗଡ ସରକାରଙ୍କ ଦ୍ଵାରା ଦୁଇ ପ୍ରମୁଖ ବ୍ୟକ୍ତିଙ୍କୁ ମାଓବାଦୀଙ୍କ ସହ ଆଲୋଚନା ଦାୟିତ୍ଵ ଦିଆଯାଇଥିଲା। ରାଜ୍ୟ ସରକାରଙ୍କ ଦ୍ଵାରା ନାମିତ ଦୁଇ ସଦସ୍ୟ ଦଳରେ ଜଣେ ସଦସ୍ୟ ଜନଜାତୀୟ ସମୁଦାୟର ଥିବା ବେଳେ ଅନ୍ୟ ଜଣେ ପଦ୍ମଶ୍ରୀରେ ସମ୍ମାନିତ ବ୍ୟକ୍ତି ଥିଲେ। ବିଜାପୁରର ଏସପି କହିଛନ୍ତି ଯେ, ରାକେଶ୍ଵର ସିଂହଙ୍କୁ ସୁରକ୍ଷିତ ଫେରାଇ ଅଣାଯାଇଛି। ସେ ସୁସ୍ଥ ଥିବା ଏସପି କହିଛନ୍ତି।

{"id":435334,"width":830,"height":380,"sizeSlug":"large","linkDestination":"none"}

ମାଓବାଦୀ ଯବାନଙ୍କ ମୁକ୍ତ ପାଇଁ ସରକାରଙ୍କୁ ମଧ୍ୟସ୍ଥ ଦେବାକୁ ଦାବି କରିଥିଲେ। ନକ୍ସଲ ମଙ୍ଗଳବାର ପ୍ରେସ୍ ରିଲିଜ୍ ଜାରି କରି କହିଥିଲେ ଯେ, ସେମାନଙ୍କ ଆକ୍ରମଣରେ ୨୩ ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ  ଘଟିଥିବା ବେଳେ ୩୧  ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଯବାନଙ୍କ ପ୍ରତି ଆକ୍ରମଣରେ ତାଙ୍କ ୪ ସାଥୀଙ୍କ ମୃତ୍ୟୁ ଘଟିଥିବା ମାଓବାଦୀ କହିଥିଲେ। ନିଖୋଜ ଥିବା ଜଣେ ଯବାନ ସେମାନଙ୍କ କବଜାରେ ଅଛି। ଯଦି ସରକାର ମଧ୍ୟସ୍ଥ ଦେବେ ତେବେ ସେମାନେ ବନ୍ଧକ ଯବାନଙ୍କୁ ଛାଡି ଦେବେ। ପ୍ରଥମେ ମଧ୍ୟସ୍ଥଙ୍କ ଜରିଆରେ  ଆଲୋଚନା ହେବ। ସେ ଯାଏ ସଂପୃକ୍ତ ଯବାନ ସୁରକ୍ଷିତ ରହିବେ। ଏଥିପାଇଁ ସରକାରଙ୍କୁ ପ୍ରଥମେ ମଧ୍ୟସ୍ଥଙ୍କ ନାମ ଘୋଷଣା କରିବା ଦରକାର ବୋଲି ମାଓବାଦୀ ପ୍ରେସ୍ ରିଲିଜ୍‌ରେ ଉଲ୍ଲେଖ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.